ବଜେଟ ଉପସ୍ଥାପନା କରା ଯାଉଥିବା ସମୟରେ BMC ର ଆସିସ୍ଟାଣ୍ଡ କମିଶନର ପାଣି ବଦଳରେ ପାଇଲେ ସାନିଟାଇଜର

BMCର ଆସିସ୍ଟାଣ୍ଡ କମିଶନର ରମେଶ ପଓ୍ବାରଙ୍କ ଏକ ଭିଡିଓ ସୋଶିଆଲ ମିଡିଆରେ ବହୁତ ଜୋରରେ ଭାଇ-ରାଲ ହେଉଛି। ଏହି ଭିଡିଓରେ ପଓ୍ବାର ପାଣି ବଦଳରେ ଭୁଲରେ ସାନିଟାଇଜର ପିଉଛନ୍ତି।

ମୁମ୍ବାଇ: BMCର ଆସିସ୍ଟାଣ୍ଡ କମିଶନର ରମେଶ ପଓ୍ବାରଙ୍କ ଏକ ଭିଡିଓ ସୋଶିଆଲ ମିଡିଆରେ ବହୁତ ତିବ୍ରରେ ଭାଇ-ରାଲ ହେଉଛି। ଏହି ଭିଡିଓରେ ପଓ୍ବାର ପାଣି ବଦଳରେ ଭୁଲରେ ସାନିଟାଇଜର ପିଉଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଅନୁଭବ ହେଲା ଏବଂ ସେ ପାଣି ପିଇ ସାନିଟାଇଜର ର ପ୍ରଭାବ କମ କରିବାକୁ ଚେଷ୍ଟା କଲେ। ଏହି ଘଟଣା ବୁଧବାରକୁ ୨୦୨୧-୨୨ ମସିହା ପାଇଁ ଶିକ୍ଷା ବିଭାଗର ବଜେଟ ଉପସ୍ଥାପନା କରିବା ପାଇଁ ଅୟୋଜିତ କାର୍ଯ୍ୟକ୍ରମରେ ହୋଇଥିଲା।

ଆପଣ ନିଜେ ଭିଡିଓରେ ଦେଖିପାରିବେ କି ପଓ୍ବାନ ମଞ୍ଚରେ ନିଜ ସାମନାରେ ଥୁଆ ହୋଇଥିବା ବୋତଲକୁ ଉଠାଇ ମୁଁହରେ ଲଗାଉଛନ୍ତି କିନ୍ତୁ ବୋତଲର ଦୁଇ ତିନି ବୁନ୍ଦା ପିଇବା ମାତ୍ରେ ତାଙ୍କୁ ଅନୁଭବ ହେଲା ଯେ ସେ ପାଣି ବଦଳରେ ସାନିଟାଇଜର ପିଉଛନ୍ତି। ସେହି ସମୟରେ ପଓ୍ବାନଙ୍କ ପାଖରେ ବସିଥିବା ଜଣେ ଅଧିକାରୀ ତାଙ୍କୁ ପିଇବାରୁ ରୋକିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେତେବେଳେ ଯାଏ ପଓ୍ବାନ ସାନିଟାଇଜର ର ଦୁଇ ତିନି ବୁନ୍ଦା ପିଇ ସାରିଥିଲେ। ପୁଣି ସେଇଠି ଏକ କର୍ମଚାରୀ ଆସି ବଓ୍ବାନଙ୍କୁ ପାଣି ବୋତଲ ଦେଲେ , ଏହି ଘଟଣା ସମୟରେ ଶିକ୍ଷା ସମିତିର ଚେୟାରପର୍ସନ ସନ୍ଧ୍ୟା ଦୋଷୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ମହାରାଷ୍ଟ୍ରରେ ମଧ୍ୟ ଏପରି ଏକ ଘଟଣା ଜାନୁଆରୀ ୩୧ କୁ ହୋଇଥିବାର ସାମନାକୁ ଆସିଥିଲା। ଯେଉଁଠି ୟଓ୍ବତମାଲ ଜିଲ୍ଲାରେ ସ୍ବାସ୍ଥ୍ୟ କର୍ମୀମାନେ ୧୨ଟି ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ବଦଳରେ ସାନିଟାଇଜର ଟୀକା ଦେଇ ଦେଇଥିଲେ। ଯେଉଁ ଶିଶୁ ମାନଙ୍କୁ ସାନିଟାଇଜର ଟୀକା ଦିଆ ଯାଇଥିଲା ତାଙ୍କ ବୟସ ୧ ବର୍ଷ ରୁ ୫ ବର୍ଷ ଥିଲା। ଏହାପରେ ଶିଶୁ ମାନଙ୍କୁ ବସନ୍ତରାଓ ନାଏକ ମେଡିକାଲ କଲେଜରେ ଭର୍ତ୍ତୀ କରାଯାଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *