Tea Habit: ଯଦି ଆପଣ ମଧ୍ୟ ପିଉଛନ୍ତି କାଗଜର Disposable Cupରେ ଚାହା ତ ହୋଇ ଯାଆନ୍ତୁ ସାବଧାନ! ଭୟଙ୍କର ଖୁଲାସା

ନୂଆ ଦିଲ୍ଲୀ: ଚାହା (Tea Lover)ର ସଉକ ପାଖାପାଖି ସମସ୍ତଙ୍କର ଥାଏ। ପ୍ରତ୍ୟେକ ଗଳି, ପ୍ରତ୍ୟେକ କନ୍ଦିରେ ଚାହାର ଦୋକାନ ନିଶ୍ଚିତ ଭାବରେ ଥାଏ। ଅନେକ ଥର କପର ଡିଜାଇନ ଦେଖି ମଧ୍ୟ ଚାହା ପିଇବାକୁ ମନ ହୋଇଥାଏ। କିନ୍ତୁ ଯଦି ଆପଣ ମଧ୍ୟ କାଗଜର କପ (Harmful Effect Of Disposable Cup)ରେ ଚାହା ପିଉଛନ୍ତି, ତାହେଲେ ସାବଧାନ ହୋଇଯାଆନ୍ତୁ! ନହେଲେ ଆପଣଙ୍କର ଏହି ଭୁଲ ଆପଣଙ୍କ ଶରୀର ପାଇଁ ଭାରୀ ପଡ଼ିପାରେ। ଆପଣଙ୍କ ଜୀବନଶୈଳୀ (Lifestyle Tips) ଆପଣଙ୍କ ସ୍ଵାସ୍ଥ୍ୟକୁ ବହୁତ ପ୍ରଭାବିତ କରିଥାଏ। ଯଦି ଆପଣଙ୍କ ଅଭ୍ୟାସରେ ମଧ୍ୟ ସାମିଲ ଅଛି ଏହି କାଗଜ କପରେ ଚାହା ପିଇବା ତାହେଲେ ଆଜି ହିଁ ଏହାକୁ ବଦଳାନ୍ତୁ।

କାଗଜର କପ କ୍ଷତିକାରକ

ଏବେ ଏବେ ହୋଇଥିବା ଏକ ଅଧ୍ୟୟନ ମୁତାବକ ଯଦି କୌଣସି ବ୍ୟକ୍ତି କାଗଜ କପରେ ଦିନକୁ ତିନିଥର ଚାହା ପିଇଥାଏ, ତାହେଲେ ତାଙ୍କ ଶରୀରକୁ ପ୍ଲାଷ୍ଟିକର ୭୫,୦୦୦ ସୂକ୍ଷ୍ମ କଣିକା ଚାଲି ଯାଇଥାଏ। ଏବେ ଆପଣ ନିଜେ ଏହି ଅନୁମାନ ଲଗାଇ ପାରିବେ କି କାଗଜରେ ପ୍ରସ୍ତୁତ କପ (Harmful Effect Of Disposable Cup)ର ଗୋଟିଏ ଥର ମଧ୍ୟ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ହୋଇପାରେ।

ହାଇଡ୍ରୋଫୋବିକ ଫିଲ୍ମର ହୋଇଥାଏ ବ୍ୟବହାର

ଗୌରବର କଥା ହେଉଛି କି କାଗଜ କପରେ ଚାହା ପିଇବାକୁ ନେଇ ଆଇଆଇଟି ଖଡ଼ଗପୁର (IIT Kharagpur) ମଧ୍ୟ ଏକ ଅଧ୍ୟୟନ କରିଛନ୍ତି, ଯେଉଁଥିରେ ସ୍ୱାସ୍ଥ୍ୟ ଉପରେ ପଡୁଥିବା ଏହାର ପ୍ରଭାବ ବିଷୟରେ କୁହାଯାଇଛି। ଏହି ଅନୁସନ୍ଧାନର ନେତୃତ୍ୱ କରୁଥିବା ଆଇଆଇଟି ଖଡ଼ଗପୁରର ଏସୋସିଏଟ ପ୍ରଫେସର ସୁଧା ଗୋୟଲ (Sudha Goyal) କହିଛନ୍ତି କି କାଗଜର ଡିସ୍ସୋଜଲ କପରେ ପେୟ ପଦାର୍ଥ ପିଇବା ସାଧାରଣ କଥା ହୋଇ ଯାଇଛି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ବିଷ ରୂପେ କାର୍ଯ୍ୟ କରିଥାଏ।

କଣ କହୁଛି ଅଧ୍ୟୟନ

ଅଧ୍ୟୟନ ଅନୁସାରେ, ‘ଆମ ଅନୁସନ୍ଧାନରେ ଏହି କଥାର ପୃଷ୍ଠି ହୋଇଛି କି ଏହି କପ ଗୁଡିକରେ ପ୍ଲାଷ୍ଟିକ ଏବଂ ଅନ୍ୟ ହାନିକାରକ ତତ୍ତ୍ଵ କାରଣରୁ ଗରମ ତରଳ ବସ୍ତୁ ଦୂଷିତ ହୋଇଯାଇଥାଏ। ଏହି କପ ଗୁଡିକର ପ୍ରସ୍ତୁତି ପାଇଁ ସାଧାରଣ ଭାବରେ ହାଇଡ୍ରୋଫୋବିକ ଫିଲ୍ମ (Hydrophobic Film)ର ଏକ ପରସ୍ତ ଚଢା ଯାଇଥାଏ,ଯାହା ମୁଖ୍ୟତଃ ପ୍ଲାଷ୍ଟିକରୁ ପ୍ରସ୍ତୁତ ହୋଇଥାଏ। ଏହା ସାହାଯ୍ୟରେ କପରେ ତରଳ ପଦାର୍ଥ ବହୁ ସମୟ ପର୍ଯ୍ୟନ୍ତ ରହିପାରେ। ଏହି ପରସ୍ତଟି ଗରମ ପାଣି ଢ଼ାଳିବା ଦ୍ଵାରା ୧୫ମିନିଟରେ ଭିତରକୁ ଗଳିବାକୁ ଲାଗିଥାଏ।’

ସୂକ୍ଷ୍ମ କଣିକାର ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପରିଣାମ

ସୁଧା ଗୋୟଲ କହିଛନ୍ତି କି ଆମ ଅଧ୍ୟୟନ ଅନୁସାରେ ଏକ କପରେ ୧୫ମିନିଟ ପାଇଁ ୧୦୦ମିଲି. ଗରମ ତରଳ ପଦାର୍ଥ ରଖିବା ଦ୍ଵାରା ସେଥିରେ ୨୫,୦୦୦ ମାଇକ୍ରୋନ ଆକାର ପ୍ଲାଷ୍ଟିକର ସୂକ୍ଷ୍ମ କଣିକା ଖେଳିବାକୁ ଲାଗିଥାଏ କିମ୍ବା ପ୍ରତିଦିନ ତିନିକପ ଚାହା କିମ୍ବା କଫି ପିଉଥିବା ବ୍ୟକ୍ତିଙ୍କ ଶରୀରକୁ ପ୍ଲାଷ୍ଟିକର ୭୫,୦୦୦ସୂକ୍ଷ୍ମ କଣିକା ଚାଲି ଯାଇଥାଏ, ଯାହା ଆଖିକୁ ଦେଖା ଯାଇନଥାଏ। ଏହାଦ୍ଵାରା ସ୍ବାସ୍ଥ୍ୟ ଗମ୍ଭୀର ଭାବରେ ଖରାପ ହୋଇପାରେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *