ଟ୍ରାନ୍ସପ୍ଲାଣ୍ଟ ଏବଂ ସର୍ଜରୀର ତ ଆପଣ ଅନେକ ଘଟଣା ବିଷୟରେ ଶୁଣିଥିବେ କିନ୍ତୁ ଆମେରିକାରେ ଡାକ୍ତରଙ୍କର ଏକ ଦଳ ପ୍ରଥମ ଥର ବିଚିତ୍ର ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି। ନ୍ୟୁୟର୍କ ସହରର ଏନବାଇୟୁ ଲ୍ୟାଙ୍ଗୋନ ହେଲ୍ଥ ସେଣ୍ଟରର ଡାକ୍ତରମାନେ ଦୁନିଆରେ ପ୍ରଥମ ଥର ଏକ ମନୁଷ୍ୟର ମୁହଁ ଏବଂ ଦୁଇହାତର ସଫଳ ଭାବରେ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି।
ଆମେରିକାର ୟୁନାଇଟେଡ଼ ନେଟୱର୍କ ଫର ଅର୍ଗାନ ଶେୟାରିଙ୍ଗ (UNOS)ର ଅନୁସାରେ, ସାରା ଦୁନିଆରେ ବର୍ତ୍ତମାନ ପର୍ଯ୍ୟନ୍ତ କମସେ କମ ୧୮ଟି ମୁହଁ ଟ୍ରାନ୍ସପ୍ଲାଣ୍ଟ ଏବଂ ୩୫ଟି ହାତ ଟ୍ରାନ୍ସପ୍ଲାଣ୍ଟ କରାଯାଇ ସାରିଛି କିନ୍ତୁ ମୁହଁ ଏବଂ ଦୁଇହାତର ଏକା ସାଥିରେ ଟ୍ରାନ୍ସପ୍ଲାଣ୍ଟ କରିବା ବହୁତ କଷ୍ଟସାଧ୍ୟ ଅଟେ। ଏମିତି ଟ୍ରାନ୍ସପ୍ଲାଣ୍ଟ କରିବାର ଚେଷ୍ଟା ଗୋଟିଏ ଥର ବର୍ଷ ୨୦୦୯ ଏବଂ ଆଉଥରେ ୨୦୧୧ରେ କରାଯାଇଥିଲା କିନ୍ତୁ ଦୁଇଥର ଯାକ ଅସଫଳତା ମିଳିଥିଲା। ପରିଶେଷରେ ଏହିଥର ଡାକ୍ତର ଏହି ଟ୍ରାନ୍ସପ୍ଲାଣ୍ଟ କରିବାରେ ସଫଳ ହୋଇଛନ୍ତି।
ବାସ୍ତବରେ, ୨୦୧୮ରେ ନ୍ୟୁ ଜର୍ସୀରେ ରହୁଥିବା ୨୨ବର୍ଷର ଜୋ ଡିମିୟୋଙ୍କର ଏକ ସଡ଼କ ଦୁର୍ଘ-ଟଣା ହୋଇଥିଲା। ଡିମିୟୋ ରାତି ଡିୟୁଟି କରିବା ପରେ କଂପାନୀରୁ ଘରକୁ ଫେରୁଥିଲେ। କାର ଚାଲଉଥିବା ସମୟରେ ତାଙ୍କୁ ନିଦ ଆସି ଯାଇଥିଲା ଏବଂ ତାଙ୍କ କାର ଏକପୋଲ ସହିତ ଧକ୍କା ହୋଇ ପଡ଼ି ଯାଇଥିଲା। କାରରେ ଭୟ-ଙ୍କର ଭାବରେ ନି-ଆଁ ଲାଗିଯାଇଥିଲା। ହେଲେ, ଆଖପାଖର ଲୋକମାନେ କୈାଣସି ପ୍ରକାରରେ ଡିମିୟୋଙ୍କୁ କାରରୁ ଟାଣି ବାହାର କରିଦେଇଥିଲେ।
ଏହି ଘଟ-ଣାରେ ଡିମିୟୋ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲେ। ଡିମିୟୋ ଅନେକ ମାସ ପର୍ଯ୍ୟନ୍ତ କୋମାରେ ଥିଲେ ଏବଂ ତାଙ୍କର ୨୦ସର୍ଜରୀ ଏବଂ ଅନେକ ପ୍ରକାରର ସ୍କିନ ଉପଚାର କରାଯାଇଥିଲା। ଏହାପରେ ମଧ୍ୟ ସେ କିଛି ଦେଖିବା ଏବଂ ନିଜ ହାତର ବ୍ୟବହାର କରିବାରେ ଅସମର୍ଥ ଥିଲେ। ୨୦୧୯ରେ ଡିମିୟୋଙ୍କର ମେଡିକାଲ ଟିମ ଏକ ବଡଧରଣର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।
ଡାକ୍ତରମାନେ ଏଥିପାଇଁ ଡୋନର ଖୋଜିବା ଆରମ୍ଭ କରି ଦେଇଥିଲେ। ଡାକ୍ତରମାନେ ଏମିତି ପୁରୁଷ ଡୋନରକୁ ଖୋଜୁଥିଲେ ଯାହାଙ୍କ ସ୍କିନ ଟୋନ ଏବଂ ହାତ ଡିମିୟୋଙ୍କ ସହିତ ମେଳ ଖାଉଥିବ। ଡାକ୍ତରମାନଙ୍କର କେବଳ ୬ଶତକଡା ପର୍ଯ୍ୟନ୍ତ ଆଶା ଥିଲା। ଡାକ୍ତର ଡୋନରର ଖୋଜ କରୁଥିଲେ କିନ୍ତୁ ସେତେବେଳକୁ କରୋନା ମହାମାରୀ ଆସିଗଲା।
ଅଗଷ୍ଟ ମାସରେ ପରିଶେଷରେ ଡାକ୍ତରଙ୍କୁ ସଠିକ ଡୋନର ମିଳି ଯାଇଥିଲା ଏବଂ ସେ COVID-19 ୱାର୍ଡରେ ହିଁ ଟ୍ରାନ୍ସପ୍ଲାଣ୍ଟ ୟୁନିଟ ପ୍ରସ୍ତୁତ କରିଥିଲେ। ସେମାନେ ଡିମିୟୋଙ୍କର ଦୁଇହାତ ଏବଂ ନାକକୁ ପତଳା-ପତଳା କଣ୍ଟାରେ ଯୋଡିଥିଲେ। ଡାକ୍ତରମାନେ ଡିମିୟୋଙ୍କ ପୂରା ମୁହଁର ମଧ୍ୟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ।
ଡିମିୟୋଙ୍କ ମେଡିକାଲ ଟିମର ଡାକ୍ତର ଏଡୁଆର୍ଡୋ ରୋଡ୍ରିଗ୍ଜ ସେଠାର ମିଡିଆଙ୍କୁ କହିଥିଲେ, ‘ଟ୍ର୍ୟାକ ରେକର୍ଡ ଆଧାରରେ ଆମର ସଫଳ ହେବାର ସମ୍ଭାବନା ବହୁତ କମ ଥିଲା।’ ରୋଡ୍ରିଗ୍ଜ କହିଥିଲେ କି ଡିମିୟୋଙ୍କ ନୂଆ ଚେହେରା ଏବଂ ହାତର ଏହି ଟ୍ରାନ୍ସପ୍ଲାଣ୍ଟକୁ ପ୍ରତ୍ୟାଖ୍ୟାନ କରିହେବ ନାହିଁ।
ନଭେମ୍ବରରେ ଡାକ୍ତରଖାନା ଛାଡ଼ିବା ପରେ ଡିମିୟୋ ଏକ ରିହ୍ୟାବିଲିଟେଶନ ସେଣ୍ଟରରେ ରହିଛନ୍ତି ଯେଉଁଠା ରେ ସେ ପ୍ରତିଦିନ ଶାରୀରିକ ଏବଂ କଥା କହିବାର ଶିକ୍ଷା ନେଉଛନ୍ତି। ଏହି ଅବସ୍ଥାରେ ନିଜ ସେଶନ ସମୟରେ ସେ ପତାକୁ ଉପରକୁ ଉଠାଇବା ଏବଂ ଆଖି ଖୋଲି-ବନ୍ଦ କରିବା, ମୁହଁକୁ ଧରିବା, ଆଙ୍ଗୁଠିକୁ ଉପରକୁ ଉଠାଇବା ଏବଂ ସିଟି ବଜେବାର ଅଭ୍ୟାସ କରୁଛନ୍ତି।
ଡିମିୟୋ ନିଜ ବାପାମାଆଙ୍କ ସହିତ ରହୁଛନ୍ତି। ବର୍ତମାନ ସେ ନିଜେ ପୋଷାକ ପିନ୍ଧି ପାରୁଛନ୍ତି ଏବଂ ନିଜେ ଖାଦ୍ୟ ଖାଇ ପାରୁଛନ୍ତି। ଆମେରିକାର ନ୍ୟୁଜ ଏଜେନ୍ସୀ ଏସୋସିଏଟେଡ ପ୍ରେସରେ କଥା ହେଉଥିବା ସମୟରେ ଡିମିୟୋ କହିଥିଲେ, ‘ଜୀବନରେ ନୂଆ ସୁଯୋଗ ମିଳୁଥିବା ସମୟରେ ଆପଣ ହାର ମାନି ପାରିବେ ନାହିଁ। ମୁଁ ଜାଣିଛି କି ମୋ ପାଇଁ ଶିଶୁପରି ପଦକ୍ଷେପ ନିଆଯିବ। ମୋତେ ବହୁତ ପ୍ରେରଣା ମିଳୁଛି ଏବଂ ମୋ ପାଖରେ ବହୁତ ଧର୍ଯୈ ଅଛି। ମୁଁ ପ୍ରତ୍ୟେକ କଥାକୁ ସାହାସର ସହିତ ସାମ୍ନା କରିଛି।’