ଆଉ ଏକ ଅଭିନେତ୍ରୀଙ୍କର ଆତ୍ମ-ହତ୍ୟା, ଛଅ ମାସ ପୂର୍ବରୁ ଆତ୍ମ-ହତ୍ୟା କରିବାକୁ କରିଥିଲେ ଚେଷ୍ଟା, ପୁଣି ଏହି ଅଭିନେତା ତାଙ୍କ ଜୀବନ ବଞ୍ଚାଇଥିଲେ

ମୁମ୍ବାଇ/ ବେଙ୍ଗାଲୁର : ବିଗ ବସ କନ୍ନଡ ସିଜିନ ୩ରେ କାମ କରି ସାରିଥିବା ଅଭିନେତ୍ରୀ ଜୟଶ୍ରୀ ରମୈୟା ଆତ୍ମ-ହତ୍ୟା କରି ଦେଇଛନ୍ତି। ସୋମବାରକୁ ଜୟଶ୍ରୀଙ୍କ ଶବ ବେଙ୍ଗାଲୁରର ଏକ ଓଲ୍ଡ ଏଜ ହୋମ ଏବଂ ରିହୈବିଲିଟେଶନ ସେଣ୍ଟରର ପଙ୍ଖାରେ ଝୁଲୁଥିବାର ମିଳିଥିଲା। ରିପୋର୍ଟ ଅନୁସାରେ ଜୟଶ୍ରୀ ଗତ ଛଅ ମାସ ହେବ ଡିପ୍ରେଶନର ଶୀକାର ହେଉଥିଲେ , ସେଥିପାଇଁ ସେ ଏଠାକାର ସନ୍ଧ୍ୟା କିରଣ ଆଶ୍ରମରେ ରହୁଥିଲେ। ବେଙ୍ଗାଲୁରୁର ମଦନାୟକାନହଲ୍ଲୀ ପୋଲିସ ଅନୁସାରେ ଜୟଶ୍ରୀ ରବିବାର ଦିନ ରାତିରେ ଫା-ଶୀ ଲଗାଇଛନ୍ତି।

ଗତ ବର୍ଷ ୨୦୨୦ ଜୁଲାଈରେ ସେ ନିଜ ଜୀବନକୁ ନେଇ ବହୁତ ଚିନ୍ତିତ ଥିଲେ ସେଥିପାଇଁ ସେ ଆତ୍ମ-ହତ୍ୟାର କଥା ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ , ପରେ ସେ ତାକୁ ଡିଲିଟ କରି ଦେଇଥିଲେ।

୨୦୨୦ ଜୁ୍ଲାଈରେ ଜୟଶ୍ରୀ ଫେସବୁକରେ ଲାଇଭ ଭିଡିଓ ସେୟାର କରି ମୃ-ତ୍ୟୁର ଭିକ୍ଷା ମାଗିଥିଲେ। ପରେ ତାଙ୍କୁ ବିଗ ବସ କନ୍ନଡର ହୋଷ୍ଟ କରୁଥିବା ଆକ୍ଟର କିଚ୍ଚା ସୁଦୀପ ବଞ୍ଚାଇ ଥିଲେ। ସେତିକି ବେଳେ ସୁଦୀପ ଜୟଶ୍ରୀଙ୍କୁ ଫୋନ କରି କଥା ହୋଇଥିଲେ। ଏହି କଥା ନିଜେ ଜୟଶ୍ରୀ ସୋଶିଆଲ ମିଡିଆରେ କହିଥିଲେ।

ଜୟଶ୍ରୀ ଏହ ଭିଡିଓରେ କହିଥିଲେ କି ମୁଁ କ୍ବିଟି କରୁଛି ଦୁନିଆ ଏବଂ ଡିପ୍ରେଶନକୁ ବିଦାୟ। ମୁଁ ପବ୍ଲିସିଟି ପାଇବାକୁ ଏହା କରୁଛି ନା ସୁଦୀପଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ପାଇଁ ଏହି ଭିଡିଓ କରୁଛି। ମୁଁ ମରିବାକୁ ଚାହୁଁଛି କାରଣ ମୁଁ ଏ ଡିପ୍ରେଶନ ସହି ପାରୁ ନାହିଁ।

ଏତିକି ହିଁ ଆଗକୁ ଜୟଶ୍ରୀ କହିଛନ୍ତି କି ମୁଁ ଡିପ୍ରେଶନରେ ଅଛି। ମତେ ଛୋଟ ବେଳୁ ଧୋକା ମିଳୁଛି ଏବଂ ମୁଁ ତା ସହ ଲଢିବା ଏବଂ ବଢିବାରେ ଅସଫଳ ରହିଛି। ଜୟଶ୍ରୀ ଫ୍ୟାନ୍ସଙ୍କୁ ଆତ୍ମ-ହତ୍ୟା କଥା କହି ଲେଖିଥିଲେ-ମୁଁ ଏକ କାୟର ଝିଅ ଅଟେ, ମତେ ମର୍ସୀ କିଲିଙ୍ଗର ଆବଶ୍ୟକତା ଅଛି।

କିଛି ଦିନ ପରେ ଜୟଶ୍ରୀ ଏହି ଭିଡିଓକୁ ଫେସବୁକରୁ ଡିଲିଟ କରି ଦେଇଥିଲେ। ଏହା ସହିତ ସେ ଆକ୍ଟର କିଚ୍ଚା ସୁଦୀପଙ୍କୁ ଧନ୍ୟବାଦ କହିଥିଲେ। ସେ ଏକ ପୋଷ୍ଟରେ ଲେଖିଥି୍ଲେ – ଧନ୍ୟବାଦ ସୁଦୀପ ସାର! ଆପଣ ମତେ ବଞ୍ଚେଇଲେ। ସମସ୍ତଙ୍କୁ ହଇରାଣ କରିଥିବାରୁ କ୍ଷମା ମାଗୁଛି। ଏବେ ମୁଁ ଠିକ ଅଛି।

ଜୟଶ୍ରୀଙ୍କର ଏମିତି ଦୁନିଆରୁ ବିଦାୟ ନେବାରୁ କନ୍ନଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।

ଜୟଶ୍ରୀ ବିଗ ବସ ବ୍ୟତିତ କନ୍ନଡ ଫିଲ୍ମ ଉପ୍ପୁ ହୁଲୀ ଖରା ଏବଂ କନ୍ନଡ ଗୋଥିଲ୍ଲାରେ ଦେଖିବାକୁ ମିଳିଥିଲେ।

Leave a Reply

Your email address will not be published. Required fields are marked *