ଅଷ୍ଟ୍ରେଲିଆରେ କଙ୍ଗାରୁମାନଙ୍କୁ ଧୂଳି ଚଟେଇବା ପରେ ମନ୍ଦିରରେ ପହଁଚିଲେ ଏହି ଖେଳାଳି, କଲେ ଏହି କାମ

ଭାରତ-ଅଷ୍ଟ୍ରେଲିଆ ସିରିଜରେ ଜଣେ ବଲ ବ୍ୟାଟ୍ସମ୍ୟାନ ରୂପରେ ଏଣ୍ଟ୍ରୀ କରିଥିବା ଟି ନଟରାଜନ ଅଷ୍ଟ୍ରେଲିଆ ଯାତ୍ରା କରୁଥିବା ସମୟରେ କେତେକ କାରନାମା କରିଛନ୍ତି। ତାଙ୍କୁ ନା କେବଳ ଟି-20 ଏବଂ ଓ୍ବାନଡେ ବଂର ଟେସ୍ଟରେ ମଧ୍ୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହା ସହତି ନଟରାଜନ କୌଣସି ଯାତ୍ରାରେ ତିନୋଟି ଫର୍ମେଟରେ ଡେବ୍ୟୁ କରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ନିଜର ବିଜୟ ପରେ ନଟରାଜନ ଭାରତ ଫେରି ତାମିଲନାଡୁର ପଲାନୀ ମୁରୂଗନ ମନ୍ଦିରରେ ପୂଜା କରିବା ପାଇଁ ପହଁଚି ଥିଲେ ଏବଂ ଲଣ୍ଡା ହୋଇଥିଲେ। ସୋଶିଆଲ ମିଡିଆରେ ନଟରାଜନ ଏହି ଫଟୋ ସେୟାର କରିଛନ୍ତି , ଯେଉଁଥିରେ ସେ ମନ୍ଦିର ଦର୍ଶନ କରିବାର ଦେଖିବାକୁ ମିଳୁଛି ଏବଂ ନିଜେ ଲଣ୍ଡା ହୋଇଛନ୍ତି।

ଥଙ୍ଗରାସୂ ନଟରାଜନ, ଯିଏ ନା କେବଳ ନିଜର yorker ବଲରୁ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ବଂର ଏକ ଇତିହାସ ବି ରଚନା କରିଛନ୍ତି। ବାସ୍ତବରେ ନଟରାଜନ ଅଷ୍ଟ୍ରେଲିଆ ଯାତ୍ରାରେ ପ୍ରଥମ ଏପରି ଖେଳାଳି ବନିଛନ୍ତି, ଯିଏ ଗୋଟିଏ ସିରିଜିରେ ତିନୋଟି ଫର୍ମେଟରେ ଡେବ୍ୟୁ କରିଛନ୍ତି।

ଶାନ୍ତ ଏବଂ ସରଳ ସ୍ବଭାବର ନଟରାଜନଙ୍କ ପାଇଁ ଏହା କୌଣସି ସ୍ବପ୍ନ ପୂରଣ ହେବାଠାରୁ କମ ନୁହେଁ। ନେଟ ବ୍ୟାଟ୍ସମ୍ୟାନଙ୍କ ରୂପରେ ଅଷ୍ଟ୍ରେଲିଆ ଯାଇଥିବା ନଟ୍ଟୁ କେବେବି ଭାବି ନଥିବେ କି ସେ ଗୋଟିଏ ଯାତ୍ରାରେ ହିଁ ଏପରି କରନାମା କରିବାର ସୁଯୋଗ ପାଇବେ ବୋଲି।

ନିଜର ଏହି ଆଶା ପୂରଣ ହେବା ପରେ ନଟରାଜନ ତାମିଲନାଡୁର ପଲାନୀ ମୁରୂଗନ ମନ୍ଦିରରେ ପହଁଚି ଥିଲେ। ସୋଶିଆଲ ମିଡିଆରେ ମନ୍ଦିର ବାହାରେ ଛିଡା ହୋଇଥିବା ଫଟୋ ସେୟାର କରି ସେ ଲେଖିଥିଲେ – ଏବେ ଖୁସି ଅନୁଭବ ହେଉଛି।

