ବ୍ରିଟେନରେ ଏକ ଚାରି ବର୍ଷର ଛୁଆ ଡାଇନୋସର ପାଦ ଚିହ୍ନର ଖୋଜ କରିଛନ୍ତି ଯାହା ବେଲ୍ସର ଏକ ସମୁଦ୍ର ତଟରୁ ମିଳିଛି। ଗତ ଏକଦଶକରୁ ବ୍ରିଟେନରେ ପ୍ରଥମ ଥର ଡାଇନୋସର ପାଦ ଚିହ୍ନର ଏତେ ସୁନ୍ଦର ନମୁନା ମିଳିଛି। ଲିଲୀ ବାଇଡ୍ଲର ନାମକ ଛୁଆର ଏହି ବିଶେଷ ଖୋଜ ବୈଜ୍ଞାନିକମାନଙ୍କୁ ଏହା ବୁଝାଇବାରେ ସାହାଯ୍ୟ କରିପାରିବ କି ଡାଇନୋସର କେମିତି ଚାଲିଗଲା କାରଣ ଏହା ୨୨୦ ମିଲିୟନ ବର୍ଷ ପୁରୁଣା ପାଦ ଚିହ୍ନ ଅଟେ।
ଦକ୍ଷିଣ ବେଲ୍ସର ବେରୀପାଖ ସମୁଦ୍ର ତଟରେ ଚାଲିବା ସମୟରେ, ଲିଲୀ ବାଇଡ୍ଲର ଏକ ୧୦ସେମି ଲମ୍ବ ଡାଇନୋସରର ପାଦ ଚିହ୍ନ ଚିହ୍ନଟ କରିଥିଲେ ଯାହା ୭୫ସେମି ଲମ୍ବା ଅଟେ। ଦ ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ମୁତାବକ ଏହି ଜୀବ ନିଜର ଦୁଇ ପାଦରେ ଚାଲିପାରେ ଏବଂ ଛୋଟଛୋଟ ଜୀବ ଏବଂ କୀଟ ମାନଙ୍କର ଶିକାର କରି ପାରିଥାଏ। ବେଲ୍ସ ସଂଗ୍ରହାଳୟ ଲିଲୀ ବାଇଡ୍ଲରଙ୍କ ଦ୍ଵାରା ଖୋଜା ଯାଇଥିବା ଡାଇନୋସର ପାଦ ଚିହ୍ନର ଏକ ଫଟୋ ମଧ୍ୟ ଦର୍ଶାଇଛନ୍ତି।
ନ୍ୟାସନାଲ ମ୍ୟୁଜିୟମ ବେଲ୍ସର ପ୍ୟାଲିଏଣ୍ଟୋଲାଜୀ କ୍ୟୁରେଟର ସିଣ୍ଡୀ ହାବେଲ୍ସ ଅନୁସାରେ, ଡାଇନୋସରର ପାଦ ଚିହ୍ନ “ଏହି ସମୁଦ୍ର ତଟରୁ ମିଳିଥିବା ସବୁଠାରୁ ସୁନ୍ଦର ନମୁନା” ଅଟେ। “ଏଠାରେ ଲିଲୀ ଏବଂ ରିଚର୍ଡ (ତାଙ୍କ ବାପା) ଥିଲେ ଯେଉଁମାନେ ପାଦ ଚିହ୍ନର ଖୋଜ କରିଛନ୍ତି।ଲିଲୀ ଏହାକୁ ସେତେବେଳେ ଦେଖିଥିଲେ ଯେତେବେଳେ ସେ ତାଙ୍କ ବାପାଙ୍କ ସହିତ କୂଳରେ ବୁଲୁଥିଲେ। ସେ ଚିହ୍ନକୁ ଦେଖି ନିଜ ବାପାଙ୍କୁ କହିଥିଲେ ‘ଡ୍ୟାଡି ଲୁକ’ ଯେତେବେଳେ ରିଚର୍ଡ ଘରକୁ ଆସି ମୋତେ ଫଟୋ ଦେଖାଇଲେ,ତ ମୋତେ ଲାଗିଥିଲା କି ଏହା ଆଶ୍ଚର୍ଯ୍ୟଜନକ ଲାଗୁଛି,” ଲିଲୀଙ୍କ ମାଆ ସୈଲି ଏହାର ଖବର ଦେଇଛନ୍ତି।
ଲିଲୀ ଏହାର ଖୋଜ କରିବା ପରେ, ପ୍ରାକୃତିକ ସଂଶୋଧନ ବେଲ୍ସର କାନୁନ ଅନୁସାରେ ପାଦ ଚିହ୍ନ ପାଇଁ ବିଶେଷ ଅନୁମତି ପ୍ରାପ୍ତ କରିଥିଲେ। ଏହି ସପ୍ତାହରେ ଜିବାଶ୍ମ ବାହାରିଯିବ ଏବଂ ଏହାକୁ ରାଷ୍ଟ୍ରୀୟ ସଂଗ୍ରହାଳୟ କାର୍ଡିଫ ନେଇଯିବେ। ଯେଉଁଠାରେ ଏହାକୁ ସଂରକ୍ଷିତ କରାଯିବ।
ନ୍ୟାସନାଲ ମ୍ୟୁଜିୟମ ବେଲ୍ସ ଏକ ବୟାନରେ କହିଥିଲେ, “ଏହାର ସୁନ୍ଦର ସଂରକ୍ଷଣ ଦ୍ଵାରା ବୈଜ୍ଞାନିକମାନଙ୍କୁ ତାର ପାଦର ବାସ୍ତବିକ ସରଂଞ୍ଚନାକୁ ସ୍ଥାପିତ କରିବାରେ ସାହାଯ୍ୟ ମିଳିପାରିବ କାରଣ ସଂରକ୍ଷଣ ସ୍ପଷ୍ଟ ରୂପରେ ତା ପାଦର ତଳ ଭାଗ ଏବଂ ଏ ପର୍ଯ୍ୟନ୍ତ ପଞ୍ଝାର ଛାପକୁ ଦେଖିବା ପାଇଁ ପ୍ରର୍ଯ୍ୟାପ୍ତ ଅଟନ୍ତି।”
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।