ନିଜ ମହିଳା ବନ୍ଧୁଙ୍କ ଦ୍ଵାରା କରିବାକୁ ଚାହୁଁଥିଲେ ମାଲିଶ, ମନା କରିବାରୁ ବିଚ ବଜାରରେ କରିଦେଲେ କାଣ୍ଡ

ଆଠ ବର୍ଷର ବନ୍ଧୁତା ବହୁତ ବଡ଼ କଥା ହୋଇଥାଏ। ଏହାକୁ କେହି ଏମିତି ଭାଙ୍ଗନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବନ୍ଧୁତା ବିଷୟରେ ଜଣାଇବାକୁ ଯାଉଛୁ ଯାହା ଏକ ବହୁତ ଛୋଟ କଥାରେ ନା କେବଳ ଭାଙ୍ଗିଥିଲା ବରଂ କଥା ମାଡପିଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଦୁଇ ମହିଳାଙ୍କ ବନ୍ଧୁତାର ଏହି ବିଚିତ୍ର କାହାଣୀ ହରିୟାଣାର ପାନିପଥର ମୁଖିଜା କଲୋନୀର ଜଣା ଯାଉଛି।

ଏଠାର ଦୁଇ ମହିଳା ବନ୍ଧୁ ପୂର୍ବ ଆଠ ବର୍ଷରୁ ଭଲ ବନ୍ଧୁ ଥିଲେ। ପୁଣି ଗୋଟିଏ ଦିନ ପ୍ରଥମ ମହିଳା ବନ୍ଧୁ ଅନ୍ୟ ବନ୍ଧୁଙ୍କୁ ନିଜର ମାଲିଶ କରିବା ପାଇଁ କହିଥିଲେ। ଦ୍ଵିତୀୟ ମହିଳା ଜଣଙ୍କ ଏମିତି କରିବା ପାଇଁ ମନା କରିଦେଇଥିଲେ। ଏହି କଥା ପ୍ରଥମ ମହିଳା ବନ୍ଧୁଙ୍କୁ ବହୁତ ଖରାପ ଲାଗିଥିଲା। କଥା କେବଳ ଏତିକିରେ ସରି ନଥିଲା। ମାଲିଶ ନ କରିବାରୁ ମହିଳାଙ୍କୁ ଏତେ ଖରାପ ଲାଗିଥିଲା କି ସେ ନିଜ ମହିଳା ବନ୍ଧୁଙ୍କୁ ଗୁଣ୍ଡାଙ୍କ ଦ୍ଵାରା କେତେଥର ଧମକ ମଧ୍ୟ ଦେଇଥିଲେ।

ଯେତେବେଳେ ଗୁଣ୍ଡାମାନଙ୍କ ଦ୍ଵାରା ଧମକେଇବା ପରେ ମଧ୍ୟ ତାଙ୍କ ମନ ଭରି ନଥିଲା ତ ସେ ନିଜେ ଗତ ଶନିବାର ଦିନ ନିଜ ବନ୍ଧୁଙ୍କୁ ଘେରି ଯାଇଥିଲେ। ଏହି ଲଢେଇରେ ଦୁହିଁଙ୍କର ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ସିଧା ଡାକ୍ତରଖାନାରେ ପହଞ୍ଚି ଥିଲେ। ଘଟଣା ଏତିକିରେ ମଧ୍ୟ ଥମି ନଥିଲା। ଏହି ସିବିଲ ଡାକ୍ତରଖାନାରେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ କେତେଥର କଳିକଜିଆ ହୋଇଥିଲା। ମହିଳାଙ୍କ ବନ୍ଧୁତା ପାଖାପାଖି ୬ମାସ ପୂର୍ବରୁ ଭାଙ୍ଗିଯାଇଥିଲା । ଯେତେବେଳେ ମହିଳା ଜଣଙ୍କ ନିଜ ବନ୍ଧୁଙ୍କୁ ମାଲିଶ କରିବା ପାଇଁ କହିଥିଲେ। ହେଲେ ସେ ମାଲିଶ କରିବା ପାଇଁ ମନା କରିଦେଇଥିଲେ ତ ସେ ନିଜ ବନ୍ଧୁଙ୍କ ଉପରେ ରାଗ ରଖିଥିଲେ।

ମହିଳାଙ୍କ ଆରୋପ ହେଉଛି କି ତାଙ୍କ ବନ୍ଧୁ ଏହି କଥାକୁ ନେଇ କେତେଥର ତାଙ୍କୁ ଗୁଣ୍ଡା ମାନଙ୍କ ଦ୍ଵାରା ଫୋନ କରି ଧମକ ଦେଇଥିଲେ। ଏହାପରେ ଯେତେବେଳେ ଗତ ଶନିବାର ଦିନ ସେ ସ୍କୁଟିରେ ନିଜ ପରିଚିତ ଲୋକଙ୍କ ଘରକୁ ଯାଉଥିଲେ ତ ଖବର ପାଇ ତାଙ୍କ ବନ୍ଧୁ କିଛି ଲୋକଙ୍କ ସହିତ ଆସିଥିଲେ ଏବଂ ରାସ୍ତା ରୋକିବାକୁ ଲାଗିଥିଲେ। ଏଠାରେ ସେ ଲାଠି-ଠେଙ୍ଗାରେ ମାଡପିଟକୁ ରଚି ଦେଇଥିଲେ। ଏହା ମଧ୍ୟରେ ମହିଳା ଜଣଙ୍କ ଇଟାରେ ଅନ୍ୟ ମହିଳାଙ୍କ ମୁଣ୍ଡକୁ ମାରି ଦେଇଥିଲେ। ଏହାଦ୍ଵାରା ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଯେତେବେଳେ ଦୁଇ ମହିଳାଙ୍କ ମୁଣ୍ଡ ଫାଟି ଗଲା ତ ସେମାନେ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ।

ଆଶ୍ଚର୍ଯ୍ୟର କଥା ଏହା ହେଉଛି କି ଏ ପର୍ଯ୍ୟନ୍ତ କୌଣସିବି ପକ୍ଷରୁ ପୋଲି-ସଙ୍କ ପାଖରେ କେହି ବି ଦରଖାସ୍ତ ଲେଖିନାହାନ୍ତି। ଏହାଛଡା ଏହି ପୂରା ଘଟଣାକୁ ନେଇ ଆପଣଙ୍କର କଣ ମତ ରହିଛି? କଣ ଆପଣ ଏହା ପୂର୍ବରୁ କେବେ ଘନିଷ୍ଠ ବନ୍ଧୁଙ୍କୁ ଏହି ଭଳି ଶତ୍ରୁ ହେବାର ଦେଖିଥିଲେ? କଣ ଆପଣଙ୍କ ଜୀବନରେ କେବେ ଏମିତି ହୋଇଛି? ଯଦି ଆପଣ ସେହି ମହିଳାଙ୍କ ସ୍ଥାନରେ ଥାଆନ୍ତେ ତାହେଲେ କ’ଣ ଏହି ଭଳି ଭାବରେ ଲଢେଇ କରିଥାନ୍ତେ। ଆପଣ ଜବାବ କମେଣ୍ଟରେ ନିଶ୍ଚୟ ଦିଅନ୍ତୁ। ଏହା ସହିତ ଯଦି ଏହି ଖବର ପସନ୍ଦ ଆସୁଛି ତାହେଲେ ଏହାକୁ ଶେୟାର ମଧ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *