କିଛି ଦିନ ପୂର୍ବେ ଖବର ମିଳିଥିଲା ଯେ କପିଲ ଶର୍ମାଙ୍କ ଶୋ ବନ୍ଦ ହେବାକୁ ଯାଉଛି। ବର୍ତ୍ତମାନ ଚ୍ୟାନେଲ ତରଫରୁ କୌଣସି ଖବର ମିଳି ନାହିଁ। କୁହାଯାଉଛି କି ବହୁତ ଜଲଦି କପିଲ ଶର୍ମାଙ୍କ ଶୋ ବନ୍ଦ ହୋଇ ଆଉ ଏକ ନୂଆ ସିଜିନ ନେଇ ଆସିବ। କରୋନା ପାଇଁ ଲକଡାଉନ ପରେ ୨୦୨୦ ଜୁଲାଈରେ ଦ କପିଲ ଶର୍ମା ଶୋ ନୂଆ ଟ୍ବିସ୍ଟ ସହିତ ଫେରିଥିଲା।
କମେଡିଆନ କପିଲ ଶର୍ମା ଏବଂ ତାଙ୍କ ସ୍ତ୍ରୀ ଗିନ୍ନୀ ଚତରଥ ବହୁତ ଜଲଦି ନିଜର ଦ୍ବିତୀୟ ପିଲାର ସ୍ବାଗତ କରିବା ଅପେକ୍ଷାରେ ଅଛନ୍ତି। ଏହି କଥା ନିଜେ କପିଲ ଶର୍ମା ନିଜ ଟ୍ବୁଟରରେ ହୋଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ଏହା ସହିତ କପିଲ ଶର୍ମା ଏ କଥା ବି କହିଥିଲେ କି ସେ ବହୁତ ଜଲଦି ତାଙ୍କ ଶୋ ବନ୍ଦ କରିବାକୁ ଯାଉଛନ୍ତି।
ପୁଣି ଥରେ ବାପା ହେବେ କପିଲ ଶର୍ମା।
ଟ୍ବିଟରରେ କେତକ ଫ୍ୟାନ୍ସ #AskKapil ସାହାର୍ଯ୍ୟରେ କମେଡିଆନଙ୍କୁ ବହୁତ ପ୍ରଶ୍ନ କରିଥି୍ଲେ, ଯାହାର ଉତ୍ତର ମଧ୍ୟ କପିଲ ଦେଇଥିଲେ। ଜଣେ ଫ୍ୟାନ୍ସ ପଚାରି ଥିଲେ କି ସାର ଆପଣ ଏ ଶୋ କୁ କ’ଣ ପାଇଁ ବନ୍ଦ କରୁଛନ୍ତି, ତା ଉତ୍ତର କପିଲ ଦେଇଥିଲେ କି ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଏବଂ ଏହି ସମୟରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ରହିବାକୁ ଚାହୁଁଛନ୍ତି।
ଏହାପରେ ଆଉ ଏକ ଫ୍ୟାନ କପିଲଙ୍କୁ ପ୍ରଶ୍ନ କରିଥିଲେ କି ସାର ଆପଣ ଅନାୟରାଙ୍କ ପାଇଁ ଗୋଟେ ଛୋଟ ଭାଇ ଚାହୁଁଛନ୍ତି ନା ଭଉଣି? ଏହି ପ୍ରଶ୍ନରେ ଉତ୍ତର କରିଥିଲେ କପିଲ କି -ଝିଅ ହେଉ ବା ପୁଅ ସୁସ୍ଥ ହୋଇଥିବ ବାସ୍।
Bcoz I need be there at home with my wife to welcome our second baby 😍🧿 https://t.co/wdy8Drv355
— Kapil Sharma (@KapilSharmaK9) January 28, 2021
କିଛି ଦିନ ପୂର୍ବେ ଖବର ମିଳିଥିଲା ଯେ କପିଲ ଶର୍ମାଙ୍କ ଶୋ ବନ୍ଦ ହେବାକୁ ଯାଉଛି। ବର୍ତ୍ତମାନ ଚ୍ୟାନେଲ ତରଫରୁ କୌଣସି ଖବର ମିଳି ନାହିଁ। କୁହାଯାଉଛି କି ବହୁତ ଜଲଦି କପିଲ ଶର୍ମାଙ୍କ ଶୋ ବନ୍ଦ ହୋଇ ଆଉ ଏକ ନୂଆ ସିଜିନ ନେଇ ଆସିବ। କୋରୋନା ପାଇଁ ଲକଡାଉନ ପରେ ୨୦୨୦ ଜୁଲାଈରେ ଦ କପିଲ ଶର୍ମା ଶୋ ନୂଆ ଟ୍ବିସ୍ଟ ସହିତ ଫେରିଥିଲା।
boy or girl, tandrust ho bus 🙏 https://t.co/b29F51Bq0z
— Kapil Sharma (@KapilSharmaK9) January 28, 2021
ନେଟଫ୍ଲିକ୍ସରେ ଦେଖିବାକୁ ମିଳିବେ କପିଲ ଶର୍ମା।
View this post on Instagram
କପିଲ ଶର୍ମା ବହୁତ ଜଲଦି ନେଟଫ୍ଲିକ୍ସରେ ଦେଖିବାକୁ ମିଳିବେ। ସେ ଏକ ଫନି ଭିଡିଓରେ ଏହି କଥା କହିଥିଲେ। ସେ ଏହି ଭିଡିଓ ସେୟାର କରି ଲେଖିଥିଲେ-ଏହା ବହୁତ ଶୁଭ ଖବର ଅଟେ। ଉଡନ୍ତା ଖବର ଉପରେ ଭରୋଷା ନ କରି ମୋ ଉପରେ ଭରୋଷା କର ସାଙ୍ଗ। ମୁଁ ବହୁତ ଜଲଦି ନେଟଫ୍ଲିକ୍ସରେ ଆସୁଛି।
କପିଲ ଶର୍ମାଙ୍କ ଶୋ ବିଷୟରେ ବେଶି ତଥ୍ୟ ଆସି ନାହିଁ। କିଛି ସମୟ ପୂର୍ବରୁ କପିଲ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ Behind the jokes with kapil ନାମକ ସିରିଜ ଆରମ୍ଭ କରିଛନ୍ତି। କପିଲ ଏବଂ ଗିନ୍ନୀ ବହୁତ ବର୍ଷ ରିଲେସନଶିପରେ ରହିବା ପରେ ୨୦୧୮ରେ ବିବାହ କରିଥିଲେ। ୨୦୧୯ ଡିସେମ୍ବରରେ ସେ ତାଙ୍କର ଝିଅ ଅନାୟରାଙ୍କୁ ଜନ୍ମ ଦେଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।