ସ୍ବାସ୍ଥ୍ୟ ବିଭାଗର ୱାର୍ଡ ବୟ ହେବାପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କର ଗହଣାକୁ ବନ୍ଧା ରଖିଦେଲେ। ଏହି ବ୍ୟକ୍ତିଙ୍କୁ ଲାଗିଥିଲା କି ଲାଞ୍ଚଦେଇ ତାଙ୍କୁ ସହଜରେ ଚାକିରି ମିଳିଯିବ ଏବଂ ପୂରା ଜୀବନ ଆରାମରେ କଟିଯିବ। କିନ୍ତୁ ଲକ୍ଷେଟଙ୍କା ଦେବାପରେ ମଧ୍ୟ ତାଙ୍କର ଚାକିରି ହୋଇନଥିଲା। ବର୍ତମାନ ଏହି ବ୍ୟକ୍ତି ଜଣଙ୍କ ନ୍ୟାୟର ଗୁହାରି କରିଛନ୍ତି। ପିଡିତ ବ୍ୟକ୍ତି ଉତ୍ତର ପ୍ରଦେଶର ବରେଲୀରେ ରହୁଛନ୍ତି ଏବଂ ତାଙ୍କ ନାମ ଦିନେଶ ଅଟେ। ଦିନେଶଙ୍କ ଅନୁସାରେ ସ୍ବାସ୍ଥ୍ୟ ବିଭାଗରେ ଚାକିରି ପାଇବା ପାଇଁ ତାଙ୍କୁ ଟଙ୍କା ମଗା ଯାଇଥିଲା। ତାଙ୍କ ପାଖରେ ଟଙ୍କା ନଥିଲା ତେଣୁ ତାଙ୍କ ସ୍ତ୍ରୀ ନିଜ ଗହଣାକୁ ବନ୍ଧା ରଖିବା ପାଇଁ ସ୍ଥିର କରିଥିଲେ।
ଦିନେଶ ବିଲମ୍ବ ନକରି ନିଜ ସ୍ତ୍ରୀଙ୍କ ଗହଣାଙ୍କୁ ବନ୍ଧା ରଖିଥିଲେ। ଅଳଙ୍କାରକୁ ବନ୍ଧାରଖି ପାଞ୍ଚଟଙ୍କା ସୁଧରେ ଅଢେଇ ଲକ୍ଷ ଟଙ୍କା ଦିନେଶ ନେଇଥିଲେ। ଦିନେଶ ଏହି ଟଙ୍କା ବିକାଶଙ୍କୁ ଦେଇଥିଲେ। ବିକାଶ ହିଁ ଦିନେଶଙ୍କୁ ଚାକିରି ଦେବାପାଇଁ କଥା କରିଥିଲେ। ବହୁବର୍ଷ ହୋଇଗଲାଣି କିନ୍ତୁ ଦିନେଶଙ୍କର ସରକାରୀ ଚାକିରି ହୋଇନାହିଁ ଏବଂ ଏହା ସହିତ ଦିନେଶଙ୍କ ଉପରେ କରଜର ଭାର ବଢି ଯାଇଛି।
ଦିନେଶଙ୍କ ଅନୁସାରେ ୭୦ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ସେ ଜମା କରି ସାରିଲେଣି। ପ୍ରଥମେ ଏକ ପ୍ରାଇଭେଟ କମ୍ପାନୀରେ ଡେଲିଭରୀ ବୟ ଭାବରେ କାମ କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ଚାକିରି ଚାଲି ଯାଇଛି। ଦିନେଶଙ୍କ ବଡ଼ଭାଇ ଧର୍ମେନ୍ଦ୍ରଙ୍କର ଛୋଟ ଦୋକାନ ଅଛି ଏବଂ ସେଠାରେ ଦିନେଶ ସାହାଯ୍ୟ କରୁଛନ୍ତି। ଦିନେଶ କହିଥିଲେ କି ସେ ପ୍ରଥମ କିସ୍ତି ୬ଅକ୍ଟୋବର ୨୦୧୮ରେ ଦେଇଥିଲେ। ଅଢେଇ ଲକ୍ଷ ନଗଦ ଏବଂ ୫୦ହଜାର ବିକାଶଙ୍କ ଖାତାରେ ଟ୍ରାନ୍ସଫର କରିଥିଲେ। ଦିନେଶଙ୍କ ଅନୁସାରେ ପ୍ରଥମେ ପ୍ରଥମେ ତ ଅବସ୍ଥା ଠିକ ଥିଲା କିନ୍ତୁ ବର୍ତ୍ତମାନ ତ ଆହୁରି ଜଟିଳ ହୋଇ ଗଲାଣି। ଦିନେଶ ବର୍ତ୍ତମାନ ନ୍ୟାୟର ଗୁହାରି କରୁଛନ୍ତି ଏବଂ ଚାକିରିର ଆଶା ଦେଇ ଟଙ୍କା ହାସଲ କରିନେଇଥିବା ବିକାଶଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି।
ଦିନେଶଙ୍କ ପରି ସ୍ବାସ୍ଥ୍ୟ ବିଭାଗରେ ୱାର୍ଡ ବାଳକ ହେବାପାଇଁ କିଶନଲାଲଙ୍କ ଠାରୁ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଠକି ନିଆଯାଇଛି। କିଶନଲାଲଙ୍କ ଅନୁସାରେ ସେ ପ୍ରାଇଭେଟ କମ୍ପାନୀରେ ଚାକିରୀ କରିଥିଲେ। ସେହି ସମୟରେ ବିକାଶଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ସେ ୱାର୍ଡ ବାଳକର ଚାକିରି ଦେବା ନାମରେ ଟଙ୍କା ନେଇଥିଲେ। କିଶନଲାଲ ନିଜ ମାମୁଁଙ୍କ ଠାରୁ ଦୁଇଲକ୍ଷ ଟଙ୍କା ଧାର ନେଇଥିଲେ ଏବଂ ବିକାଶଙ୍କୁ ଦୁଇଲକ୍ଷ ୩୫ହଜାର ଟଙ୍କା ନଗଦ ଦେଇଥିଲେ। ୬୫ହଜାର ଟଙ୍କା ବ୍ୟାଙ୍କ ଖାତାରେ ଟ୍ରାନ୍ସଫର କରିଥିଲେ। କିଶନଲାଲ ତିନି ଅକ୍ଟୋବର ୨୦୧୮ରେ ପ୍ରଥମ କିସ୍ତି ଦେଇଥିଲେ। ଏହାପରେ ୨୦ଅକ୍ଟୋବର ୨୦୧୯ ଭିତରେ ସବୁ ଟଙ୍କା ବିକାଶଙ୍କୁ ଦେଇ ଦେଇଥିଲେ। ମାର୍ଚ୍ଚ ୨୦୧୯ରେ ବିକାଶ ଜିଲ୍ଲା ଚିକିତ୍ସାଳୟକୁ ଡାକି ଯୋଗଦାନ ପତ୍ର ମଧ୍ୟ ଦେଖାଇଥିଲେ। କିନ୍ତୁ ଏହା ନକଲି ଥିଲା। ଏମାନଙ୍କ ପରି ଜଣାନାହିଁ ବିକାଶ କେତେ ଲୋକଙ୍କୁ ଠକିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।