ଆକବରଙ୍କ ନବରତ୍ନ ପ୍ରାସାଦ ସମ୍ମୁଖରେ ଖନନ କରାଯାଉଥିବା ବେଳେ ଉଦ୍ଧାର ହେଲା ୧୬ ତମ ଶତାବ୍ଦୀର ବିରଳ ‘ଭଣ୍ଡାର’

ହିନ୍ଦୁ ଓ ପାର୍ସୀ ସ୍ଥାପତ୍ୟ କଳାର ମିଶ୍ରଣକୁ ଦର୍ଶାଇ ଅତି ସୁନ୍ଦର ଏବଂ ନାଲି ରଙ୍ଗର ପଥରରେ ନିର୍ମିତ ଫତେହପୁର ସିକ୍ରିରେ ସ୍ମାରକୀ ସଂରକ୍ଷଣ ପାଇଁ ଖନନ କାର୍ଯ୍ୟ ଚାଲିଛି।

ଏହି ଖନନ କାର୍ଯ୍ୟରେ ଷୋଡ଼ଶ ଶତାବ୍ଦୀର ଏକ ଫାଁଉଟେନ୍ ମିଳିଛି। ଏହି ଫାଁଉଟେନ୍ ବାଲି ପଥର ଓ ଚୂନପଥରରେ ତିଆରି। କର୍ମଚାରୀ ମାନେ ଖନନ କରୁଥିବା ବେଳେ ଏହି ଫାଁଉଟେନ୍ ଉଦ୍ଧାର କରିଥିଲେ।

ମୋଗଲ କାଳରେ ନକ୍ସା ମୀନାକାରୀଙ୍କ କାର୍ଯ୍ୟ ଅନେକାଂଶରେ ଚାଲିଥିଲା। ଏହାର ପ୍ରମାଣ ଫାଁଉଟେନରୁ ମିଳିଛି। ସମଗ୍ର ଫାଁଉଟେନ୍ ରେ ଖୋଦନ କରାଯାଇଛି। ଏହାର ମୋଟାଇ ପ୍ରାୟ ୮.୭ ମିଟର।

ବାୟୁମଣ୍ଡଳକୁ ଥଣ୍ଡା ରଖିବା ପାଇଁଁ ଏହି ଫାଁଉଟେନ୍ ତିଆରି କରାଯାଇଥିବାର ବିଶ୍ୱାସ କରାଯାଏ। ପ୍ରଥମ ଥର ପାଇଁ ସିକ୍ରି ଠାରେ ବଡ଼ ଦୁର୍ଗରେ ଏକ ଫାଁଉଟେନ୍ ମିଳିଛି। ପ୍ରତ୍ନତତ୍ତ୍ଵବିତ ମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଫାଁଉଟେନ୍ ଭିତରେ ଜଳ ଉତ୍ସ ର ସଂଯୋଗ କ’ଣ ଥିଲା?

ଏହି ଫାଁଉଟେନ୍ ମୋଗଲ ସମ୍ରାଟ ଆକବରଙ୍କ ନିକଟସ୍ଥ ତୋଦରମଲଙ୍କ ଦରବାର ସାମ୍ନାରେ ଉତ୍ପନ ହୋଇଥିଲା। ତୋଦରମଲ ଆକବରଙ୍କ ନବରତ୍ନରୁ ଅନ୍ୟତମ। ଆକବରଙ୍କ ରାଜସ୍ବ ଓ ଅର୍ଥମନ୍ତ୍ରୀ ଥିଲେ। ଟୋଡାରମାଲ ପୃଥିବୀର ପ୍ରଥମ ମାପ ପ୍ରଣାଳୀକୁ ପରିମାପ କରିଥିଲେ।

Leave a Reply

Your email address will not be published. Required fields are marked *