ପ୍ରେମ ଅନ୍ଧ ହୋଇଥାଏ। ଏହା ଆପଣ ବହୁତ ଥର ଶୁଣିଥିବେ। ବର୍ତ୍ତମାନ ପ୍ରେମରେ ଲୋକମାନେ ବୟସ ଏବଂ ଜାତିପ୍ରଥା ଦେଖୁ ନାହାନ୍ତି। ବର୍ତମାନ ଅନେକ ଦେଶରେ ସମଲିଙ୍ଗୀ ସଂପର୍କକୁ ମଞ୍ଜୁରୀ ମିଳି ଗଲାଣି। କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ତାଙ୍କୁ ପ୍ରେମ ହୋଇଛି ପ୍ଲାଷ୍ଟିକ କଣ୍ଢେଇ ସହିତ। ଆଜ୍ଞା ହଁ, ଏହି ବ୍ୟକ୍ତିଙ୍କ ହୃଦୟ ଏକ ସୁନ୍ଦର କଣ୍ଢେଇ ଉପରକୁ ଆସି ଯାଇଛି। ସେ ଏହି କଣ୍ଢେଇକୁ ନିଜ ଖୁସି ପାଇଁ କଣିଥିଲେ କିନ୍ତୁ ତା ସହ ରହିରହି ତାଙ୍କୁ ଅନୁଭବ ହୋଇଥିଲା କି ଏହା ତାଙ୍କ ଜୀବନର ପ୍ରକୃତ ଭଲପାଇବା ଅଟେ। ଏହା ମଧ୍ୟରେ ସେ ଏହି କଣ୍ଢେଇ ସହିତ ନିର୍ବନ୍ଧ କରି ସାରିଛନ୍ତି। ତାଙ୍କ ପ୍ରେମ କାହାଣୀ ଭ୍ୟାଲେଣ୍ଟାଇନ ସପ୍ତାହ ପୂର୍ବରୁ ଚର୍ଚ୍ଚାରେ ରହିଛି..
ଏହି ଘଟଣା ହୋଙ୍ଗ-କୋଙ୍ଗରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ୩୬ବର୍ଷର ସାଇ ଟିୟାନରୋଙ୍ଗ କୈାଣସି ଝିଅ ପ୍ରେମରେ ପଡ଼ିବା ବଦଳରେ ଏକ କଣ୍ଢେଇ ସହିତ ବାହା ହେବାପାଇଁ ସ୍ଥିର କରିଛନ୍ତି। ବ୍ୟକ୍ତି ଜଣଙ୍କ ଏହି କଣ୍ଢେଇ ସହିତ ହିଁ ନିର୍ବନ୍ଧ କରି ସାରିଛନ୍ତି।
ସାଇ ନିଜର ନୂଆ ପ୍ରେମୀକାଙ୍କୁ ନିର୍ବନ୍ଧ ପରେ ଅନେକ ଦାମୀ ଉପହାର ଦେଇଛନ୍ତି। ଏଥିରେ ଆଇଫୋନ 12 ଠାରୁ ନେଇ ଦାମୀ ପୋଷାକ ଏବଂ ବହୁଯୋଡା ଦାମୀ ଯୋତା-ଚପଲ ସାମିଲ ହୋଇଛି।
ଏହି ସୁନ୍ଦର କଣ୍ଢେଇଙ୍କୁ ସାଇ ଏତେ ଭଲ ପାଉଛନ୍ତି କି ସେ ଆଜି ପର୍ଯ୍ୟନ୍ତ କଣ୍ଢେଇକୁ ଚୁମା ମଧ୍ୟ ଦେଇନାହାନ୍ତି। ତାଙ୍କୁ ଲାଗୁଛି କି ଚୁମା ଦେବା ଦ୍ଵାରା ତାର ସ୍କିନ ଖରାପ ହୋଇଯିବ।
ସାଇ ନିଜ ବାପାମାଆଙ୍କ ସହିତ ରହୁଛନ୍ତି। ତାଙ୍କର ବହୁବର୍ଷ ପୂର୍ବରୁ ହିଁ କଣ୍ଢେଇକୁ ନେଇ ବହୁତ ଆଗ୍ରହ ରହିଛି। ଯେତେବେଳେ ସେ ୨୬ବର୍ଷର ହୋଇଥିଲେ, ସେତେବେଳେ ତାଙ୍କୁ ଦୋକାନରେ ଏକ କଣ୍ଢେଇ ପସନ୍ଦ ଆସିଥିଲା କିନ୍ତୁ ସେହି ସମୟରେ ମୂଲ୍ୟ ଅଧିକ ହେବା ଯୋଗୁଁ ସେ ତାକୁ କିଣି ପାରିନଥିଲେ।
ପରେ ସାଇ ଅନଲାଇନରେ ସେ-କ୍ସ କଣ୍ଢେଇ ସର୍ଚ୍ଚ କରି ନିଜ ବଜେଟ ହିସାବରେ ଏକ କଣ୍ଢେଇ କିଣିଥିଲେ। ଏହି କଣ୍ଢେଇ ସହିତ ରହିରହି ସେ ଏତେ ଆରାମଦାୟକ ହୋଇଯାଇଛନ୍ତି କି ତା ସହିତ ନିର୍ବନ୍ଧ କରିଛନ୍ତି।
ସାଇଙ୍କ ମୁତାବକ କଣ୍ଢେଇ ସହିତ ନିର୍ବନ୍ଧ ଏବଂ ବାହାଘର କୈାଣସି ଝିଅ ସହିତ କରିବା ଠାରୁ ଅଧିକ ସହଜ ଅଟେ। କଣ୍ଢେଇ ନାଁ କେବଳ ତାଙ୍କ ଆବଶ୍ୟକତା ପୂରଣ କରୁଛି ବରଂ ତାଙ୍କୁ ବୁଝିପାରୁଛି ମଧ୍ୟ। ଏହା ସହିତ କଣ୍ଢେଇ ତାଙ୍କ ସହିତ ଝଗଡ଼ା କରୁନାହିଁ।
ସେ ଏହି କଣ୍ଢେଇକୁ ନିଜ ଖୁସି ପାଇଁ କଣିଥିଲେ କିନ୍ତୁ ତା ସହ ରହିରହି ତାଙ୍କୁ ଅନୁଭବ ହୋଇଥିଲା କି ଏହା ତାଙ୍କ ଜୀବନର ପ୍ରକୃତ ଭଲପାଇବା ଅଟେ। ଏହା ଭିତରେ ସେ ଏହି କଣ୍ଢେଇ ସହିତ ନିର୍ବନ୍ଧ କରି ସାରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।