ଚୀନରୁ ଏକ ଆ-ଶ୍ଚ-ର୍ଯ୍ୟ-କର ଘଟ-ଣା ସାମ୍ମନାକୁ ଆସିଛି, ଯେଉଁଠି ଜଣେ ବ୍ୟକ୍ତିର ଶରୀର ହଳଦିଆ ପଡିଯାଇଛି। ଏହି ବ୍ୟକ୍ତି ଜଣଙ୍କ ୩୦ ବର୍ଷ ହେବ ଚେନ ସ୍ମୋକର ଥିଲେ। ଏହି କଲର ଏତେ ଗାଢ ହୋଇ ଯାଇଥିଲା କି ଯେମିତି ଲାଗୁଥିଲା ବ୍ୟକ୍ତି ଜଣଙ୍କ ଉପରେ ହଳଦିଆ ରଙ୍ଗର ପ୍ରିଣ୍ଟି କରାଯାଇଛି। ଚୀନର ଜିୟାଙ୍ଗ୍ସୁ ପ୍ରାନ୍ତରେ ରହୁଥିବା ଏହି ୬୦ ବର୍ଷ ବୟସର ବ୍ୟକ୍ତିଙ୍କୁ ଯେତେବେଳେ ହସ୍ପିଟାଲ ନିଆଗଲା ସେତେବେଳେ ଡକ୍ଟର ତାଙ୍କୁ ଜଣ୍ଡିସ ହୋଇଛି ବୋଲି କହିଲେ।
ଏନଏଚଏସ ଓ୍ବେବସାଇଟ ଅନୁସାରେ, ଜଣ୍ଡିସ କାରଣରୁ ମନୁଷ୍ୟର ଶରୀର ହଳଦିଆ ହେବା ସହିତ ଆଖିର ଧଳା ଅଂଶ ହଳଦିଆ ହୋଇଥାଏ। ଏହା ବାସ୍ତବରେ ଶରୀରରେ ହଳଦିଆ ରଙ୍ଗର ବିଲୀରୂବୀନ ଜମା ହେବା ହେତୁ ଶରୀର ହଳଦିଆ ହୋଇଥାଏ। ଏହା ଦ୍ବାରା ଲିଭର ଜନତି ରୋଗ ମଧ୍ୟ ହୋଇପାରେ ଏବଂ ଏହି ସମୟରେ ତୁରନ୍ତ ହସ୍ପିଟାଲର ସାହାର୍ଯ୍ୟ ନେବା ଆବଶ୍ୟକ। ବର୍ତ୍ତମାନ ଏହି ଲୋକର ଶରୀର ବହୁତ ଗାଢ ହଳଦିଆ ହୋଇ ଯାଇଥିଲା।
ଡକ୍ଟରଙ୍କର କହିବା ଏହାକି ଏହି ବ୍ୟକ୍ତି ଜଣକ ପେଟରେ ଟ୍ୟୁମର ହୋଇ ଯାଇଥିଲା ଏବଂ ସେହି ଟ୍ୟୁମର ଏତେ ବଡ ହୋଇଯାଇଥିଲା କି ବ୍ୟକ୍ତି ଜଣକ ପିତ୍ତ ନଳୀ କଳା ହୋଇଯାଇ ଜଣ୍ଡିସ ହୋଇ ଯାଇଥିଲା। ଡକ୍ଟରଙ୍କ କହିବା ଏହା କି ଅଧିକ ସିଗା-ରେଟ ପିଇବା ଦ୍ବାରା ଏହି ବ୍ୟକ୍ତିର କୋଶ ଗୁଡିକର ଆକାର ବଡ ହୋଇ ଯାଇଥିଲା ଯାହାପାଇଁ ତାଙ୍କର ଏପରି ପରିସ୍ଥିତି ହୋଇଛି। ଡକ୍ଟର କହିଛନ୍ତି କି ସେହି ବ୍ୟକ୍ତିଙ୍କ ଶରୀରରେ ଏହି ଟ୍ୟୁମର ଛଡା ଆଉ ଏକ ଟ୍ୟୁମର ମଧ୍ୟ ଫୁଲୁଥିଲା। ବଞ୍ଚି ରହିବାକୁ ହେଲେ ସେ ତାଙ୍କ ଲାଇଫ ସ୍ଟାଇଲକୁ ବଦଳେଇବାକୁ ପଡିବ।
ଡକ୍ଟର ମାନଙ୍କର କହିବା ଏହାକି ଏହି ବ୍ୟକ୍ତି ଜଣକ ୩୦ ବର୍ଷ ହେବ ମଦ ପିଇବା ସହିତ ସିଗା-ରେଟ ମଧ୍ୟ ଟାଣୁଥିଲେ। ଏହି ବ୍ୟକ୍ତି ଜଣକର ଟ୍ୟୁମର ବାହର କରା ଯିବା ପରେ ତାଙ୍କ ଶରୀରର ରଙ୍ଗ ଏବେ ସାମାନ୍ୟ ହୋଇ ଯାଇଥିଲା। ଏବଂ ଡକ୍ଟର ତାଙ୍କୁ କହିଥିଲେ କି ତୁମେ ତୁମ ଲାଇଫସ୍ଟାଇଲ ବଦଳାନ୍ତୁ ନହେଲେ ତମ ଜୀବନ ପ୍ରତି ବିପଦ ହୋଇପାରେ।
ଏହା ପୂର୍ବରୁ ଏପରି ଅଭାବନିୟ ଘଟଣା ଆମେରିକାରୁ ସାମ୍ମନାକୁ ଆସିଥିଲା ଯେତେବେଳେ ଜଣେ ବ୍ୟକ୍ତି ବାଇପୋଲର ଡିସଅର୍ଡର ରୋଗରେ ଆକ୍ରାନ୍ତ ଥିଲେ ସେ ତାଙ୍କ ଔଷଧ ଛାଡି ସାଇକେଡେଲିକ ଡ୍ରକ ମୈଜିକ ମଶରୂମର ଇଞ୍ଜେକଶନ ନିଜ ଦେହରେ ନିଜେ ଲଗାଇ ଦେଇଥିଲେ। ଯାହାପରେ ତାଙ୍କ ରକ୍ତରେ ଛତୁ ଉଠିବାକୁ ଲାଗିଥିଲା ଏବଂ ଶରୀରର ଅଙ୍ଗ ମଧ୍ୟ ଖରାପ ହେବାକୁ ଲାଗିଲା।