ରାତିରେ ଅନିଦ୍ରା ରହୁଥିବା ଲୋକ ନିଶ୍ଚିତ ପଢନ୍ତୁ, ରାତିରେ କ’ଣ ପାଇଁ ନିଦ ଆସେ ନାହିଁ?

ନୂଆ ଦିଲ୍ଲୀ : ଆଜି କାଲି ଲୋକମାନଙ୍କ ମଧ୍ୟରେ ନିଦ ନହେବାର ସମସ୍ୟା ଦେଖିବାକୁ ମିଳୁଛି। ଏପରି ଲୋକମାନେ ବହୁତ ସମୟ ଚେଇଁ ରହିଥାନ୍ତି, ବହୁତ ଚେଷ୍ଟା ପରେ 3-4 ଘଣ୍ଟା ନିଦରେ ସୋଇଥାନ୍ତି। ଏମିିତି ନିଦ ନ ହେବା ଦ୍ବାରା ଶରୀର ଅସୁସ୍ଥ ହୋଇଥାଏ ଏବଂ ଏହା ସହିତ ଏମାନେ ଦିନ ସାରା ଚିଡ ଚିଡ ହେବା ସହିତ ମୁଣ୍ଡବିନ୍ଧା ଏବଂ ର୍ଦୁବଳ ପରି ଲାଗିଥାଏ।

ଆଜି ଆମେ ଆପଣଙ୍କୁ ନିଦରେ ସୋଇବା ବିଷୟରେ କିଛି ଟିପ୍ସ କହିବୁ ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ।

ସର୍ବପ୍ରଥମେ ଆମେ ଆପଣଙ୍କୁ ନିଦ ନ ଆସିବାର କାରଣ କହିବାକୁ ଯାଉଛୁ। ଯାହା ଆପଣଙ୍କର ସ୍ଲିିପିଙ୍ଗ ଡିସଅର୍ଡର ର କାରଣ ହୋଇପାରେ। କେତେକ ଥର କିଛି ଲୋକ ଡିପ୍ରେଶନରେ ଥିବା ସମୟରେ ଏହି ସମସ୍ୟା ଦେଖିବାକୁ ମିିଳିଥାଏ। ଏହାର ପ୍ରଭାବ ଲୋକମାନଙ୍କର ମୁଣ୍ଡରେ ପଡିଥାଏ, ଯାହା ଦ୍ବାରା ନିଦରେ ଚାଲିବା, କଥା ହେବା ପରି ସମସ୍ୟା ଦେଖା ଦେଇଥାଏ।

ସ୍ଲିପିଙ୍ଗ ଡିସଅର୍ଡର ଲକ୍ଷଣ।

ଚିଡ ଚିଡ ହେବା। ଦିନ ସାରା ର୍ଦୁବଳ ଲାଗିବା। ଅସୁସ୍ଥ ଲାଗିବା। ବିଳମ୍ବ ରାତ୍ରି ଯାଏ ନିଦ ନ ଆସିବା। ଚମକି ପିଡିବା। କୌଣସି କାମରେ ମନ ନ ଲାଗିବା। ଅନ୍ୟମନସ୍କ ହେବା।

ସ୍ଲିପିଙ୍ଗ ଡିସଅର୍ଡରର ନାମ।

Insomnia – ବହୁତ ସମୟ ପର୍ଯ୍ୟନ୍ତ ନିଦ ନ ଆସିବାକୁ insomnia କୁହାଯାଏ। ଏଥିପାଇଁ କେତେକ ମାନସିକ ଏବଂ ଶାରୀରିକ ସମସ୍ୟା ଦେଖିବାକୁ ମିଳିଥାଏ। ଏଥିପାଇଁ ଡକ୍ଟରଙ୍କ ସହିତ ସମ୍ପର୍କ କରିବାକୁ ପଡିଥାଏ।

Circadian Rhythm Sleep Disorder

ଏହି ପରି ଲୋକମାନେ ରାତିରେ ଶୋଇ ନଥାନ୍ତି ସେଥିପାଇଁ ସେମାନେ ଦିନରେ ଶୋଇଥାନ୍ତି। ଏହି ସମସ୍ୟା ବହୁତ ନାଇଟ ସିଫ୍ଟରେ କାମ କରୁଥିବା ଲୋକ, ବହୁତ ଡ୍ରାଇଭିଙ୍ଗ କରୁଥିବା ଲୋକମାନଙ୍କ ପାଖରେ ଦେଖିବାକୁ ମିଳିଥାଏ।

Sleep apnea

ଏପରି ସମସ୍ୟା ଥିବା ଲୋକମାନଙ୍କୁ ରାତିରେ ନିଶ୍ବାସ ନେବାରେ ସମସ୍ୟା ହୋଇଥାଏ। ଏମାନଙ୍କର ରାତିରେ ବାରମ୍ବାର ନିଶ୍ବାସ ବନ୍ଦ ହୋଇ ଯାଇଥାଏ, ସେଥିପାଇଁ ତାଙ୍କ ନିଦ ଖରପ ହୋଇଥାଏ ଏବଂ ଶରୀରରେ ଅମ୍ଳଜାନର ଅଭାବ ଦେଖା ଦେଇଥାଏ।

Delayed sleep phase disorder

ଏପରି ସମସ୍ୟାରେ ଲୋକ ବହୁତ ସମୟ ପର୍ଯ୍ୟନ୍ତ ଶୋଇଥାଏ, ଯାହାପାଇଁ ସେ ତାର ସବୁ କାମ କରି ପାରି ନଥାଏ। ଏପରି ସମସ୍ୟାରୁ ବଞ୍ଚିବା ପାଇଁ ତାଙ୍କୁ ଦିନରେ ଶୋଇବା ବନ୍ଦ କରିବାକୁ ପଡିବ ଏବଂ ଠିକ ସମୟରେ ଶୋଇବା ନିହାତି ଜରୁରୀ।

ହାଇପରସୋମନିଆ।

ହାଇପରସୋମନିଆ ଇନସୋମ୍ନିୟାର ଓଲଟା ହୋଇଥାଏ। ଏଥିରେ ଲୋକମାନଙ୍କୁ ଅଳ୍ପ ଅଳ୍ପ ସମୟ ମଧ୍ୟରେ ନିଦ ଅାସିଥାଏ। ଏହି ଡିସଅର୍ଡରେ ଲୋକମାନେ ଆବଶ୍ୟକତା ଠାରୁ ବହୁତ ସମୟ ଶୋଇ ଥାନ୍ତି। ଏତେ ଶୋଇଲା ପରେ ବି ସେମାନେ ନିଜକୁ ଫ୍ରେସ ଭାବି ନଥାନ୍ତି।

ନିଦ ଆସିବା ପାଇଁ କିଛି ଟିପ୍ସ।

1.ଶୋଇବା ପୂର୍ବରୁ ଗରମ କ୍ଷୀର ପିଅନ୍ତୁ।
2.ନିଜ ଡାଇଟରେ ପୌଷ୍ଟିକ ଆହର ମାନେ ସବୁଜ ପନି ପରିବା ,ରୁଟି,ଭାତ ଏବଂ ସାଲଟ ଖାନ୍ତୁ।
3. ସପ୍ତାହରେ ୪ ରୁ ୫ଦିନ ଫୁଟ ମସାଜ କରନ୍ତୁ।
4.ଯୋଗ କରନ୍ତୁ।
5.ଡିନର ପରେ ଓ୍ବାକ କରନ୍ତୁ।
6.ନିଶା ଜାତି ଦ୍ରବ୍ୟରୁ ବଞ୍ଚନ୍ତୁ।
7.ଚା ଏବଂ କଫି ପିଇବା କମ କରନ୍ତୁ।
8.ଠିକ ସମୟରେ ଶୋଇବାକୁ ଚେଷ୍ଟା କରନ୍ତୁ।
9.ସେଜ ସଫା ରଖନ୍ତୁ।
10.ଶୋଇବା ସମୟରେ ମୋବାଇଲରେ ସମୟ କାଟନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *