ଅଣ୍ଡା ଭିତରେ ହିଁ ମହିଳା ହୋଇଯିବ ପୁରୁଷ ଚିଆଁ, ଇଜରାୟଲରେ ଷ୍ଟାର୍ଟ ଅପ

ଯେଉଁ ଅଣ୍ଡା ଆମେ ଖାଉଛେ ତା ପଛରେ ଏକ ଲୁଚିଥିବା ମୂଲ୍ୟ ରହିଛି।ପ୍ରତିବର୍ଷ ସାରା ଦୁନିଆରେ ପାଖାପାଖି ୭ବିଲିୟନ କିମ୍ବା ୭୦୦ କୋଟି ପୁରୁଷ କୁକୁଡ଼ାଙ୍କୁ ମାରା ଯାଇଥାଏ।କାରଣ ଚିକେନ ଇଣ୍ଡଷ୍ଟ୍ରିରେ ଏମାନଙ୍କର ଆବଶ୍ୟକତା କମ ପଡୁଛି।ଅଧିକ ଆବଶ୍ୟକତା ହୋଇଥାଏ ମହିଳା କୁକୁଡ଼ା ମାନଙ୍କର କାରଣ ସେମାନେ ଅଣ୍ଡା ଦେଇଥାନ୍ତି।ବର୍ତ୍ତମାନ କୁକୁଡା ମାନଙ୍କର ହତ୍ୟାକୁ ରୋକିବା ପାଇଁ ଇଜରାୟଲର ଏକ ଷ୍ଟାର୍ଟ ଅପ ନୂଆ ଉପାୟ ଖୋଜିଛନ୍ତି।ଉପାୟଟି ଅମୂଲ୍ୟ ଅଟେ – ଅଣ୍ଡାରୁ ବାହାରିବା ପୂର୍ବରୁ ହିଁ ମହିଳା କୁକୁଡ଼ାରେ ପରିଣତ ହୋଇଯିବ ପୁରୁଷ କୁକୁଡ଼ା।ଆସନ୍ତୁ ଜାଣିବା ଏହା ବିଷୟରେ..

ସାରା ଦୁନିଆରେ କୁକୁଡ଼ା ପାଳନ କରୁଥିବା ଚାଷୀମାନଙ୍କୁ ଜଣା ଅଛି ଯେ ଯେତିକି ଅଣ୍ଡା କୁକୁଡ଼ାମାନେ ଦେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧା ପୁରୁଷ କୁକୁଡ଼ା ହୋଇଥାନ୍ତି।ଏହି ପୁରୁଷ କୁକୁଡ଼ାଙ୍କୁ ମାଂସ ପାଇଁ ପାଳନ କରିବାଟା ଆର୍ଥିକ ଦୃଷ୍ଟି କୋଣରୁ କ୍ଷତିକାରକ ହୋଇଥାଏ। ଏଥିପାଇଁ ଅନେକ ଥର ଇଂଲଣ୍ଡ ପରି ଦେଶରେ ଏହି ପୁରୁଷ କୁକୁଡ଼ାମାନଙ୍କୁ ଶ୍ରେଡିଙ୍ଗ ମେସିନରେ ପକେଇ ଦିଆଯାଇଥାଏ।ଅନେକ ସ୍ଥାନରେ ଏମାନଙ୍କୁ ଗ୍ୟାସ ଦେଇ ହତ୍ୟା ମଧ୍ୟ କରାଯାଇଥାଏ।

ଦ ଗାର୍ଜିଆନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଯଦି ଏହି କୁକୁଡ଼ା ମାନଙ୍କୁ ଛୁଆ ବାହାରିବା ପୂର୍ବରୁ ମହିଳା କୁକୁଡ଼ା କରାଯାଏ ତାହେଲେ ସେମାନଙ୍କର ହତ୍ୟା କରାଯାଇ ପାରିବ ନାହିଁ।ଏହା କୁକୁଡ଼ା ଶିଳ୍ପର ବୃଦ୍ଧି ମଧ୍ୟ କରିବ। କୁକୁଡ଼ା ତିଆରି କରୁଥିବା କୁକୁଡ଼ାମାନେ ପରେ ଅଣ୍ଡା ମଧ୍ୟ ଦେବେ। ଏହି ଉପାୟଟି ଇଜରାୟଲ ଷ୍ଟାର୍ଟ ଅପ କମ୍ପାନୀ ସୁସ ଟେକ୍ନୋଲୋଜି (Soos Technology) ବାହାର କରିଛନ୍ତି।

ସୁସ ଟେକ୍ନୋଲୋଜି (Soos Technology)ର ସ୍ଥାପନା ବର୍ଷ ୨୦୧୭ରେ ହୋଇଥିଲା।ଏହା ପରେ ଏଥିରେ ୩.୩ ନିୟୁତ ଡଲାର ଅର୍ଥାତ ୨୪.୦୮କୋଟି ଟଙ୍କାର ବିନିଯୋଗ ମଧ୍ୟ କରାଯାଇଥିଲା।ବର୍ତ୍ତମାନ ଏହି କମ୍ପାନୀ ବାଣିଜ୍ୟିକ ରୂପରେ ପୋଲ୍ଟ୍ରୀ ଭ୍ରୂଣ (Embryos)ର ଲିଙ୍ଗ ପରିବର୍ତ୍ତନ କରିଦେବା ପାଇଁ ଚାହୁଁଛନ୍ତି।ଯାହାଫଳରେ ଯେତେବେଳେ ସେମାନେ ବିକଶିତ ହେବେ ତ ଅଣ୍ଡାରୁ ମହିଳା କୁକୁଡ଼ାମାନେ ହିଁ ବାହାରିବେ।

ସୁସ ଟେକ୍ନୋଲୋଜି (Soos Technology) ସାଉଣ୍ଡ ଭାଇବ୍ରେଶନ ମାଧ୍ୟମରେ ଏହି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଏହି କମ୍ପାନୀର ସିଇଓ ୟାଏଲ ଅଲ୍ଟର କହିଛନ୍ତି କି ଅଣ୍ଡାକୁ ସାଉଣ୍ଡ ଭାଇବ୍ରେଶନ ସାମ୍ନାରେ ରଖାଯିବ ତ ଏହି କାରଣରୁ ପୁରୁଷ କୁକୁଡାମାନଙ୍କ ଜିନରେ ପରିବର୍ତ୍ତନ ହୋଇଥାଏ। ଏହାଦ୍ଵାରା ସେମାନଙ୍କ ନର ଅଣ୍ଡାକୋଷ ବଦଳି ମହିଳା ଅଣ୍ଡାକୋଷ ଅର୍ଥାତ ଡିମ୍ଵାଣୁକୁ ବଦଳାଯାଇଥାଏ।

ୟାଏଲ କହିଛନ୍ତି କି ତାଙ୍କ କଂପାନୀ ପରିଶେଷରେ ଏହାକୁ ପ୍ରୟୋଗ କରିଛନ୍ତି।ଆମେ ଆଜି ପର୍ଯ୍ୟନ୍ତ ଯେତେ ଅଣ୍ଡା ଉପରେ ଏହି ସାଉଣ୍ଡ ଭାଇବ୍ରେଶନର ପ୍ରୟୋଗ କରିଛୁ ସେଥିରୁ ୬୦ଶତକଡା ଅଣ୍ଡାର ଜୀନ ବଦଳି ଯାଇଛି।ଅର୍ଥାତ ପୁରୁଷ କୁକୁଡ଼ାଙ୍କ ବଦଳରେ ମାଇ କୁକୁଡ଼ା ଜନ୍ମ ହେଉଛନ୍ତି। ଏଥିରୁ ସବୁଠାରୁ ବଡ଼ ଲାଭ ଏହା ମିଳିବକି ପୁରୁଷ ଚିଆଁକୁ ମାରିବାର ଆବଶ୍ୟକତା ପଡ଼ିବ ନାହିଁ।ସୁସ ଟେକ୍ନୋଲୋଜି (Soos Technology)ର ଚେଷ୍ଟା ହେଉଛି କି ସେ ପ୍ରତ୍ୟେକ ଅଣ୍ଡାର ପୁରୁଷ ଚିଆଁକୁ ବଦଳାଇ ମହିଳା ଚିଆଁ କରିବେ।

ସୁସ ଟେକ୍ନୋଲୋଜି (Soos Technology) ପରିଶେଷରେ ତିନୋଟି ଦେଶରେ ନିଜର ପ୍ରୟୋଗ କରୁଛନ୍ତି।ଇଜରାୟଲ, ଆମେରିକା ଏବଂ ଇଟାଲୀ।କଂପାନୀର କହିବା କଥା ହେଉଛି କି ପରିଶେଷରେ ଆମେ ଏହି କୌଶଳର ବିକଶିତ କରୁଛୁ କି ଯାହାଦ୍ଵାରା ଆମେ ଅଣ୍ଡାକୁ ଦେଖି ଜାଣି ପାରିବୁ କି ଏହା ପୁରୁଷ କି ମହିଳା। ଏଥିପାଇଁ ଏହି ଲୋକମାନେ ଏଗ ଫ୍ଲୁଡର ନମୁନା ଏବଂ ଅଫ୍ଟିକଲ ଟେକ୍ନୋଲୋଜିର ଉପଯୋଗ କରୁଛନ୍ତି।

