କିମ ଜୋଙ୍ଗ ଉନଙ୍କ ପତ୍ନୀ ୧ ବର୍ଷରୁ ଅଧିକ ସମୟ ପାଇଁ ନିଖୋଜ ହୋଇଯାଇଥିଲେ, ଉଠିଲା ଏପରି ପ୍ରଶ୍ନ

ଉତ୍ତର କୋରିଆର ସୁର୍ପିମ ଲିଡର କିମ ଜୋଙ୍ଗ ଉନଙ୍କ ସ୍ତ୍ରୀ ରିସୋଲ-ଜୁ ଗତ ଗୋଟିଏ ବର୍ଷରୁ ବି ଅଧିକ ସମୟ ଦେଖିବାକୁ ମିଳି ନାହାଁନ୍ତି। ସେ ଶେଷଥର ୨୦୨୦ ଜାନୁଆରୀ ୨୫ରେ ନିଜ ସ୍ବାମୀଙ୍କ ସହିତ ପ୍ୟୋଙ୍ଗୟୈଙ୍ଗରେ ଲ୍ୟୁନର ନ୍ୟୁ ଇୟର ର ପରଫର୍ମେସ ସମୟରେ ଦେଖିବାକୁ ମିଳିଥିଲେ। କିମ ଜୋଙ୍ଗ ଉନ ସେହି ସମୟରେ ନିଜର ୭୪ ବର୍ଷର ଆଣ୍ଟି କିମ କ୍ୟୋଙ୍ଗ-ହ୍ୟୂଈଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଥିଲା। ଯିଏ କିମଙ୍କୁ ଉତ୍ତର କୋରିଆର ଶକ୍ତି ପାଇବାରେ ସାହାର୍ଯ୍ୟ କରିବା ପରେ ୬ ବର୍ଷ ପର୍ଯ୍ୟନ୍ତ ଗାୟେବ ଥିଲେ।

ଗୋଟିଏ ବର୍ଷ ବିତିବା ପରେ ମଧ୍ୟ ସୋଲ-ଜୂ ଙ୍କ ବିଷୟରେ କୌଣସି ଖବର ନ ମିଳିବାରୁ ସ୍ଥାନୀୟ ମିଡିଆରେ ବହୁତ ପ୍ରଶ୍ନ ଉଠିବାକୁ ଲାଗିଲା। ଡେଲି ସ୍ଟାରର ରିପୋର୍ଟ ଅନୁସାରେ କେତେକ ଉଡା ଖବର ମଧ୍ୟ ମିଳିଛି କି କିମ ଜୋଙ୍ଗ ଉନ ତାଙ୍କ ସ୍ତ୍ରୀଙ୍କୁ ମାରି ଦେଇଛନ୍ତି। କିମ ଜୋଙ୍ଗ ଉନ ଏପରି ନିସ୍ପତି ପାଇଁ ପରିଚିତ। ୨୦୧୩ ମସିହାରେ କିମ ଜୋଙ୍ଗ ପର୍ଯ୍ୟନ୍ତ ନିଜର ଆଣ୍ଟି କିମ କ୍ୟୋଙ୍ଗ ହ୍ୟୂଈଙ୍କ ୬୭ ବର୍ଷିୟ ସ୍ବାମୀ ଜାଙ୍ଗ ସନ୍ଗଙ୍କୁ ମାରି ଦେଇଥିଲେ।

ବର୍ତ୍ତମାନ ତାଙ୍କ ନ୍ୟୁଜ ଅନୁସାରେ ରି ସୋଲ ଜୂଙ୍କ ଗାୟେବ ରହିବା କାରଣ କରୋନା ଭାଇରସ ହୋଇପାରେ। କୋରିଆ ଇନସ୍ଟିଟ୍ୟୁଟ ଫର ନେଶନାଲ ୟୂନିଫିକେଶନର ଡାଇରେକ୍ଟର ହୋଙ୍ଗ ମିନ ମଧ୍ୟ ଏହି କଥାକୁ ସର୍ମଥନ କରିଛନ୍ତି। ରିପୋର୍ଟ ଅନୁସାରେ କରୋନା ମହାମାରୀ ସମୟରେ ସାର୍ବଜନିକ ସମାରୋହରେ ଅଂଶଗ୍ରହଣ କରି ରି ସୋଲ ଜୂ ନିଜର ପରିବାର ପାଇଁ ବିପଦ ହେବାକୁ ଚାହୁଁ ନାହାଁନ୍ତି। ନିଜେ କିମ ଜୋଙ୍ଗ ଉନ ୨୦୨୦ରେ ବହୁତ କମ ସାର୍ବଜନିକ ସମାରୋହରେ ଦେଖିବାକୁ ମିଳିଥିଲେ।

