୨୪ବର୍ଷର ବୟଫ୍ରେଣ୍ଡ ୪୫ବର୍ଷର ଗାର୍ଲଫ୍ରେଣ୍ଡଙ୍କ ଠାରୁ ଧାର ନେଲେ ଦେଢଲକ୍ଷ ଟଙ୍କା, ପୁଣି ‘ବୁଢ଼ୀ’ କହି କଲେ ବ୍ରେକଅପ!

୪୫ବର୍ଷର ଜୋଆନା ଗର୍ଲିଙ୍ଗ (Joanna Girling) ନିଜ ସ୍ଵାମୀଙ୍କ ସହିତ ବର୍ଷ ୨୦୦୧ରେ ଛୁଟି କଟେଇବା ପାଇଁ ଇଜିପ୍ଟ (Egypt)ର ଏକ ସ୍ଥାନକୁ ଯାଇଥିଲେ। ବର୍ଷ ୨୦୧୮ରେ ଯେତେବେଳେ ଜୋଆନା ନିଜ ସ୍ବାମୀଙ୍କ ସହିତ ସେହି ସ୍ଥାନକୁ ଯାଇଥିଲେ ସେତେବେଳେ ତାଙ୍କ ଦେଖା ୨୪ବର୍ଷର ହସନ ଖାଲିଦ (Hassan Kahlied)ଙ୍କ ସହିତ ହୋଇଥିଲା।

ଆମେରିକା (America)ର ନାରଫୋକରେ ରହୁଥିବା ୪୫ବର୍ଷର ମହିଳାଙ୍କୁ ତାଙ୍କ ୨୪ବର୍ଷର ଇଜିପ୍ଶିୟନ ବୟଫ୍ରେଣ୍ଡ (Boyfriend) ଧୋକା ଦେଇଥିଲେ। ବୟଫ୍ରେଣ୍ଡ ମହିଳାଙ୍କ ଠାରୁ ଦେଢଲକ୍ଷ ଟଙ୍କା ନେଇ, ତାଙ୍କୁ ମୋଟି ଏବଂ ବୁଢୀ କହିଥିଲେ ଏବଂ ପୁଣି ବ୍ରେକଅପ କରିଥିଲେ। ମହିଳା ଏହି କଥାରେ ବହୁତ ଆଘାତ ପାଇଛନ୍ତି।

୪୫ବର୍ଷର ଜୋଆନା ଗର୍ଲିଙ୍ଗ (Joanna Griling) ନିଜ ସ୍ବାମୀଙ୍କ ସହିତ ବର୍ଷ ୨୦୦୧ରେ ଛୁଟି କଟେଇବା ପାଇଁ ଇଜିପ୍ଟ (Egypt)ର ଏକ ସ୍ଥାନକୁ ଯାଇଥିଲେ।ବର୍ଷ ୨୦୧୮ରେ ଯେତେବେଳେ ଜୋଆନ ନିଜ ସ୍ବାମୀଙ୍କ ସହିତ ସେହି ସ୍ଥାନକୁ ଯାଇଥିଲେ ସେତେବେଳେ ସେଠାରେ ତାଙ୍କ ଦେଖା ୨୪ବର୍ଷର ହସନ ଖାଲିଦ (Hassan Kahlied)ଙ୍କ ସହିତ ହୋଇଥିଲା।ହସନ ସେହି ସ୍ଥାନରେ ବେଟର ଥିଲେ।ଜୋଆନଙ୍କୁ ପ୍ରଥମ ଦେଖାରେ ହସନଙ୍କ ସହିତ ପ୍ରେମ ହୋଇଯାଇଥିଲା।ଜୋଆନା ଏବଂ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ବହୁ ସମୟରୁ ଝଗଡ଼ା ଲାଗିରହିଥିଲା। ଯେଉଁ କାରଣରୁ ସେ ହସନଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ।ସେ ଏକ ଇଣ୍ଟରବ୍ୟୁରେ କହିଥିଲେ କି ହସନ ତାଙ୍କ ସହିତ ବହୁତ ଚାଲାଖି କରୁଥିଲେ।ସେ ତାଙ୍କୁ ବହୁତ ଭଲ ଅନୁଭବ କରାଉଥିଲେ। ଏହି କାରଣରୁ ଜୋଆନା ପ୍ରଥମରୁ ହିଁ ଭାବି ନେଇଥିଲେ କି ତାଙ୍କୁ ଶାରୀରିକ ଭାବରେ ହସନଙ୍କ ପାଖକୁ ଆସିବାର ଅଛି।

ଯେତେବେଳେ ସେ ନାରଫୋକ (Narfolk) ଫେରି ଆସିଥିଲେ ସେତେବେଳେ ସେ ନିଜ ୨୦ବର୍ଷର ପୁରୁଣା ବାହାଘରକୁ ଶେଷ କରିଦେଇଥିଲେ ଏବଂ ହସନଙ୍କ ପାଖକୁ ଇଜିପ୍ଟକୁ ଫେରି ଯାଇଥିଲେ। କିଛିମାସ ପରେ ହସନ ଜୋଆନାଙ୍କ ୧୫୦୦ପାଉଣ୍ଡକୁ ନିଜ ପାଖରେ ରଖି ନେଇଥିଲେ।ସେ କହିଥିଲେ କି ଏହା ତାଙ୍କର ନିତି ହେଉଛି କି ପୁରୁଷ ହିଁ ଟଙ୍କା ନିଜ ପାଖରେ ରଖିଥାନ୍ତି। ପୁଣି କିଛିଦିନ ପରେ ସେ ଜୋଆନାଙ୍କୁ ଘରକୁ ପଠାଇ ଦେଇଥିଲେ ଏବଂ ତାଙ୍କୁ ଦୁଇଜଣଙ୍କ ଭବିଷ୍ୟତ ପାଇଁ ଟଙ୍କା ଏକଜୁଟ କରିବା ପାଇଁ କହିଥିଲେ। କିନ୍ତୁ ଯେତେବେଳେ ଜୋଆନା ନାରଫୋକରେ ପହଁଞ୍ଚିଥିଲେ ସେତେବେଳେ ହସନ ତାଙ୍କୁ ମେସେଜ ମାଧ୍ୟମରେ କହିଥିଲେ- ‘ତୁମେ ବହୁତ ବୁଢ଼ୀ ଅଟ, ମୁଁ ଇଜିପ୍ଶିୟାନ ମହିଳାଙ୍କୁ ବାହା ହେବାକୁ ଯାଉଛି।’ହସନ ତାଙ୍କୁ ମୋଟା ମଧ୍ୟ କହିଥିଲେ।

couple

ଜୋଆନ ଇଣ୍ଟରବ୍ୟୁରେ କହିଥିଲେ- “ମୋତେ ଲାଗୁଥିଲା କି ହସନ ମୋତେ ପ୍ରେମ କରୁଛନ୍ତି ଏବଂ ମୋତେ ବାହା ହେବାପାଇଁ ଚାହୁଁଛନ୍ତି କିନ୍ତୁ ଏବେ ମୁଁ ବୁଝିସାରିଛି କି ତାଙ୍କୁ କେବଳ ମୋର ଟଙ୍କା ଦରକାର ଥିଲା। ମୁଁ ଏବେ ନିଜକୁ ବୋକି ବୋଲି ଭାବୁଛି କାରଣ ମୁଁ ନିଜ ବାହାଘରକୁ ମଧ୍ୟ ହସନଙ୍କ ପାଇଁ ଶେଷ କରି ଦେଇଛି।”

ଏହାପରେ ଜୋଆନ ଇଜିପ୍ଟ ଫେରିଯାଇଥିଲେ ଯେଉଁଠାରେ ତାଙ୍କୁ ୩୮ବର୍ଷର ହାୟସମଙ୍କ ସହିତ ପ୍ରେମ ହୋଇଯାଇଥିଲା। ଦୁଇଜଣ ଏବେ ସାଥିହୋଇ ବହୁତ ଖୁସିରେ ଅଛନ୍ତି।ହାୟସମ (Hysm Feygo) ତାଙ୍କୁ କେବେ ଟଙ୍କା ମାଗି ନାହାନ୍ତି ଏବଂ ତାଙ୍କ ପୂର୍ବ କ୍ଷତି ପାଇଁ ସବୁବେଳେ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *