୩୦ ଜାନୁଆରୀର ସେହି ଦିନ, ବାପୁଙ୍କ ଉପରେ ଗୁ-ଳି ଚଳା-ଇବା ପୂର୍ବରୁ କଣ‌ କହିଥିଲେ ଗୋଡସେ?

ଆଜି ମୋହନଦାସ କରମଚାନ୍ଦ ଗାନ୍ଧୀ ବା ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥି ଅଟେ। ୩୦ ଜାନୁଆରୀ ୧୯୪୮ରେ ନୂଆଦିଲ୍ଲୀ ସ୍ଥିତ ବିଡଲା ଭବନରେ ଗାନ୍ଧୀଜୀଙ୍କୁ ଗୁଳି ମାରି ହ-ତ୍ୟା କରାଯାଇଥିଲା। ନାଥୁରାମ ଗୋଡସେ ଗାନ୍ଧୀଜୀଙ୍କୁ ଗୋଟିଏ ପରେ ଗୋଟିଏ ତିନୋଟି ଗୁ-ଳି ମାରିଥିଲେ।, ଏବଂ ସେ ଘଟ-ଣାସ୍ଥ-ଳରେ ହିଁ ପ୍ରା-ଣ ତ୍ୟା-ଗ କରିଥିଲେ। ପ୍ରତି ପିଢୀର ଲୋକ ଗାନ୍ଧିଜୀଙ୍କ ବିଷୟରେ ବିସ୍ତାର ଭାବରେ ଜାଣିବାକୁ ଚାହିଁଥାନ୍ତି। ବାସ୍ତବରେ ୩୦ଜାନୁଆରୀ ୧୯୪୮ ସଂନ୍ଧ୍ୟାରେ ଏମିତି କଣ ହୋଇଥିଲା କି ନାଥୁରାମ ଗୋଡସେ ଗାନ୍ଧୀଜୀଙ୍କ ଉପରେ ଗୁ-ଳି ଚାଳନା କରିଥିଲେ। ଆମେ ଆପଣଙ୍କୁ ସେହି ଦିନର ଘଟଣାକ୍ରମ ବିଷୟରେ ବିସ୍ତାର ଭାବରେ ଜଣାଇବୁ.. ଜାଣନ୍ତୁ-ନାଥୁରାମ ଗୋଡସେ କେମିତି ବିଡଲା ଭବନ ପର୍ଯ୍ୟନ୍ତ ପହଁଞ୍ଚିଥିଲେ ଏବଂ କେହି ତାଙ୍କୁ କଣ ପାଇଁ ରୋକି ପାରିନଥିଲେ?

୩୦ଜାନୁଆରୀ ୧୯୪୮ର ସଂଧ୍ୟା ୪ଟା ସମୟ ଥିଲା। ସେହିଦିନ ଗାନ୍ଧୀଜୀ ସର୍ଦ୍ଦାର ପଟେଲଙ୍କୁ କଥାବାର୍ତ୍ତା ପାଇଁ ସଂନ୍ଧ୍ୟା ୪ଟାକୁ ଡ଼ାକିଥିଲେ। ପଟେଲ ନିଜ ଝିଅ ମଣିବେନ ସହିତ ନିର୍ଦ୍ଧାରିତ ସମୟରେ ଗାନ୍ଧୀଜୀଙ୍କ ସହ ଦେଖାହେବା ପାଇଁ ପହଁଞ୍ଚିଥିଲେ। ଗାନ୍ଧିଜୀ ପ୍ରାର୍ଥନା ସଭା ପରେ ହିଁ ପଟେଲଙ୍କ ସହିତ କଥାବାର୍ତ୍ତା ହେବାପାଇଁ ଚାହୁଁଥିଲେ, ଏଥିପାଇଁ ତାଙ୍କୁ ସେଠାରେ ରହିବା ପାଇଁ କହିଥିଲେ। କିନ୍ତୁ ଭାଗରେ ଏହା ନଥିଲା। ପଟେଲଙ୍କ ସହିତ ବୈଠକ ପରେ ପ୍ରାର୍ଥନା ପାଇଁ ଯିବା ସମୟରେ ଗୋଡସେ ଗାନ୍ଧୀଜୀଙ୍କ ଉପରେ ଗୁ-ଳି ଚା-ଳନା କରିଥିଲେ।