ଉଲ୍ଲେଖନୀୟ ଏହା କି ରି ସୋଲ ଜୂଙ୍କ ପର୍ସନାଲ ଲାଇଫ ବିଷୟରେ ବେଶି ତଥ୍ୟ ନାହିଁ। ରିପୋର୍ଟ ଅନୁସାରେ ସେ କିମ ସୁନ୍ଗ ୟୁନିଭର୍ସିଟୀରୁ ଗ୍ରାଜୁୟଶନ କରିଛନ୍ତି। ସେ ଉତ୍ତର କୋରିଆର ରାଜଧାନୀରେ ସ୍କୁଲ ପଢା ସାରିବା ପରେ ଚୀନ ଯାଇ ଗୀତ ଶିକ୍ଷିବା ପାଇଁ ନିସ୍ପତି ନେଇଥିଲେ। ରି ସୋଲ ଜୂଙ୍କ ଗୋଟିଏ ପର୍ଫର୍ମେନ୍ସ ପାଇଁ କିମ ଜୋଙ୍ଗ ଉନ ତାଙ୍କୁ ପ୍ରଥମ ଥର ଦେଇଥିଲେ।

ରେ ସୋଲ ଜୂଙ୍କ ଫ୍ୟାମିଲ ବୈକଗ୍ରାଉଣ୍ଡ ବହୁତ ଶକ୍ତିଶାଳୀ ଅଟେ। ସେ କୋରିଆନ ପିପଲ ଆର୍ମୀର ପୂର୍ବ ହେଡଙ୍କ ନାତୁଣି ଅଟନ୍ତି। ୨୦୧୨ ମସିହାରେ ତାଙ୍କୁ ସ୍ଥାନୀୟ ମିଡିଆରେ ଅଧିକାରୀକ ଭାବରେ କିମ ଜୋଙ୍ଗ ଉନଙ୍କ ସ୍ତ୍ରୀ କୁହା ଯାଇଥିଲା। କିଛି ରିପୋର୍ଟରେ ଏହା ମଧ୍ୟ କୁହା ଯାଇଛି କି ସେ ଦୁଇ ଜଣଙ୍କର ୨୦୦୯ରେ ବିବାହ ହୋଇଥିଲା ଏବଂ ତାଙ୍କର ତିନୋଟି ପିଲା ଅଛନ୍ତି ବୋଲି କିନ୍ତୁ ଏହି ରିପୋର୍ଟକୁ ଉତ୍ତର କୋରିଆ କେବେବି କନ୍ଫର୍ମ କରି ନାହିଁ।

କ୍ୟୁଙ୍ଗନୈମ ୟୂନିଭର୍ସିଟୀରେ ଉତ୍ତର କୋରିଆର ସ୍ଟଡୀ କରୁଥିବା ଜଣେ ପ୍ରଫେସର କହିଛନ୍ତି କି ଗତ ତିନି ବର୍ଷ ଭିତରେ କିମ ଜୋଙ୍ଗ ଉନଙ୍କ ସ୍ତ୍ରୀ ତାଙ୍କ ସହ ଦେଖିବାକୁ ମିଳି ନାହାଁନ୍ତି। ଏଥିରୁ ଏହା ପ୍ରମାଣ ହେଉଛି କି କିମ ଜୋଙ୍ଗ ଉନ ବର୍ତ୍ତମାନ ନିଜେ ନିଜକୁ ଏପରି ଜଣେ ସାମାନ୍ୟ ଲିଡର ଦେଖାଇବା ପାଇଁ କୌଣସି ଚେଷ୍ଟା କରୁ ନାହାଁନ୍ତି ଯିଏ ନିଜ ସ୍ତ୍ରୀଙ୍କୁ ସମାରୋହକୁ ନେଇ ଆସନ୍ତି। ମୋ ହିସାବରେ ବର୍ତ୍ତମାନ ତାଙ୍କ ନଜର ଉତ୍ତର କୋରିଆର ଅର୍ଥବ୍ୟବସ୍ଥାକୁ ଠିକ କରିବା ଉପରେ ରହିଛି।

କ୍ୟୁଙ୍ଗନୈମ ୟୂନିଭର୍ସିଟୀରେ ଉତ୍ତର କୋରିଆର ସ୍ଟଡୀ କରୁଥିବା ଜଣେ ପ୍ରଫେସର କହିଛନ୍ତି କି ଗତ ତିନି ବର୍ଷ ଭିତରେ କିମ ଜୋଙ୍ଗ ଉନଙ୍କ ସ୍ତ୍ରୀ ତାଙ୍କ ସହ ଦେଖିବାକୁ ମିଳି ନାହାଁନ୍ତି। ଏଥିରୁ ଏହା ପ୍ରମାଣ ହେଉଛି କି କିମ ଜୋଙ୍ଗ ଉନ ବର୍ତ୍ତମାନ ନିଜେ ନିଜକୁ ଏପରି ଜଣେ ସାମାନ୍ୟ ଲିଡର ଦେଖାଇବା ପାଇଁ କୌଣସି ଚେଷ୍ଟା କରୁ ନାହାଁନ୍ତି ଯିଏ ନିଜ ସ୍ତ୍ରୀଙ୍କୁ ସମାରୋହକୁ ନେଇ ଆସନ୍ତି। ମୋ ହିସାବରେ ବର୍ତ୍ତମାନ ତାଙ୍କ ନଜର ଉତ୍ତର କୋରିଆର ଅର୍ଥବ୍ୟବସ୍ଥାକୁ ଠିକ କରିବା ଉପରେ ରହିଛି।

Leave a Reply

Your email address will not be published. Required fields are marked *