କେବଳ ୪୪ ଦିନ ଭିତରେ ନଟରାଜନ କ୍ରିକେଟର ତିନୋଟି ଫର୍ମେଟରେ ଖେଳିଛନ୍ତି। ତାଙ୍କ ଆଗରେ ଇଙ୍ଗଲଣ୍ଡର ଖେଳାଳି ପିଟର ଇନଗ୍ରାମ ଅଛନ୍ତି। ଯିଏ ସବୁଠାରୁ କମ ୧୨ ଦିନରେ ଏହି ତିନୋଟି ଫର୍ମେଟରେ ମ୍ୟାଚ ଖେଳିଥିଲେ।

ଏହି ସିରିଜ ସାରା ଭାରତର କେତେକ ଖେଳାଳି ଆଘାତ ହୋଇଥିଲେ। ସିଡନୀ ଟେସ୍ଟରେ ଆଘାତ ହେବାପରେ ରବିଚନ୍ଦ୍ରନ ଅଶ୍ବୀନ ଏବଂ ହନୁମା ବିହାରୀ ଚତୁର୍ଥ ଟେସ୍ଟରୁ ବାହାରି ଯାଇଥିଲେ, ସେହି ସମୟରେ ତିବ୍ର ବ୍ୟାଟ୍ସମ୍ୟାନ ଜସପ୍ରୀତ ବୁମରାହ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜଡେଜା ମଧ୍ୟ ଆଘାତ କାରଣରୁ ଟେଷ୍ଟ ଖେଳି ପାରି ନଥିଲେ। ଏହି କାରଣରୁ ଟନରାଜନଙ୍କୁ ଟିମରେ ଆସିବାକୁ ସୁଯୋଗ ମିଳିଥିଲା।

କେବଳ ୪ ମାସ ଭିତରେ ଏହି ଖେଳାଳୀଙ୍କ ଜୀବନ ସମ୍ପୁର୍ଣ୍ଣ ଭାବେ ବଦଳି ଯାଇଛି। କେବଳ ଖେଳରେ ନୁହେଁ ବଂର ପରିବାରରେ ମଧ୍ୟ ଲକ୍ଷ୍ମୀଙ୍କର ଆଗମନ ହୋଇଛି। ଆଜ୍ଞା, ଗତ ବର୍ଷ ନଭେମ୍ବରର ଆଈପିଏଲ ସମୟରେ ନଟରାଜନ ବାପା ହୋଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ଓ୍ବାନଡେ ମ୍ୟାଚରେ ସେ ୨ଟି ଓ୍ବିକେଟ ନେଇଥିଲେ। ଏହାପରେ ୩ ଟି-20 ମ୍ୟାଚର ସିରିଜିରେ ନଟରାଜନ ୬ଟି ଓ୍ବିକେଟ ନେଇଥିଲେ। ସେଇଠି ୨ ଟେସ୍ଟ ମ୍ୟାଚରେ ସେ ୩ଟି ଓ୍ବିକେଟ ନେଇଥିଲେ। ବୁମରାହ, ଶମୀ ଏବଂ ଅଶ୍ବିନ ନଥିଲେ ବି ନଟରାଜନ ଭାରତୀୟ ଟିମକୁ ର୍ଦୁବଳ ହେବାକୁ ଦେଇନଥିଲେ।

କୁହାଯାଏ କର୍ମ କଲେ ସଫଳତା ମିଳିଥାଏ, ଏହି କଥାକୁ ନଟରାଜ ସତ କରି ଦେଇଛନ୍ତି। କାରଣ ଏପରି ଏକ ସମୟ ଥିଲା କି ତାଙ୍କ ପାଖରେ ବଲ କିଣିବାକୁ ପଇସା ନଥିଲା।ନଟରାଜନଙ୍କ ବାପା ଦିନ ମଜୁରିଆ ଥିଲେ ଏବଂ ମା ରାସ୍ତା କଡରେ କୁକୁଡା ବିକ୍ରି କରୁଥିଲେ।

Leave a Reply

Your email address will not be published. Required fields are marked *