୩୦ଜାନୁଆରୀ ଦିନ ମଧ୍ୟ ପ୍ରତିଦିନ ଭଳି ବିଡଲା ଭବନରେ ସଂନ୍ଧ୍ୟା ୫ଟାରେ ପ୍ରାର୍ଥନା ସଭାର ଆୟୋଜନ କରା ଯିବାରଥିଲା। ଏହି ସଭାରେ ଗାନ୍ଧିଜୀ ଯେତେବେଳେ ଦିଲ୍ଲୀରେ ଥାଆନ୍ତି ତ ସାମିଲ ହେବା ପାଇଁ ଭୁଲନ୍ତିନାହିଁ। ୩୦ଜାନୁଆରୀ ୧୯୪୮ ଦିନ ମଧ୍ୟ ସଂନ୍ଧ୍ୟା ୫ଟା ବାଜି ସାରିଥିଲା। ଗାନ୍ଧିଜୀ ସର୍ଦ୍ଦାର ପଟେଲଙ୍କ ସହିତ ବୈଠକରେ ବ୍ୟସ୍ତ ଥିଲେ। ସେତେବେଳେ ଅଚାନକ ଠିକ ୫ଟାରେ ଗାନ୍ଧୀଜୀଙ୍କ ନଜର ଘଣ୍ଟା ଉପରେ ପଡିଥିଲା ଏବଂ ତାଙ୍କର ମନେ ପଡ଼ିଗଲା କି ପ୍ରାର୍ଥନା ପାଇଁ ସମୟ ଗଡ଼ି ଯାଉଛି।

ପ୍ରଥମେ ନମସ୍କାର କହିଲେ, ଏବଂ ପୁଣି..

ବୈଠକ ଶେଷ କରି ବାପୁଜୀ ଆଭା ଏବଂ ମନୁଙ୍କ କାନ୍ଧ ଉପରେ ହାତ ରଖି ପ୍ରାର୍ଥନା ସଭାରେ ସାମିଲ ହେବାପାଇଁ ମଞ୍ଚ ଆଡ଼କୁ ଆଗକୁ ଚାଲୁଥିଲେ, ସେତେବେଳେ ଅଚାନକ ତାଙ୍କ ସାମ୍ନାକୁ ନାଥୁରାମ ଗୋଡସେ ଆସିଗଲେ। ଗୋଡସେ ନିଜ ସାମ୍ନାରେ ଗାନ୍ଧିଜୀଙ୍କୁ ଦେଖି ହାତ ଯୋଡ଼ିଥିଲେ ଏବଂ କହିଲେ- ‘ନମସ୍କାର ବାପୁ!’, ସେତେବେଳେ ବାପୁଜୀଙ୍କ ସହିତ ଚାଲୁଥିବା ମନୁ କହିଥିଲେ- ଭାଇ, ସାମ୍ନାରୁ ହଟିଯାଅ ବାପୁଙ୍କୁ ଯିବାକୁ ଦିଅ, ପ୍ରଥମରୁ ହିଁ ଡେରି ହୋଇଗଲାଣି।

ସନ୍ଧ୍ୟା ୫.୧୭ଟା ସମୟ ହୋଇଥିଲା, ପ୍ରଥମେ ଗୋଡସେ ଅଚାନକ ମନୁକୁ ଧକ୍କା ଦେଇଦେଲେ ଏବଂ ନିଜ ହାତରେ ଲୁଚେଇ ରଖିଥିବା ଛୋଟ ବ୍ୟାରେଟା ବନ୍ଧୁକ ଗାନ୍ଧୀଜୀଙ୍କ ସାମ୍ନାକୁ ଆଡେଇଥିଲେ, ଏବଂ ଦେଖୁଦେଖୁ ହିଁ ଗାନ୍ଧୀଜୀଙ୍କ ଛାତି ଉପରେ ଗୋଟିଏ ପରେ ଗୋଟିଏ ତିନୋଟି ଗୁ-ଳି ଫୁଟାଇ ଦେଲେ। ଦୁଇଟି ଗୁ-ଳି ବାପୁଙ୍କ ଶରୀର ମଧ୍ୟ ଦେଇ ବାହାରକୁ ବାହାରି ଗଲା, ଯେତେବେଳେ କି ଗୋଟିଏ ଗୁ-ଳି ତାଙ୍କ ଶରୀରରେ ପଶି ରହିଗଲା, ଏବଂ ଗାନ୍ଧୀଜୀ ସେଠାରେ ପଡ଼ିଗଲେ।

ଗାନ୍ଧିଜୀ ହ-ତ୍ୟା ପରେ ନାଥୁରାମ ନିଜ ମତରେ ସ୍ବୀକାର କରିଥିଲେ କି ଗାନ୍ଧୀଙ୍କ ହ-ତ୍ୟା କେବଳ ମୁଁ କରିଛି। ନାଥୁରାମ ପରେ ଦ୍ଵିତୀୟ ଆ-ରୋ-ପୀ ଭାବରେ ନିଜ ଛୋଟ ଭାଇ ଗୋପାଳ ଗୋଡସେଙ୍କ ନାମ ନେଇଥିଲେ। ଗୋଡସେ ନିଜ ଦୋ-ଷକୁ ସ୍ବୀ-କାର କରି କହିଥିଲେ, ‘ଶୁକ୍ରବାର ଦିନ ସଂନ୍ଧ୍ୟା ୪.୫୦ଟାରେ ମୁଁ ବିଡଲା ଭବନର ଗେଟଠାରେ ପହଁଞ୍ଚିଥିଲି, ମୁଁ ଚାରିପାଞ୍ଚଜଣ ଲୋକଙ୍କ ମଧ୍ୟରେ ପଶି ସିକ୍ୟୁରିଟିକୁ ଧକ୍କା ଦେଇ ଭିତରକୁ ଯିବାରେ ସଫଳ ହୋଇଥିଲି। ମୁଁ ଭିଡ଼ରେ ନିଜେ ନିଜକୁ ଲୁଚାଇ ରଖିଥିଲି, ଯେମିତି କାହାର ମୋ ଉପରେ ସ-ନ୍ଦେହ ନ ହୁଏ।’

ଗୋଡସେ କହିଥିଲେ କି ‘ସଂନ୍ଧ୍ୟା ୫.୧୦ଟାରେ ମୁଁ ଗାନ୍ଧିଜୀଙ୍କୁ ନିଜ କୋଠରୀରୁ ବାହାରି ପ୍ରାର୍ଥନା ସଭା ଆଡ଼କୁ ଯାଉଥିବାର ଦେଖିଲି। ଗାନ୍ଧିଜୀଙ୍କ ଆଖପାଖରେ ଦୁଇଟି ଝିଅଥିଲେ , ଯାହା କାନ୍ଧ ଉପରେ ସେ ହାତ ରଖି ଚାଲୁଥିଲେ। ମୁଁ ମୋ ସାମ୍ନାରେ ଗାନ୍ଧିଙ୍କୁ ଆସୁଥିବାର ଦେଖି ସବୁଠାରୁ ପ୍ରଥମେ ତାଙ୍କ ମହାନ କାମ ପାଇଁ ହାତ ଯୋଡ଼ି ପ୍ରଣାମ କଲି ଏବଂ ଦୁଇଜଣ ଝିଅଙ୍କୁ ତାଙ୍କଠାରୁ ଅଲଗା କରି ଗୁ-ଳି ମାରିଥିଲି। ମୁଁ ଦୁଇଟି ହିଁ ଗୁ-ଳି ମାରିବାର ଥିଲା। କିନ୍ତୁ ତୃତୀୟଟା ମଧ୍ୟ ଚାଲିଗଲା ଏବଂ ଗାନ୍ଧୀଜୀ ସେହିଠାରେ ପଡ଼ିଗଲେ।’

ଗି-ରଫ ହେବା ପରେ ନାଥୁରାମ ଗୋଡସେ କହିଥିଲେ, ‘ଯେତେବେଳେ ମୁଁ ଗୋଟିଏ ପରେ ଗୋଟିଏ ତିନୋଟି ଗୁ-ଳି ଗାନ୍ଧୀଜୀଙ୍କ ଉପରେ ଚଲେ-ଇଥିଲି ତ ଗାନ୍ଧୀଜୀଙ୍କ ଆଖପାଖରେ ଛିଡା ହୋଇଥିବା ଲୋକ ଦୂରକୁ ଦୌଡ଼ି ପଳାଇଥିଲେ। ମୁଁ ସରେଣ୍ଡର ପାଇଁ ଦୁଇହାତ ମଧ୍ୟ ଉପରକୁ କରି ଦେଇଥିଲି, ଏହାପରେ କେହି ସାହସ କରି ମୋ ପାଖକୁ ଆସୁନଥିଲେ, ପୋଲି-ସବାଲା ମଧ୍ୟ ଦୂରରୁ ହିଁ ଦେଖୁଥିଲେ। ମୁଁ ନିଜେ ପୋ-ଲିସ-ପୋ-ଲିସ ଚି-ତ୍କାର କଲି, ପାଖାପାଖି ୫-୬ମିନିଟ ପରେ ଜଣେ ବ୍ୟକ୍ତି ମୋ ପାଖକୁ ଆସିଥିଲେ। ତାପରେ ମୋ ସାମ୍ନାରେ ଭିଡ଼ହୋଇ ଜମା ହୋଇଗଲେ ଏବଂ ଲୋକ ମୋତେ ବାଡେ-ଇବାକୁ ଲାଗିଲେ।’

ସଂନ୍ଧ୍ୟା ୬ଟା ପରେ ମହାତ୍ମାଗାନ୍ଧୀଙ୍କ ହ-ତ୍ୟାର ଖବର ସଙ୍ଗେସଙ୍ଗେ ନିଆଁ ପରି ଖେଳି ଯାଇଥିଲା। ବିଡଲା ହାଉସରେ ହିଁ ଗାନ୍ଧୀଙ୍କ ମୃ-ତ୍ୟୁ ଶରୀରକୁ ଘୋଡାଇ ରଖା ଯାଇଥିଲା। ସେଠାରେ ତାଙ୍କର ସବୁଠାରୁ ଛୋଟ ପୁଅ ଦେବଦାସ ଗାନ୍ଧୀ ପହଁଞ୍ଚିଥିଲେ ଏବଂ ସେ ବାପୁଙ୍କ ମୃ-ତ ଶରୀରରୁ କପଡାକୁ ହଟେଇ ଦେଇଥିଲେ, ତାଙ୍କର କହିବାର ଥିଲା କି ଅହିଂ-ସାର ପୂଜାରୀଙ୍କ ସହିତ ହୋଇଥିବା ହିଂ-ସାକାଣ୍ଡକୁ ଦୁନିଆ ଦେଖୁ।

ବାପୁଙ୍କ ହ-ତ୍ୟାର ଏଫ-ଆଇଆର ମଧ୍ୟ ସେହିଦିନ ବା ୩୦ ଜାନୁଆରୀରେ ଦିଲ୍ଲୀର ତୁଗଲକ ରୋଡ ଥା-ନାରେ ଜମା କରାଯାଇଥିଲା। ଏଫ-ଆଇଆରର ଦର-ଖାସ୍ତ ଉର୍ଦ୍ଧୁରେ ଲେଖା ଯାଇଥିଲା, ଯେଉଁଥିରେ ପୂରା ଘଟ-ଣା ବିଷୟରେ ଜଣା ଯାଇଥିଲା। ଦିଲ୍ଲୀର ତୁଗଲକ ରୋଡର ରେକର୍ଡ ରୁମରେ ଆଜି ମଧ୍ୟ ସେହି F -I-Rର ପତ୍ରକୁ ସମ୍ଭାଳି ରଖା ଯାଇଛି।

Leave a Reply

Your email address will not be published. Required fields are marked *