ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଗଲା ସାନିଟାଇଜର, ଗୁ-ରୁ-ତ୍ୱ-ର ଅବସ୍ଥାରେ ୧୨ ଶିଶୁ

ପୋଲିଓ ବୁନ୍ଦାକୁ ନେଇ ମହାରାଷ୍ଟ୍ରର ୟାଭତମାଲ ଜିଲ୍ଲାରେ ଏକ ଅଭା-ବନିୟ ଘ-ଟଣା ଦେଖିବାକୁ ମିଳିଛି, ଯେଉଁଠି ସ୍ବାସ୍ଥ୍ୟ କର୍ମୀମାନେ ପୋଲିଓ ବୁନ୍ଦା ବଦଳରେ ୫ ବର୍ଷର ଶିଶୁ ମାନଙ୍କୁ ହ୍ୟାଣ୍ଡ ସାନିଟାଇଜରର ବୁନ୍ଦା ଦେଇ ୧୨ଟି ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ହୋଇଥିବା ଶିଶୁ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଛି।

ଗତ ରବିବାର ଦିନ ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦେବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଥିଲା। ଏହି ସମୟରେ ୟାଭତମାଲ ଜିଲ୍ଲାରେ ଘାଟାନଜିର କାପାସି – କୋପାରୀ ଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ କର୍ମିମାନଙ୍କ ଦ୍ବାରା ଏକ ଅଭା-ବନିୟ ଘଟ-ଣା ଘଟିଛି। ପୋଲିଓ ସପ୍ଲିମେଣ୍ଟ ବଦଳରେ ସ୍ବାସ୍ଥ୍ୟ କର୍ମି ଶିଶୁମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ଦେଇଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ଜଣେ ଅଧିକାରୀଙ୍କ କହିବା ଅନୁସାରେ ଶିଶୁ ମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ଦିଆ ଯାଇଥିଲା। ଏହାପରେ ଅନେକ ଶିଶୁଙ୍କର ସ୍ବାସ୍ଥ୍ୟ ଅବସ୍ଥା ବହୁତ ଗୁରୁତର ହେବା ସହିତ ବାନ୍ତି ମଧ୍ୟ ହୋଇଥିଲା। ଫଳରେ ସେଠି ଥିବା ବାପା-ମା ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ଆ-ତଙ୍କ ଖେଳି ଯାଇଥିଲା। ପରେ ସବୁ ଗୁ-ରୁ-ତ-ର ଶିଶୁମାନଙ୍କୁ ଭାସନ୍ତରାଓ ସରକାରୀ ମେଡିକାଲ କଲେଜ ଏବଂ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଥିଲା।

ସେହି ମେଡିକାଲର ମୁଖ୍ୟ କହିଛନ୍ତି ଏବେ ସବୁ ଶିଶୁ ସ୍ବାସ୍ଥ୍ୟ ସୁସ୍ଥ ଅଛି। ୟାଭତମାଲ ଜିଲ୍ଲାପାଳ ଏମ ଦେବେନ୍ଦ୍ର ସିଂ ରବିବାରକୁ ମେଡିକାଲ ପରିସର ବୁଲିବା ସହିତ ଶିଶୁ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ତା ପରେ ସେ ଜିଲ୍ଲା ପରିଷଦର ସିଇଓ ଶ୍ରୀକୃଷ୍ଣ ପଞ୍ଚଲଙ୍କୁ କପସି କୋପାରୀ ଗାଁକୁ ଯାଇ ଘଟଣା ବିଷୟରେ ଅଧିକ ତଥ୍ୟ ଯୋଗାଡ କରିବାକୁ ନିର୍ଦେଶ ଦେଇଥିଲେ। ଘଟ-ଣାର ତ-ଦନ୍ତ ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୋମବାର ବିଳମ୍ବିତ ରାତିରେ ତିନୋଟି ନର୍ସଙ୍କୁ ଚାକିରୀରୁ ବାହାର କରି ଦେଇଛନ୍ତି।

ଆପଣମାନେ ଯଦି ଏପରି ଦେଶ ବିଦେଶର ଖବର, କରୋନା ଖବର, ମନରୋଞ୍ଜନ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ଏବଂ ଓଡିଶାର ଖବର ଯାଣିବା ପାଇଁ ଆମ ପୋର୍ଟାଲକୁ ଲାଇକ ଏବଂ ସେୟାର କରନ୍ତୁ। ଯଦି ଆପଣଙ୍କୁ ଏହି ଖବର ପସନ୍ଦ ଆସିଛି ତେବେ ଏହି ଖବରକୁ ଆପଣ ଆପଣଙ୍କ ସାଙ୍ଗମାନଙ୍କୁ ଏହାକୁ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *