ଏହି ୧୨ଲକ୍ଷ ଚାଷୀଙ୍କୁ ମିଳିବାକୁ ଯାଉଛି କିସାନ କ୍ରେଡିଟ୍ କାର୍ଡ, ଏହି ଭଳି କରନ୍ତୁ ଆବେଦନ

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କୁ କିସାନ୍ କ୍ରେଡିଟ୍ କାର୍ଡ (କେସିସି) ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଶହ ଶହ ଚାଷୀଙ୍କୁ ଏହି ଯୋଜନାର ଫାଇଦା ଦିଆଯାଇଛି। ଏହି କ୍ରମରେ ବର୍ତ୍ତମାନ ଉତ୍ତରପ୍ରଦେଶର ୧୨ଲକ୍ଷ ଚାଷୀଙ୍କୁ ଏହି କାର୍ଡ ପ୍ରଦାନ କରାଯାଉଛି। ଏହି କାର୍ଡ ମାଧ୍ୟମରେ ଏହି କୃଷକମାନେ ରିହାତି ହାରରେ ଋଣ ମଧ୍ୟ ପାଇପାରିବେ।

ରାଜ୍ୟ ସରକାର ୧୨ଲକ୍ଷ ଚାଷୀଙ୍କୁ କେସିସି ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ୧୯ଲକ୍ଷରୁ ଅଧିକ ଚାଷୀଙ୍କୁ ରିହାତି ମୂଲ୍ୟରେ ୨୪ହଜାର କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସରକାର ଏହା ମାଧ୍ୟମରେ କୃଷକମାନଙ୍କୁ ୭ ପ୍ରତିଶତ ହାରରେ ଋଣ ପ୍ରଦାନ କରୁଛନ୍ତି।

କୃଷକମାନଙ୍କୁ ଏହା ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ଗ୍ୟାରେଣ୍ଟିରେ ଦିଆଯାଏ। ଏଥି ସହିତ ୫ବର୍ଷରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି ଋଣ ଦିଆଯାଏ, ଯଦିଓ ଚାଷୀଙ୍କୁ ପ୍ରଥମେ ନିଜେ ଆବେଦନ କରିବାକୁ ପଡିବ, କେବଳ ସେତେବେଳେ ସେମାନେ ଏହି କାର୍ଡ ପାଇବେ। ଶସ୍ତା ହାରରେ ଋଣ ଯୋଗାଇ ସରକାର ଚାଷୀଙ୍କ ଆୟ ବଢ଼ାଇବାକୁ ଚାହୁଁଛନ୍ତି ଏବଂ ସେହି ସମୟରେ ଗ୍ରାମୀଣ ଅର୍ଥନୀତି ବ୍ୟବସ୍ଥାକୁ ମଜବୁତ କରିବାକୁ ଚାହୁଁଛନ୍ତି।

ଏହି କାର୍ଡ ପାଇଁ କୃଷକମାନେ କୋ-ଅପରେଟିଭ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ସହିତ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ ଏହି କାର୍ଡ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ମଧ୍ୟ ନିଆଯାଇପାରିବ।

ଏଥିମଧ୍ୟରୁ, ଆପଣ ଯେଉଁ ବି ବ୍ୟାଙ୍କରେ କାର୍ଡ ବନାଇବାକୁ ଚାହୁଁଛନ୍ତି, ସେହି ବ୍ୟାଙ୍କର ୱେବସାଇଟ ପରିଦର୍ଶନ କରିପାରିବେ। ୱେବସାଇଟରେ ଆପଣଙ୍କୁ କିସାନ କ୍ରେଡିଟ୍ କାର୍ଡ ବିଭାଗ ଉପରେ କ୍ଲିକ୍ କରିବାକୁ ପଡିବ। ଏଠାରୁ ଆବେଦନ ଫର୍ମ ଡାଉନଲୋଡ୍ କରି ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଏହାକୁ ଜମା କରନ୍ତୁ।

ଋଣ ଅଧିକାରୀ ଆପଣଙ୍କ ସହ କଥାବାର୍ତ୍ତା କରିବେ ଏବଂ ଆପଣଙ୍କର ସମସ୍ତ ଦସ୍ତାବିଜ୍, ଡକ୍ୟୁମେଣ୍ଟ୍, ଯୋଗ୍ୟତା ପୈଠ ହେଲା ପରେ ସଠିକ୍ ଅନୁଧ୍ୟାନ କରାଯିବ, ଯାହା ଦ୍ବାରା ଋଣ ମଞ୍ଜୁର ହେବା ସହିତ ଆପଣଙ୍କୁ କାର୍ଡ ଠିକଣାକୁ ପଠାଯିବ। ଧ୍ୟାନ ରଖିବାକୁ ପଡ଼ିବ ଯେ ଋଣ ଅଧିକାରୀ ପୁରୁଣା କୃଷି ଋଣ ବିଷୟରେ ସୂଚନା ମାଗିବେ। ଚାଷ ସହିତ ଜଡିତ ଯେକୌଣସି ବ୍ୟକ୍ତି ନିଜ କ୍ଷେତରେ ଚାଷ କରୁଛନ୍ତି କିମ୍ବା ଅନ୍ୟର ଜମିରେ କାମ କରୁଛନ୍ତି, ସେମାନେ ମଧ୍ୟ କେସିସି କରିପାରିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *