ଆମେରିକାରେ ପାକିସ୍ଥାନର ପୂର୍ବ ରାଜଦୂତ ଅବିଦା ହୁସୈନ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ଆତ-ଙ୍କୀ ଓସାମା ବିନ ଲାଡେନଙ୍କ ସମ୍ବନ୍ଧକୁ ନେଇ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି କି ପୂର୍ବ ପୀଏମ ନୱାଜ ସରିଫ ଅଲ-କା-ୟଦା ଆତ-ଙ୍କ-ବାଦୀ ଓସାମା ବିନ ଲାଡେନଙ୍କ ଠାରୁ ଆର୍ଥିକ ସାହାଯ୍ୟ ନେଇଥିଲେ।
ନୱାଜ ସରିଫ ସରକାରର ମନ୍ତ୍ରୀ ଏବଂ ଆମେରିକାରେ ପାକିସ୍ଥାନର ପୂର୍ବ ରାଜଦୂତ ଅବିଦା କହିଛନ୍ତି କି ଗୋଟିଏ ସମୟରେ ବିନ ଲାଦେନ ପାକିସ୍ଥାନ ସହିତ ବିଦେଶରେ ମଧ୍ୟ ପ୍ରସିଦ୍ଧ ଥିଲେ। ପରେଯାଇ ସେ ଭୁଲ ରାସ୍ତା ଅକ୍ତିଆର କରିନେଲେ।
ଜଣା ଯାଉଛି କି ତାଙ୍କର ଏହି ମତ ପାକିସ୍ଥାନ ତହରୀକ-ଏ-ଇଂସାଫର ସଦସ୍ୟ ଫାଋଖ ହବିବଙ୍କ ଆ-ରୋପ ପରେ ଆସିଥିଲା। ଯେଉଁଥିରେ ସେ କହିଥିଲେ ନୱାଜ ସରିଫ ଦେଶରେ ବିଦେଶୀ ଫଣ୍ଡିଙ୍ଗକୁ ବଢାଇ ଦେଇଥିଲେ ଏବଂ ବେନଜୀର ଭୁଟ୍ଟୋର ସରକାରଙ୍କୁ ପକାଇବାକୁ ଅବିଶ୍ବାସ ପ୍ରସ୍ତାବ ଆଣିବା ପାଇଁ ଓସାମା ବିନ ଲାଡେନଙ୍କ ଠାରୁ ୭୫କୋଟିର ଫଣ୍ଡ ନେଇଥିଲେ। କଶ୍ମୀରରେ ଝଗଡାକୁ ବଢ଼ାଇବା ପାଇଁ ସେ ଆତ-ଙ୍କୀ ବିନ ଲାଦେନଙ୍କ ଶରଣକୁ ଯାଇଥିଲେ।
ଜଣା ଯାଉଛି କି ଗମ୍ଭୀର ଭ୍ର-ଷ୍ଟା-ଚା-ରର ଆରୋ-ପରେ ସୁପ୍ରିମକୋର୍ଟ ଦ୍ଵାରା ଦୋ-ଷୀ ଧରାଯିବା ପରେ ତାଙ୍କୁ ବର୍ଷ ୨୦୧୭ରେ ସତ୍ତାରୁ ବେଦଖଲ କରି ଦିଆଯାଇଥିଲା। ବେଦଖଲ ହେବାପରେ ସେ ବ୍ରିଟେନକୁ ଚାଲି ଯାଇଥିଲେ ଏବଂ ସେଠାରେ ନିଜର ଚିକିତ୍ସା କରିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।