ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆମେରିକ ନିର୍ବାଚନ ହାରିବା ପରେ ମଧ୍ୟ ସମସ୍ୟା କମ ହେବାର ନାଁ ନେଉ ନାହିଁ। ଜାନୁଆରୀ ୬ରେ କ୍ୟାପିଟାଲ ବିଲଡିଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ସର୍ମଥକମାନଙ୍କ ଆକ୍ର-ମଣ ପାଇଁ ତାଙ୍କ ଉପରେ ମହାଭି-ଯୋଗର ମା-ମଲା ଚାଲିଛି ଏବଂ ଏହା ସହିତ ତାଙ୍କ ପର୍ସନାଲ ଲାଇଫରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଛି। ରିପୋର୍ଟରେ ଦାବି କରାଯାଉଛି କି ମେଲାନିୟା ଟ୍ରମ୍ପ ବହୁତ ଜଲଦି ଡୋନାଲ୍ଡଙ୍କୁ ତଲାଖ ଦେଇପାରନ୍ତି।
ବ୍ରାଣ୍ଡ ଏବଂ ମ୍ୟାନେଜମେଣ୍ଟ ଏକ୍ସପର୍ଟ ଏରିକ ଶିଫର କହିଛନ୍ତି କି ମୋର ପୁରା ବିଶ୍ବାସ ଅଛି କି ମେଲାନିୟାଙ୍କ ପରାମର୍ଶଦାତା ତାଙ୍କୁ ବହୁତ ଜଲଦି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଛାଡପତ୍ର ନେବା ପାଇଁ କହୁଥିବେ। ଟ୍ରମ୍ପଙ୍କୁ ଛାଡପତ୍ର ଦେବାପରେ ତାଙ୍କର ୧୫୦ ମିଲିୟନ ଡଲାର ବା ପାଖାପାଖି ୧୧ ଆରବିୟ ଟଙ୍କା ମେଲାନିୟାଙ୍କୁ ମିଳିପାରେ। ଏମିତିରେ ଯେପରି ଟ୍ରମ୍ପଙ୍କ ବି-ରୋ-ଧରେ କେ-ସ ଆରମ୍ଭ ହେବ ଏବଂ ସେ କାନୁନ ହାତରେ ଫସି ଯିବେ, ମେଲିନିୟାଙ୍କ ପାଇଁ ସେତେବେଳେ ବହୁତ ସମସ୍ୟା ହୋଇପାରେ।
ଟ୍ରମ୍ପ ଏବଂ ମେଲିନିୟାଙ୍କ ସମ୍ପର୍କକୁ ନେଇ ବହୁତ ସମୟ ହେବ କଳ୍ପନା ଜଳ୍ପନା ଚାଲୁଥିଲା। ରିପୋର୍ଟ ଅନୁସାରେ ଡୋନାଲ୍ଡ ଏବଂ ମେଲିନିୟା ୪ ବର୍ଷ ହେବ ନିଜ କାର୍ଯ୍ୟକାଳ ପାଇଁ ଅଲଗା ଅଲଗା ବେଡ ରୁମରେ ଶୋଉଥିଲେ। ଏହା ବ୍ୟତିତ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ ରାଜନୀତିକ ସହଯୋଗୀ ଓମାରୋସା ମୈନିଗଲ୍ଟ ନ୍ୟୁମୈନ ମଧ୍ୟ କିଛି ସପ୍ତାହ ପୂର୍ବେ ଦାବି କରି କହିଥିଲେ କି ଟ୍ରମ୍ପ ଏବଂ ମେଲାନିୟାଙ୍କ ପାଖାପାଖି ଦେଢ ଦଶକ ଚାଲୁଥିବା ବୈବାହିକ ଜୀବନ ଶେଷ ହୋଇ ସାରିଛି କିନ୍ତୁ ମେଲିନିୟା ସେହି ସମୟରେ ନ୍ୟୁମୈନଙ୍କ କଥାକୁ ଖଣ୍ଡନ କରି ଦେଇଥିଲେ।
ଉଲ୍ଲେଖ ଯୋଗ୍ୟ ଏହା କି ଡୋନାଲ୍ଡ ଟ୍ରମ୍ପ ୧୮୬୯ ମସିହାରୁ ପ୍ରଥମ ଏପରି ରାଷ୍ଟ୍ରପତି ଅଟନ୍ତି ଯିଏ ନିଜର ଉତ୍ତରଧିକାରୀଙ୍କ ଶପଥ ଗ୍ରହଣର ସମାରୋହକୁ ଯାଇ ନଥିଲେ। ଏହା ବ୍ୟତିତ ସେ ଏପରି ଏକ ପ୍ରଥମ ରାଷ୍ଟ୍ରପତି ଅଟନ୍ତି ଯାହାଙ୍କ ବିରୋଧରେ ଦୁଇ ଥର ମହା-ଭି-ଯୋଗର ମାମଲା ଚାଲିଛି। ସେଇଠି ମେଲିନିୟା ମଧ୍ୟ ହ୍ବାଇଟ ହାଉସର ପରମ୍ପରାକୁ ଭାଙ୍ଗି ଏଠାରୁ ଯିବା ପୂର୍ବରୁ ହ୍ବାଇଟି ହାଉସର ସ୍ଟାଫ ମାନଙ୍କୁ ଅ-ଣ-ଦେଖା କରିଥିଲେ ଏବଂ ସେ ଏଠାରେ କାମ କରୁଥିବା ୮୦ ଜଣ ଲୋକମାନଙ୍କୁ ଧନ୍ୟବାଦ ମଧ୍ୟ କହି ନଥିଲେ।
ଡୋନାଲ୍ଡ ଟ୍ରମ୍ପ ଏବଂ ମେଲିନିୟାଙ୍କ ଲଭ ଷ୍ଟୋରୀ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା। ନ୍ୟୁୟର୍କରେ ଫ୍ୟାସନ ଓ୍ବିକର ଆୟୋଜନ ପରେ ଟାଇମ୍ସ କିଟକ୍ୟାଟ କ୍ଲବରେ ଏକ ପାର୍ଟି ହେଉଥିଲା, ଯେଉଁଠି ଟ୍ରମ୍ପ ଏବଂ ମେଲିନିୟାଙ୍କର ଦେଖା ହୋଇଥିଲା। ସେହି ସମୟରେ ଟ୍ରମ୍ପଙ୍କ ବୟସ ୫୨ ଏବଂ ମେଲିନିୟାଙ୍କ ବୟସ ୨୮ ବର୍ଷ ହୋଇଥିଲା। ଏହାର ୬ ବର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ମେଲିନିୟାଙ୍କୁ ଦେଢ ମିଲିୟନର ଡାଇମନ ରିଙ୍ଗ ପିନ୍ଧାଇ ବିବାହ ପାଇଁ ପ୍ରପୋଜ କରିଥିଲେ ଏବଂ ୨୦୦୫ରେ ଦୁଇ ଜଣଙ୍କର ବିବାହ ହୋଇଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।