ହ୍ୱାଟସ୍ଆପ୍: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ଏକ ଖତରନାକ ମେଲୱେର୍, ଏବେ ହିଁ ସମ୍ପୂର୍ଣ ତଥ୍ୟ ଜାଣି ନିଅନ୍ତୁ ନହଲେ ପରେ ପସ୍ତେଇ ପାରନ୍ତି

ନିଜର ନୂଆ ପ୍ରାଇଭେସି ପଲିସିକୁ ନେଇ ହ୍ୱାଟସ୍ ଆପ୍ ରେ ବିବାଦ ଲାଗି ରହିଛି। ବର୍ତ୍ତମାନ ଏକ ଖତ-ରନାକ ହ୍ୱାଟସ୍ ଆପ୍ ମେସେଜ ବିଷୟରେ ସୂଚନା ସାମ୍ନାକୁ ଆସିଛି। ଯାହା କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ଟା-ର୍ଗେଟ୍ କରୁଛି। ବାସ୍ତବରେ, ଏହି ଖତରନାକ ବାର୍ତ୍ତା ଆପଣଙ୍କ ଫୋନରେ ‘ୱର୍ମ’ ଇନଷ୍ଟଲ କରେ ଏବଂ ଆପଣଙ୍କ କଣ୍ଟେକ୍ସଟକୁ ମଧ୍ୟ ଇଂଫେକ୍ଟ୍ କରେ।

ଏହି ଘଟ-ଣାର ସୂଚନା ଟେକ୍ ସିକ୍ୟୁରିଟି ଫାର୍ମ ESET ର ସୁରକ୍ଷା ରିସର୍ଚ୍ଚର Lukas Stefanko ଦେଇଛନ୍ତି। Stefanko ଏହି ମେଲ-ୱେୟାରକୁ ଏକ ଆଣ୍ଡ୍ରଏଡ୍ worm ବୋଲି କହିଛନ୍ତି। ଏହା ଫୋନରେ ଏଡୱେୟାର ଅପଲୋଡ୍ କରେ ଏବଂ ତା’ପରେ ଆପଣଙ୍କ କଣ୍ଟେକ୍ସଟକୁ ହ୍ୱାଟସ୍ଆପ୍ ମେସେଜ୍ ପଠାଇ ନିଜକୁ ବିସ୍ତାର କରେ।

ଏହା ସେତେବେଳେ ଇନ୍ଷ୍ଟଲ ହୁଏ ଯେତେବେଳେ ଆପଣ ଗ୍ରହଣ କରିଥିବା ଏହି ଖତ-ରନାକ ବାର୍ତ୍ତା ଉପରେ କ୍ଲିକ୍ କରନ୍ତି। ଏହି ବାର୍ତ୍ତାରେ ଏହା ଲେଖାଯାଇଛି ଯେ ଏହି ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ଏକ ନୂଆ ମୋବାଇଲ୍ ଫୋନ୍ ଜିତନ୍ତୁ। ଅନେକ ଉପଭୋକ୍ତା ଏହିପରି ବାର୍ତ୍ତା ଉପରେ କ୍ଲିକ୍ କରି ଦିଅନ୍ତି।

ଆପଣମାନେ ଏହି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଏହା ଗୁଗୁଲ୍ ପ୍ଲେ ଷ୍ଟୋର ପରି ଏକ ୱେବସାଇଟ୍ କୁ ନେଇଯାଏ। ଏହା ପରେ, ହୁଆୱେ ମୋବାଇଲ୍ ଆପ୍ ପରି ଦେଖାଯାଉଥିବା ଏହି ସଫ୍ଟୱେର୍ ଇନଷ୍ଟଲ କରିବାକୁ ଏକ ବାର୍ତ୍ତା ଲେଖାଯାଇଛି। ଏହା ଆପଣଙ୍କ ଡିଭାଇସରେ ଇନ୍ଷ୍ଟଲ ହେବା ପରେ, ଏହା ନୋଟିଫିକେଶନ ଏକ୍ସସେସ ମାଗିଥାଏ।

ଏହି ହ୍ୱାଟସ୍ଆପ୍ ମାଲୱେର୍ ଏପରି ଭାବରେ ଡିଜାଇନ୍ ହୋଇଛି ଯେ ଏହା ଆପର କ୍ୱିକ ରିପ୍ଲାଏ ଫିଚର୍ ର ବ୍ୟବହାର କରିପାରିବ। ଏହାକୁ ବ୍ୟବହାର କରି, ଏହି ମେଲ-ୱେର୍ ସମାନ ସ୍ପାମ୍ ପ୍ରାପ୍ତ ମେସେଜରେ ଆପଣଙ୍କର ସମ୍ପର୍କକୁ ନକଲ କରେ ଏବଂ ଯାହା ବିଷୟରେ ଆପଣମାନେ ମଧ୍ୟ ଅବଗତ ନୁହଁନ୍ତି। ଆପଣଙ୍କ ମାଧ୍ୟମରେ ପ୍ରାପ୍ତ ବାର୍ତ୍ତା ହେତୁ ସାମ୍ନା ବାଲା ମଧ୍ୟ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ କ୍ଲିକ୍ କରିପାରିବ।ଏହାର ବିସ୍ତାର ହେବାର ଏହି ହେଉଛି କାରଣ।

ଆପଣମାନଙ୍କୁ କହିରଖୁଛୁ ଯେ ସନ୍ଦେହଜନକ ମେସେଜଠାରୁ ଦୂରରେ ରହିବା ଉଚିତ୍। କାରଣ ଏହି ମେସେଜ କେବଳ ବିଜ୍ଞାପନ ଦେଖାଇ ଟଙ୍କା ହଡପ କରିବା ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଆପଣଙ୍କ ଫୋନକୁ ପଠାଯାଉଛି। କିନ୍ତୁ stefanko କହିବା କଥା ଯେ ଏହି ସ୍କାମକୁ ଅଧିକ ବିପଜ୍ଜନକ ବାର୍ତ୍ତା ପଠାଇବା ପାଇଁ ବ୍ୟବହାର କରାଯାଇପାରିବ। ଯାହାକି ଆପଣଙ୍କର ଗୋପନୀୟତା ଏବଂ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।

Leave a Reply

Your email address will not be published. Required fields are marked *