ଭାରତ ସରକାର ଡିଜିଟାଲ ସୁବିଧାକୁ ଆଉ ଆଗକୁ ବଢେଇବା ପାଇଁ ଆଉ ଏକ ନୂଆ ଆରମ୍ଭ କରିଛନ୍ତି। ଭାରତ ସରକାର ଆଧାର କାର୍ଡ ପରେ ଏବେ ଭୋଟ ପରିଚୟ ପତ୍ରର ଇଲେକ୍ଟନିକ ସଂରକ୍ଷଣର ଆରମ୍ଭ କରିଛନ୍ତି। ଏବେ ଭାରତର କୌଣସି ବି ନାଗରିକ ନିଜ ଭୋଟର କାର୍ଡକୁ ନିଜ ମୋବାଇଲ ଫୋନରେ ଡାଉନଲୋଡ କରି ସେଭ କରି ରଖି ପାରିବ।
ଏହି ବିଷୟରେ ସୂଚନା ଦେଇ ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି କି ଈ-ଇଲେକ୍ଟର ଫଟୋ ପରିଚୟ ପତ୍ର ନିର୍ବାଚକ ଫଟୋ ପରିଚୟ ପତ୍ର ଡିଜିଟାଲ ଭର୍ସନ ଅଟେ। ଏହାକୁ ଡିଜିଟାଲ ଲକର ମଧ୍ୟମରେ ମଧ୍ୟ ସୁରକ୍ଷିତ ରଖା ଯାଇ ପାରିବ। ଏତିକି ହିଁ ନୁହେଁ ଏହାକୁ PDF ପ୍ରାରୂପରେ ପ୍ରିଣ୍ଟି ବି କରି ହେବ। ଆପଣଙ୍କୁ କହି ଦେଉଛୁ କି ଆଧାର କାର୍ଡ , ପ୍ୟାନ କାର୍ଡ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଡିଜିଟାଲ ମୋଡରେ ପ୍ରଥରୁ ଉପଲବ୍ଧ ଅଛି। ଏବେ ସରକାରଙ୍କ ତରଫରୁ ଭୋଟର କାର୍ଡର ମଧ୍ୟ ଡିଜିଟାଲ ମୋଡରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି।
ଆମେ ଆପଣଙ୍କୁ କହିବୁ ଏହାକୁ କିପରି ଅନଲାଇନରେ ଡାଉନଲୋଡ କରିବେ।
ଆପଣଙ୍କୁ ମୋବାଇଲରେ ଭୋଟର କାର୍ଡ ଡାଉନଲୋଡ କରିବାର ସୁବିଧା ଦୁଇ ସୋପାନ ଦିଆ ଯାଇଛି। ପ୍ରଥମ ସୋପାନର ମାନେ ଜାନୁଆରୀ ୨୫ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ କେବଳ ନୂଆ ଭୋଟର୍ସ ହିଁ ଡିଜିଟାଲ ଭୋଟର କାର୍ଡକୁ ନିଜ ମୋବାଇଲ କି କମ୍ପ୍ୟୁଟରରେ ଡାଉନ ଲୋଡ କରି ପାରିବେ। ଏଥିରେ ଜରୁରୀ କଥା ଏହା କି ଭୋଟର୍ସ ବା ଭାରତୀୟ ନାଗରିକଙ୍କ ମୋବାଇଲ ନମ୍ବର ନିର୍ବାଚନ ଆୟୋଗ ସହିତ ରେଜିଷ୍ଟର୍ଡ ଥିବା ଆବଶ୍ୟକ।
