ଫେବୃଆରୀ ୫ ପର୍ଯ୍ୟନ୍ତ ସରକାରଙ୍କ ଠାରୁ ସୁନା କିଣିବାର ସୁଯୋଗ, ମୂଲ୍ୟ ୫୦ ହଜାର ରୁ କମ

ସେୟାର ବଜାରର ତିବ୍ରତା ପାଇଁ ସୁନାର ମୂଲ୍ୟରେ ପତନ ଦେଖିବାକୁ ମିଳିଛି। ସୁନା ନିଜର ଉଚ୍ଚତମ ସ୍ତରରୁ ୭୦୦୦ ହଜାର ଟଙ୍କାରୁ ଅଧିକ ସସ୍ତା ହୋଇ ସାରିଲାଣି। ଏମିତିରେ ଯଦିି ଆପଣ ସସ୍ତା ସୁନା କିଣିବାକୁ ଚାହୁଁଛନ୍ତି ତେବେ ଫେବୃଆରୀ ୫ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସଓ୍ବରେନ ଗୋଲ୍ଡ ବଣ୍ଡ ସ୍କିମରେ ନିବେଶ କରି ପାରିବେ। ବର୍ତ୍ତମାନ ଭାରତୀୟ ବଜାର ସୁନାର ସୁନା ୫୦ ହଜାରରୁ କମ ହୋଇ ସାରିଛି।

ଚଳିତ ଅର୍ଥିକ ବର୍ଷର ଏକାଦଶ ସଓ୍ବରେନ ଗୋଲ୍ଡ ବଣ୍ଡ ସିରିଜି ଫେବୃଆରୀ ୧ ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ନିବେଶକ ମାନଙ୍କ ପାଇଁ ଓପନ ଅଛି। ଭାରତୀୟ ରିଜର୍ବ ବ୍ୟାଙ୍କ ଏଥର ଗୋଲ୍ଡ ସବ୍ସକ୍ରିଶ୍ପନର ମୂଲ୍ୟ ୪,୯୧୨ ଟଙ୍କା ପ୍ରତି ଗ୍ରାମ ପର୍ଯ୍ୟନ୍ତ ଅଛି। ଏହା ପୂର୍ବ ଜାନୁଆରୀରେ ଦଶମ ସିରିଜରେ ସୁନାର ମୂଲ୍ୟ ୫,୧୦୪ ଟଙ୍କା ପ୍ରତି ଗ୍ରାମ ପର୍ଯ୍ୟନ୍ତ କରା ଯାଇଥିଲା।

ପ୍ରତ୍ୟକ ଥର ପରି ଏଥର ମଧ୍ୟ ଅନଲାଇନରେ ଆବେଦନ କରୁଥିବା ନିବେଶକ ମାନଙ୍କୁ ବଣ୍ଡର ର୍ନିଧାରିତ ମୂଲ୍ୟ ପ୍ରତି ଗ୍ରାମ ୫୦ ଟଙ୍କା ର ଛାଡ କରାଯିବ। ମାନେ ଡିଜିଟାଲରେ ପେମେଣ୍ଟ କରିବା ଦ୍ବାରା ଗୋଟିଏ ଗ୍ରାମ ସୁନା ପ୍ରତି ୪୮୬୨ ଟଙ୍କା ପେମେଣ୍ଟ କରିବାକୁ ପଡିବ।

ଏହି ସରକାରୀ ଗୋଲ୍ଡ ବଣ୍ଡର ମୂଲ୍ୟ ବଜାରରେ ଚାଲୁଥିବା ସୁନାର ମୂଲ୍ୟ ଠାରୁ କମ ହୋଇଥାଏ। ସବରେନ ଗୋଲ୍ଡ ବଣ୍ଡ ଯୋଜନାରେ ସୁନାର ମୂଲ୍ୟ RBI ତରଫରୁ ର୍ନିଧାରିତ ହୋଇଥାଏ। ବଣ୍ଡ ଅନୁସାରେ ଆପଣ ସୁନାର ନ୍ୟୁନତମ ଗ୍ରାମ ଏବଂ ଅଧିକତମ ଚାରି କିଲୋ ପର୍ଯ୍ୟନ୍ତ ନିବେଶ କରି ପାରିବେ। ଏଥିରେ ଟ୍ୟାକ୍ସ ଛାଡ ମଧ୍ୟ ରହିଛି। ଏହା ବ୍ୟତିତ ସ୍କିମ ଦ୍ବାରା ବ୍ୟାଙ୍କରୁ ଲୋନ ମଧ୍ୟ ନେଇ ପାରିବେ।

ସଓ୍ବରେନ ଗୋଲ୍ଡ ବଣ୍ଡର ଫାଇଦା।

ବଣ୍ଡରେ ବାର୍ଷିକ ଅତି କମରେ ଅଢେଇ ପ୍ରତିଶଦର ରିଟର୍ନ ମିଳିବ। ଗୋଲ୍ଡ ବଣ୍ଡରେ କୌଣସି ପ୍ରକାରର ଧୋକାବାଜୀ ଏବଂ ଅଶୁଦ୍ଧତା ରହିବାର ସମ୍ଭାବନା ନଥାଏ। ଏହି ବଣ୍ଡ ୮ ବର୍ଷ ପରେ ମୈଚ୍ୟୋର ହେବ, ମାନେ ଆପଣ ଆପଣଙ୍କ ପଇସା ୮ ବର୍ଷ ପରେ ଉଠେଇ ପାରିବେ। ଏତିକି ହିଁ ନୁହେଁ ପାଞ୍ଚ ବର୍ଷ ପରେ ଏଥିରୁ ବାହାର କରିବାର ବିକଳ୍ପ ମଧ୍ୟ ରହିଥାଏ।

କେତେ କିଣି ପାରିବେ ସୁନା

RBI ଭାରତ ସରକାରଙ୍କ ତରଫରୁ ସଓ୍ବରେନ ଗୋଲ୍ଡ ବଣ୍ଡ ଯାରୀ କରିଥାଏ। ଏହି ବଣ୍ଡରେ ନିବେଶ ଏକ ଗ୍ରାମ ଗୁଣକ ଗୁଡିକରେ କରା ଯାଇଥାଏ, ଯାହାର ଅଧିକତମ ସୀମା ଜଣେ ବ୍ୟକ୍ତି ପାଇଁ ଗୋଟିଏ ବର୍ଷରେ ୫୦୦ ଗ୍ରାମ ଅଟେ। ସେଇଠି ହିନ୍ଦୁ ସଞ୍ଜୁକ୍ତ ପରିବାର ଗୋଟିଏ ବର୍ଷ ଭିତରେ ଅତି ବେଶୀରେ ୪ କି.ଗ୍ରା ସୁନାର ମୂଲ୍ୟର ସମାନ ପର୍ଯ୍ୟନ୍ତ ବଣ୍ଡ କିଣି ପାରିବେ। ଟ୍ରଷ୍ଟ ଏବଂ ଆର୍ଥିକ ବର୍ଷର ସମାନ ୟୁନିଟ୍ସର ମାମଲାରେ ନିବେଶର ଉଚ୍ଚତମ ସୀମା ୨୦ କି.ଗ୍ରା ଅଟେ।

ଯେମିତି ସୁନାର ମୂଲ୍ୟରେ ବୃଦ୍ଧି ହେଲା ସେମିତି ହିଁ ଗୋଲ୍ଡ ବଣ୍ଡ ନିବେଶକ ମାନଙ୍କୁ ଏହାର ଫାଇଦା ମିଳିଥାଏ। ଏହି ବଣ୍ଡ ପେପର ଏବଂ ଇଲେକ୍ଟ୍ରନିକ ଫର୍ମାଟରେ ହୋଇଥାଏ। ଯେଉଁଥିରେ ଆପଣଙ୍କୁ ଫିଜିକାଲ ଗୋଲ୍ଡ ପରି ଲକରରେ ରଖିବାର ଖର୍ଚ୍ଚ ମଧ୍ୟ ଦେବାକୁ ପଡିବ ନାହିଁ। ଏହି ଗୋଲ୍ଡର ବିକ୍ରି ବ୍ୟାଙ୍କ, ଡାକଘର , NSE ବ୍ୟତିତ ସ୍ଟକ ହୋଲଡିଙ୍ଗ କରପୋରେଶନ ଅଫ ଇଣ୍ଡିଆ ଲିମିଟେଡ ଦ୍ବାରା ହୋଇଥାଏ।

ଉଲ୍ଲେଖନିୟ ଏହା କି ଏହି ଯୋଜନାର ଆରମ୍ଭ ନମ୍ବର ୨୦୧୫ରେ ହୋଇଥିଲା। ଏହାର ଉଦ୍ଦେଶ୍ୟ ଭୌତିକ ରୂପରେ ସୁନାର ଦାବିରେ ହାସ୍ର ଆଣିବା ଏବଂ ସୁନାର କିଣାରେ ଘରୋଇ ସଞ୍ଚୟର ବ୍ୟବହାର ଆର୍ଥିକ ସଞ୍ଚୟରେ କରିବା

Leave a Reply

Your email address will not be published. Required fields are marked *