ଏଗ ଫ୍ଲୁଡର ନମୁନା ନେଇ ଅଫ୍ଟିକଲ ଟେକ୍ନୋଲୋଜି ମାଧ୍ୟମରେ ଏହାର ପରୀକ୍ଷା କରୁଛନ୍ତି। ଏହାପରେ ସାଉଣ୍ଡ ଭାଇବ୍ରେଶନ ଦ୍ଵାରା ଜିନ ବଦଳାଇ ଏହାକୁ ପୁରୁଷରୁ ମହିଳା ଚିଆଁ କରି ଦିଆ ଯାଇଥାଏ। ବହୁ ୟୁରୋପୀୟ ଦେଶ ଚାହୁଁଛନ୍ତି କି ପୁରୁଷ କୁକୁଡ଼ାଙ୍କୁ ମାରିବା ବନ୍ଦ କରାଯାଉ।ଫ୍ରାନ୍ସ ତ ବର୍ଷ ୨୦୨୧ ପର୍ଯ୍ୟନ୍ତ ପୁରୁଷ କୁକୁଡ଼ାଙ୍କୁ ମାରିବା ବନ୍ଦ କରି ଦେବ। କାରଣ ଏହି ଦେଶ ସୁସ ଟେକ୍ନୋଲୋଜି (Soos Technology)ର ଉପାୟକୁ ନେଇ ଖୁସି ଅଛନ୍ତି।

ସାଉଣ୍ଡ ଭାଇବ୍ରେଶନ ମାଧ୍ୟମରେ ଅଣ୍ଡା ଭିତରେ ମହଜୁଦ ଜୀବର ଲିଙ୍ଗ ବଦଳାଇବା ଏକ କଠିନ ପ୍ରକ୍ରିୟା ଅଟେ। ଏହାକୁ ନେଇ ବୈଜ୍ଞାନିକ ମାନଙ୍କ ମଧ୍ୟରେ ମତଭେଦ ମଧ୍ୟ ଦେଖା ଯାଇଛି। କିନ୍ତୁ ପରିଶେଷରେ ଚିଆଁ ମାନଙ୍କ ଉପରେ ସାଉଣ୍ଡ ଭାଇବ୍ରେଶନର ପ୍ରହାର କରା ଯାଇଥିଲା। ଯେଉଁ କାରଣରୁ ସେମାନଙ୍କର ବହୁତ ଜିନ ଦୁର୍ବଳ ହୋଇଯାଇଥାଏ। ଏହି ଜିନ ହାଡ ଗଠନ କରିବା ଏବଂ ଘାଆକୁ ପୂରଣ କରିବାରେ ସାହାଯ୍ୟ କରିଥାଏ।

କ୍ୟୋଟୋ ୟୁନିଭର୍ସୀଟୀ ଜାପାନର ରିସର୍ଚ୍ଚର ମାସାହିରୋ କୁମେତା କହିଛନ୍ତି କି ସାଉଣ୍ଡ ଭାଇବ୍ରେଶନ ଦ୍ଵାରା ଜିନରେ ପରିବର୍ତ୍ତନ କରିବାଟା ବିଶ୍ଵ ସ୍ତରରେ ମାନ୍ୟତା ପ୍ରାପ୍ତ ହୋଇନାହିଁ। କିନ୍ତୁ ବାୟୋଷ୍ଟିମ୍ୟୁଲେଶନ ସୋର୍ସ ମାଧ୍ୟମରେ ଚେଷ୍ଟା କରିବା ଦ୍ଵାରା ପ୍ରଭାବ ପଡିଥାଏ। ଯଦି ସାଉଣ୍ଡ ଭାଇବ୍ରେଶନରେ ବାୟୋଷ୍ଟିମ୍ୟୁଲେଶନର କ୍ଷମତା ରହିଛି ତାହେଲେ ଏହା ଜିନକୁ ପରିବର୍ତ୍ତିତ କରି ପାରିବ।

Leave a Reply

Your email address will not be published. Required fields are marked *