ଏହାପରେ ଅନ୍ୟ ସୋପାନ : ଅନ୍ୟ ସୋପାନଟି ହେଉଛି ଫେବୃଆରୀରୁ ସବୁ ଭୋଟର୍ସ ନିଜର ଭୋଟର କାର୍ଡକୁ ଡିଜିଟାଲ ମାଧ୍ୟମରେ ଡାଉନଲୋଡ କରି ରଖି ପାରିବେ। ଏହି କାର୍ଯ୍ୟ ପାଇଁ ଆପଣଙ୍କ ମୋବାଇଲ ନମ୍ବର ନିର୍ବାଚନ ଆୟୋଗର ଓ୍ବେବସାଇଟ ସହିତ ରେଜିଷ୍ଟର୍ଡ ଥିବା ଆବଶ୍ୟକ। ଯଦି ଆଣଙ୍କ ନମ୍ବର ନିର୍ବାଚନ ଆୟୋଗର ଓ୍ବେଭସାଇଟରେ ରେଜିଷ୍ଟର୍ଡ ହୋଇ ନାହିଁ ତେବେ ଆପଣଙ୍କୁ ପ୍ରଥମେ ନମ୍ବରକୁ ରେଜିଷ୍ଟର୍ଡ କରିକୁ ପଡିବ। ଏହି କାମ ଆପଣ ସହଜରେ ନିର୍ବାଚନ ଆୟୋଗର ଓ୍ବେବସାଇଟକୁ ଯାଇ କରି ପାରିବେ।
ଏହାପରେ ଭୋଟର କାର୍ଡର ଡିଜିଟାଲ କପୀକୁ ଡାଉନଲୋଡ କରିବାର କାମ ଆପଣ ଦୁଇଟି ଭିନ୍ନ ଭିନ୍ନ ପ୍ରଣାଳୀରେ କରି ପାରିବେ। ପ୍ରଥମ ପ୍ରଣାଳୀ ହେଉଛି ମୋବାଇଲ ଆପରୁ ଏବଂ ଅନ୍ୟଟି ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ଓ୍ବେବସାଇଟିରୁ। ଯଦି ଆପଣଙ୍କ ମୋବାଇଲ ଫୋନରେ ଆପ ନାହିଁ ତେବେ ତାହାକୁ ତୁରନ୍ତ ଡାଉନଲୋଡ କରିବାକୁ ପଡିବ,ପୁଣି ଏହାପରେ ଆୟୋଗର ଓ୍ବେବସାଇଟିକୁ ଯାଇ ନିଜର ମୋବାଇଲ ନମ୍ବର ବା ଈ-ମେଲ ଆଇଡିରୁ ଲଗିନ କରନ୍ତୁ।
ଆପଣଙ୍କୁ ଓ୍ବେବସାଇଟିରେ ଲଗିନ କରିବା ପରେ Download E-EPICର ବିକଳ୍ପ ଦେଖିବାକୁ ମିଳିବ। ଏହାପରେ ଆଆପଣଙ୍କ ମୋବାଇଲ ନମ୍ବର ନହେଲେ ଭୋଟର କାର୍ଡ ନମ୍ବର ସେହି ଅଫସନରେ ଦେଇ PDFରେ ନିଜର ଭୋଟର କାର୍ଡକୁ ସହଜରେ ଡାଉନଲୋଡ କରି ପାରିବେ। PDF ଫାଇଲରେ ଏକ QR କୋଡ ବି ଦେଖିବାକୁ ମିଳିବ ଯାହାକୁ ସ୍କାନ କରି ସମ୍ପୂର୍ଣ୍ଣ ଡିଟେଲ୍ସ ପଢି ପାରିବେ।
ଆପଣ ଜାଣିବା ପାଇଁ କହି ଦେଉଛୁ ଯେ ଡିଜିଟାଲ ଭୋଟର ଆଈଡି କାର୍ଡ୍ସରେ ଏକ ସିକ୍ୟୋର୍ଡ QR କୋଡ ବି ଥିବ ଫଟୋ ଏବଂ ଡିମଗ୍ରୈଫିକ୍ସ ଥିବା , ଯେମିତି ତାଙ୍କୁ କୌଣସି ବି ବ୍ୟକ୍ତି ଦ୍ବାରା ଡୁପ୍ଲିକେଟ କରାଯାଇ ପାରିବ ନାହିଁ। ଆପଣ ନିର୍ବାଚନ ଆୟୋଗର ଓ୍ବେବସାଇଟି https://voterportal.eci.gov.in ଏହା ବ୍ୟତିତ ରାଷ୍ଟ୍ରୀୟ ଭୋଟ ସେବା ପୋର୍ଟଲର ଲଗିନ ପେଜ https://www.nvsp.in/Account/Loginରେ କରି ପାରିବେ। ଡାଉନଲୋଡର ସୁବିଧା ଜାନୁଆରୀ ୨୫ ତାରିଖ ଦିନ ସକାଳ ୧୧.୧୫ରୁ ଉପଲବ୍ଧ ହୋଇ ସାରିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।