ଯଦି ଆପଣ ଏବେ LPG ସିଲିଣ୍ଡର ହୋମ ଡେଲିଭରି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ। ଆପଣଙ୍କ ଘରେ ସିଲିଣ୍ଡର ସହିତ ସାପ ମଧ୍ୟ ଆସି ପାରେ। ଆମେ ଏଥିପାଇଁ ଏହା କହୁଛୁ କି ହରିଆଣାର ଫତେହବାଦରୁ ଏମିତି ଏକ ଘଟଣା ସାମ୍ମନାକୁ ଅସିଛି।
ବାସ୍ତବରେ ଫତେହବାଦର ପ୍ରଭାକର କଲୋନୀରେ ଜଣେ ବ୍ୟକ୍ତିଙ୍କ ଘରେ LPG ସିଲିଣ୍ଡର ର ହୋମ ଡେଲିଭରି କରା ଯାଇଥିଲା। ଘର ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେତେବେଳେ ସେମାନେ ଦେଖିଲେ ସିଲିଣ୍ଡରର ତଳ ଭାଗରେ ସାପ ସୋଇଛି।
ଯେତେବେଳେ ସିଲିଣ୍ଡରକୁ ତେଢା କରି ଦେଖା ଗଲା ସେତେବେଳେ ସିଲିଣ୍ଡର ତଳେ ଗୋଟେ ସାପ ଥିଲା, ଯାହାକୁ ଦେଖି ପରିବାର ଲୋକ ସବୁ ଭୟବିତ ହୋଇ ଯାଇଥିଲେ ଏବଂ ସେହି ସିଲିଣ୍ଡର ଠାରୁ ଦୂରେଇ ଯାଇଥିଲେ। ଏହାପରେ ପରିବାର ଲୋକ ବନ୍ୟ ଜୀବ ସଂରକ୍ଷକ ଡ. ଗୋପୀଙ୍କୁ ଏହି ଖବର ଦେଇଥିଲେ।
ତାପରେ ଡ. ଗୋପୀ ସେଠାରେ ପହଁଚି ସିଲିଣ୍ଡରରୁ ସାବଧାନର ସହିତ ସାପକୁ ବାହାରକୁ ବାହର କରି ଜଙ୍ଗଲରେ ଛାଡି ଦେଇଥିଲେ। ବର୍ଷ ଦିନେ ଏହି ସମସ୍ୟା ବେଶି ଦେଖିବାକୁ ମିଳିଥାଏ। କାର ଏବଂ ଘରେ ସାପ ଦେଖିବାକୁ ମିଳିଥାଏ।
ଏଥିପାଇଁ ଘରକୁ ସିଲିଣ୍ଡର କିମ୍ବା ଅନ୍ୟ ଯେକୌଣି ଜିନିଷ ହୋମ ଡେଲିଭରିରେ ଆଣୁଛନ୍ତି ତାକୁ ଭଲ ଭାବରେ ଜାଞ୍ଚ କରି ରଖନ୍ତୁ। କାରଣ ହୁଏତ ସେଥିରେ କିଛି ବିଷାକ୍ତ ଜୀବ ଲୁଚି ରହିଥିବ। ଏହା ଦ୍ବାରା ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ମଧ୍ୟ ବିପଦ ଅଟେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।