ସ୍କୁଲର ପିଲାମାନଙ୍କୁ ମିଳିବ ହାପିନେସ କିଟ, ଏହି କିଟ୍‌ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ । ଯାଣନ୍ତୁ କେବେ ମିଳିବ?

ଓଡିଶା (ଭୁବନେଶ୍ବର) : ସ୍କୁ୍ଲ ପିଲା ମାନଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ କିଟ୍। ଏହି କିଟରେ ରହିବ ଚଣା , ଅଟା , ହଳଦିଗୁଣ୍ଡ , ଡାଳଚିନି, ଚିନା ବାଦାମ ଓ ଗୁଡ , ଏହା ସହିତ ପିଲାଙ୍କୁ ଦିଆଯିବ ପେନ , ପେନସିଲ , ଖାତା , ସାନିଟାରୀ ନାପକିନ , ପେଷ୍ଟ, ଆୟୋଡିନ ଯୁକ୍ତ ଲୁଣ ଏବଂ ସାବୁନ ମଧ୍ୟ ମିଳିବ। ଏହା ଏଥିପାଇଁ ଦିଆ ଯାଉ ନାହିଁ କାରଣ କୋରୋନା କାଳରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉ ନାହିଁ। ଏହା ବଦଳରେ ଅବିଭାବକଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା।

ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ସ୍କୁଲକୁ ଆସିବା ପୂର୍ବରୁ ତାଙ୍କର ରୋଗ ପ୍ରତିଶୋଧକ ଶକ୍ତି ବଢେଇବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ ଯୋଗାଉ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ସାହାର୍ଯ୍ୟରେ ନୟାଗଡ , ପୁରୀ , କଟକ , ଖୋର୍ଧ୍ଧା ଏବଂ ସୁନ୍ଦରଗଡର ୧୯୧୬ଟି ସ୍କୁଲର ୮୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ହାପିନେସ କିଟ୍ ଦିଆଯିବ। ପରେ ପର୍ଯ୍ୟାୟରେ ଅନ୍ୟ ସବୁ ସ୍କୁଲକୁ ହାପିନେସ କିଟ ଦେଆଯିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ୬୦ ହଜାର ସ୍କୁଲର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୩୦ ଲକ୍ଷ। କରୋନାର ପ୍ରଭାବ ଶିକ୍ଷା ଉପରେ ପଡିଛି ଯାହାପାଇଁ ପିଲାମାନେ ସ୍କୁଲ ଯାଇପାରି ନାହାଁନ୍ତି। ମଧ୍ୟାହ୍ନ ଭୋଜନ ବି ବନ୍ଦ ହୋଇଛି। ମଧ୍ୟାହ୍ନ ଭୋଜନ ପାଇଁ ଅର୍ଥ ଅବିଭାବକଙ୍କ ଆକାଉଣ୍ଟକୁ ଯାଉଥିଲେ ମଧ୍ୟ ପଛୁଆ ଅଞ୍ଚଳର ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ କେତେ ମିଳୁଛି ତା ଉପରେ ଉଠିଛି ପ୍ରଶ୍ନ। ସ୍କୁଲ ଖୋଲିବା ପୂର୍ବରୁ ପିଲାଙ୍କ ପାଖରେ ଏହି ହାପିନେସ କିଟ ପହଁଚିଲେ ପିଲା ବହୁତ ଖୁସି ହେବେ ବୋଲି ଅବିଭାବକ କହିଛନ୍ତି।

ଫେବୃଆରୀର ପ୍ରଥମ ସପ୍ତାହରୁ ମିଳିବ ଏହି ହାପିନେସ କିଟ। ଏବେ ନଜରରେ ଅଛି କି ଏହି କିଟ ପିଲାଙ୍କ ପାଖରେ କେବେ ପହଁଚୁଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *