ମୁମ୍ବାଇ: କାଜୋଲ ଚଳଚ୍ଚିତ୍ର ତ୍ରିଭଙ୍ଗାରେ ନଜର ଆସିଥିଲେ। ସେ ପ୍ରାୟ ଦେଢ ଘଣ୍ଟାର ଏହି ଚଳଚ୍ଚିତ୍ରରେ ସେ ଅନୁରାଧା ଆପ୍ଟେଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ଅଭିନେତ୍ରୀ ରେଣୁକା ଶାହାନଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ ନିର୍ମାତା ହେଉଛନ୍ତି ନିଜେ ଅଜୟ ଦେବଗନ୍। ଫିଲ୍ମରେ କାଜୋଲଙ୍କ କାମକୁ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ସମୟରେ, ଏକ ସାକ୍ଷାତକାରରେ କାଜୋଲଙ୍କୁ ପଚରାଯାଇଥିଲା ଯେ ସେ କାହିଁକି ବଲିଉଡର ହିରୋ ନମ୍ବର ୱାନ ଗୋବିନ୍ଦାଙ୍କ ସହ କାମ କରିନାହାଁନ୍ତି? ଏହାର ଉତ୍ତରରେ କାଜୋଲ କହିଛନ୍ତି – ଆମେ ‘ଜଙ୍ଗଲି’ ନାମକ ଏକ ଫିଲ୍ମ ଆରମ୍ଭ କରିଥିଲୁ, ଯାହାକୁ ନିର୍ଦ୍ଦେଶକ ରାହୁଲ ରାୱଲ ନିର୍ମାଣ କରିଥାନ୍ତେ। ଏହି ଫିଲ୍ମ ପାଇଁ ଏକ ଫଟୋ ସୁଟ୍ ମଧ୍ୟ କରାଯାଇଥିଲା କିନ୍ତୁ ଏହା ଆରମ୍ଭ ହେବା ପୂର୍ବରୁ ବନ୍ଦ ହୋଇଯାଇଥିଲା।
କାଜୋଲ ଆହୁରି ମଧ୍ୟ କହିଛନ୍ତି ଯେ ଫଟୋସୁଟ ବ୍ୟତୀତ ଆମେ ଫିଲ୍ମ ପାଇଁ କୌଣସି ସୁଟିଂ କରିନାହୁଁ, କିନ୍ତୁ ମୁଁ କହିବାକୁ ଚାହେଁ ଯେ ଗୋବିନ୍ଦା ଜଣେ ଭେଟରାନ ଅଭିନେତା। ମୁଁ ସବୁବେଳେ କହିଛି ଯେ ଲୋକଙ୍କୁ ହସାଇବା ଅତ୍ୟନ୍ତ କଷ୍ଟକର ଏବଂ ଗୋବିନ୍ଦା ସେହି କାମକୁ ଖୁବ୍ ସୁନ୍ଦର୍ ଭାବରେ ନିଭାଇ ପାରନ୍ତି।
ଏହି ସମୟରେ କାଜୋଲଙ୍କୁ ପଚରାଯାଇଥିଲା କି ସେ ଭବିଷ୍ୟତରେ ଗୋବିନ୍ଦାଙ୍କ ସହ କାମ କରିବେ କି ନାହିଁ, ତେବେ ଏହାର ଉତ୍ତରରେ ସେ କହିଛନ୍ତି – ଭବିଷ୍ୟତ ଜଣା ନାହିଁ କିନ୍ତୁ ଗୋବିନ୍ଦା ଜଣେ ଚମତ୍କାର ଅଭିନେତା। ଯଦି କିଛି ଭଲ ଆସେ, ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ। ଆଉ ମଧ୍ୟ କହି ରଖୁଛୁ ଯେ କାଜୋଲଙ୍କ ଫିଲ୍ମ ‘ତ୍ରିଭଙ୍ଗା’ ୧୫ଜାନୁଆରୀରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା।
ୱାର୍କ ଫ୍ରଣ୍ଟ ବିଷୟରେ କଥାବାର୍ତ୍ତା କରାଯାଏ ତେବେ କାଜୋଲ ପୂର୍ବରୁ ସର୍ଟ ଫିଲ୍ମ ‘ଦେବୀ’ରେ ନଜର ଆସିଥିଲେ। ଏହାପୂର୍ବରୁ ସେ ତାଙ୍କ ସ୍ୱାମୀ ଅଜୟ ଦେବଗନଙ୍କ ସହ ଫିଲ୍ମ ‘ତନହାଜୀ’ରେ ନଜର ଆସିଥିଲେ। ଏଥିରେ ସେ ସାବିତ୍ରୀବାଇ ମାଲୁସାରେ ଭୂମିକାରେ ଅଭିନୟ କରିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।