ବାଇଡେନ ସରକାର ପାକିସ୍ଥାନକୁ ଦେଲେ ଚେତାବନୀ, ବଢିବ ଇମରାନ ଖାନଙ୍କ ଚିନ୍ତା

ବାଇଡେନ ଆମେରିକାର ସରକାର ହେବା ପରେ ପାକିସ୍ଥାନକୁ ପ୍ରଥମ ଝଟକା। ଆମେରିକା ଦକ୍ଷିଣ ଏସିଆର ତିନୋଟି ଦେଶ ପାଇଁ ନିଜର ଟ୍ରାଭେଲ advisory ଜାରୀ କରିଛି , ଯେଉଁଥିରେ ପାକିସ୍ଥାନକୁ ଯାତ୍ରା କରିବାରେ ବିପଦ ରହିଛି ବୋଲି କୁହାଯାଇଛି। ଆମେରିକା ନିଜର ନାଗରିକମାନଙ୍କୁ କହିଛି କି ପାକିସ୍ଥାନ, ଆଫଗାନିସ୍ଥାନ ଏବଂ ବାଙ୍ଗ୍ଲାଦେଶକୁ ଯାତ୍ରା କରିବାକୁ ମନା କରିଛି। ଆମେରିକାର ବିଦେଶ ମନ୍ତ୍ରାଳୟ ସୋମବାରକୁ ତିନୋଟି ଦେଶ ପାଇଁ ଅଲଗା ଟ୍ରାଭେଲ advisory ଜାରୀ କରିଛି।

advisory ରେ କୁହାଯାଇଛି କି- କୋଭିଡି-୧୯, ଆତ-ଙ୍କ-ବାଦ ଏବଂ ସାମ୍ପ୍ରଦାୟକ ହିଂ-ସାକୁ ଆଖି ଆଗରେ ରଖି ଆମେରିକାର ଯାତ୍ରୀମାନେ ପାକିସ୍ଥାନ ଯିବା ପୂର୍ବରୁ ପୁଣି ଥରେ ଭାବନ୍ତୁ। ଆମେରିକା ଆତ-ଙ୍କ-ବାଦ ଏବଂ ଅପ-ହ-ରଣ ଘଟଣାକୁ ନଜରରେ ରଖି ପାକିସ୍ଥାନର ବଲୂଚିସ୍ତାନ ଏବଂ ଖୈବର ପଖ୍ତୁନଖ୍ବାଂ ପ୍ରାନ୍ତକୁ ଯିବା ପାଇଁ ମଧ୍ୟ ମନା କରିଛି।

advisoryରେ ଆମେରିକା କୁ ଆତ-ଙ୍କ-ବାଦ ଏବଂ ଶ-ସ୍ତ୍ର ସଂ-ଘର୍ଷ ସମ୍ଭାବନା ଚାଲିଥିବାରୁ ଭାରତ-ପାକିସ୍ଥାନ ସୀମାରେ ଥିବା ଇଲାକା ଠାରୁ ଦୂରେଇ ରହିବାକୁ କହିଛି। advisory ରେ କୁହାଯାଇଛି କି, ଭାରତ-ପାକିସ୍ଥାନର ସୀମା ଇଲାକାକୁ ନ ଯିବା ପାଇଁ କାରଣ ସେହି ଯାଗାରେ କେତେକ ଆତ-ଙ୍କ-ବାଦୀ ସଂଗ-ଠନ ସକ୍ରିୟ ଥାଏ। ସୀମାର ଦୁଇ ପାର୍ଶ୍ବରେ ଭାରତ ଏବଂ ପାକିସ୍ଥାନର ସୈନ୍ୟ ରହିଥାନ୍ତି ଏବଂ LOCରେ ପ୍ରାୟତଃ ଗୁ-ଳି ବର୍ଷା ହୋଇଥାଏ।

ପାକିସ୍ଥାନ ବ୍ୟତିତ ଆମେରିକା ନିଜ ନାଗରିକଙ୍କୁ ବାଙ୍ଗଲାଦେଶକୁ ମଧ୍ୟ ଯିବାକୁ ମନା କରିଛି। advisoryରେ କୁହାଯାଇଛି କି କୋଭିଡି-19 ବ୍ୟତିତ ବାଙ୍ଗଲାଦେଶରେ ଅପ-ରାଧ, ଆତ-ଙ୍କ-ବାଦ ଏବଂ ଅପ-ହ-ରଣ ଘଟଣାକୁ ନଜରରେ ରଖି ଆମେରିକାର ନାଗରିକମାନଙ୍କୁ ଅତ୍ୟନ୍ତ ସବଧାନରେ ରହିବାକୁ ପଡିବ। ଖାଗରାଚାରୀ, ରଙ୍ଗାମତୀ, ବନ୍ଦରବନ ଯାତ୍ରା କରିବାରେ ବହୁତ ବି-ପଦ ରହିଛି କାରଣ ଏଠାରେ ସାମ୍ପ୍ରାଦାୟିକ ହିଂ-ସାର ଘଟଣା ବହୁତ ସାମ୍ମନାକୁ ଆସିଥାଏ।

ପାକିସ୍ଥାନ, ବାଙ୍ଗଲାଦେଶ ସହିତ ଆଫଗାନୀସ୍ଥାନକୁ ମଧ୍ୟ ଯାତ୍ରା କରିବାକୁ ମନା କରାଯାଇଛି। ଏହା ପଛରେ କୋଭିଡି-19, ଅପ-ରାଧ, ଆତ-ଙ୍କ-ବାଦ, ଆନ୍ତରିକ, ଅ-ଶାନ୍ତି, ଅପ-ହରଣ ଏବଂ ସଶ-ସ୍ତ୍ର ସଂ-ଘର୍ଷର କାରଣ କୁହାଯାଇଛି।

ପାକିସ୍ଥାନ ବାଇଡେନ ସରକାର ହେବା ପରେ ପାକିସ୍ଥାନ-ଆମେରିକା ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିବାର ଆଶା ରହିଛି। ପାକିସ୍ଥାନର ବିଦେଶ ମନ୍ତ୍ରୀ ଶାହା ମହମୂଦ କୂରୈଶୀ ରବିବାରକୁ କହିଥିଲେ କି ବାଇଡେନ ପ୍ରଶାସନକୁ ବୁଝିବା ଦରକାର କି ଗତ ଚାରି ବର୍ଷରେ ପାକିସ୍ଥାନ ବହୁତ ବଦଳି ଯାଇଛି ଏବଂ ନୂଆ ଗ୍ରାଉଣ୍ଡ ବାସ୍ତବତାକୁ ଧ୍ୟାନରେ ରଖି ସମ୍ପର୍କକୁ ଜାଣିବା ଦରକାର।

ପାକିସ୍ଥାନର ବିଦେଶ ମନ୍ତ୍ରୀ କୂରୈଶୀ କହିଛନ୍ତି, ଗତ ଚାରି ବର୍ଷରେ ଦୁନିଆ ବହୁତ ବଦଳି ସାରିଛି, ଏ କ୍ଷେତ୍ର ବି ବଦଳି ସାରିଛି ଏବଂ ପାକିସ୍ଥାନ ବି। ଏବେ ଆପଣଙ୍କୁ ଏକ ନୂଆ ପାକିସ୍ଥାନକୁୁ ଦେଖୁଛନ୍ତି। କୁରୈଶୀ ବାଇଡେନ ପ୍ରଶାସନରେ ବିଦେଶ ମନ୍ତ୍ରୀ ହେବାକୁ ଥିବା ଏଣ୍ଟନୀ ବ୍ଲିଙ୍କେନଙ୍କୁ ଏହି ସମ୍ବନ୍ଧରେ ଏକ ପତ୍ର ବି ଲେଖିଥିଲେ। କୁରୈଶୀ କହିଥିଲେ କି ଆମେ ଏବେ କେବଳ ଭୂ-ରଣନୀତିକ ମହତ୍ବବାଲା ଦେଶ ନୁହେଁ ବଂର ଏହାଠାରୁ ଆଗକୁ ବଢି ଭୂ-ଆର୍ଥିକ ଆଡୁ ବି ଭଲ ହୋଇଯାଇଛି।

ବାଇଡେନ ସରକାରରେ ରକ୍ଷା ମନ୍ତ୍ରୀ ହେବାକୁ ଥିବା ଲଇଡ ଅସ୍ଟିନ ମଧ୍ୟ ଏକ ବୟାନରେ ଆତ-ଙ୍କ-ବାଦକୁ ନେଇ ପାକିସ୍ଥାନକୁ ସନ୍ଦେଶ ଦେଇଥିଲା। ସେ କହିଥିଲେ କି ସେ ପାକିସ୍ଥାନ ଉପରେ ପ୍ରଭାବ ପକାଇବେ କାରଣ ସେମାନେ ନିଜ ଦେଶର ଆତ-ଙ୍କ-ବାଦୀମାନଙ୍କ ଏବଂ କଟ୍ଟରପନ୍ଥୀମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳି ବନେଇବାକୁ ନ ଦିଅନ୍ତୁ। ଅସ୍ଟିନ ” ସିନେଟ ଆର୍ମ୍ଡ ସର୍ବିସେସ କମିଟୀ ” ସାମ୍ମାନାରେ କହିଥିଲେ ସେ ପାକିସ୍ଥାନକୁ କହିବେ କି ସେ ହିଂ-ସକ ଚରମପନ୍ଥୀ ସଙ୍ଗଠନ ଏବଂ ଆତ-ଙ୍କ-ବାଦୀ-ମାନଙ୍କୁ ନିଜ ଜମିର ବ୍ୟବହାର ନ କରିବାକୁ ଦିଅନ୍ତୁ।

ସେମାନେ ପାକିସ୍ଥାନର ଆତ-ଙ୍କ-ବାଦ ସଙ୍ଗଠନର ବିରୋଧରେ କାର୍ଯ୍ୟ ଅନୁଷ୍ଠାନ ନ ନେବା ପାଇଁ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଅସ୍ଟୀନ କହିଥିଲେ ଭାରତ ବିରୋଧି ଆତ-ଙ୍କ ସଙ୍ଗଠନ ଲଶ୍କର-ଏ-ତୈୟାବ ଏବଂ ଜୈକ-ଏ-ମୋହମ୍ମଦଙ୍କ ବିରୋ-ଧରେ ପାକିସ୍ଥାନର କାର୍ଯ୍ୟ ଅଧା ଅଛି। ସେଇଠି ଭାରତକୁ ନେଇ ଅସ୍ଟିନ କହିଥିଲେ କି ଆମେ ଭାରତରକୁ ସୁରକ୍ଷା ଦେବୁ ଏବଂ କ୍ବୈଡ ସାହାର୍ଯ୍ୟରେ ସୁରକ୍ଷାକୁ ଆଗକୁ ବଢା ଯିବ। କ୍ବୈଡରେ ଜାପାନ , ଆମେରିକା , ଅଷ୍ଟ୍ରେଲିଆ ଏବଂ ଭାରତ ସାମିଲ ଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *