ହାଇ ବ୍ଲଡପ୍ରେସର ପରି ସମସ୍ୟାର ସମାଧାନ କରିଥାଏ ନଡିଆ ପାଣି

ମଣିଷକୁ ବହୁତ କିଛି ସମସ୍ୟା ଦେଇ ବଞ୍ଚିବାକୁ ପଡିଥାଏ, ସେଥିରୁ ଗୋଟିଏ ସମସ୍ୟା ହେଉଛି ରକ୍ତଚାପ ବା ବ୍ଲଡପ୍ରେସର। କେତେକ ଲୋକମାନଙ୍କର ଏପରି ସମସ୍ୟା ହେଉଥିବା କାରଣରୁ ସେମାନେ ଲୁଣ ଖାଇବା ଛାଡି ଦେଇଥାନ୍ତି। କେତେକ ଲୋକ ଭିନ୍ନ ଭିନ୍ନ ବାୟାମ କରିଥାନ୍ତି କିନ୍ତୁ ସେଥିରୁ ତାଙ୍କୁ କୌଣସି ପ୍ରକାରର ଫାଇଦା ମିଳି ନଥାଏ। ସେଥିପାଇଁ ସେମାନେ ବହୁତ ନିରାଶା ହୋଇଥାନ୍ତି । ଏଥିରେ ନିରାଶା ହେବା କିଛି ଜରୁରୀ ନୁହେଁ କାରଣ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବ ନଡିଆ ପାଣି, ଆଜ୍ଞା ହଁ! ଆଶ୍ଚର୍ଯ୍ୟ ହେବା କିଛି ଆବଶ୍ୟକ ନୁହେଁ ଏପରି ହୋଇଥାଏ।

ଗଭେଷକଙ୍କ ଅନୁସାରେ ନଡିଆ ପାଣି ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ, ଯଦି ଆପଣଙ୍କୁ ହାଇ ବ୍ଲଡ ପ୍ରେସର ର ସମସ୍ୟା ଅଛି ତେବେ ଆପଣ ଦିନକୁ ଦୁଇ ଥର ନଡିଆ ପାଣି ପିଇବା ଆବଶ୍ୟକ। ଏମିତି କରିବା ଦ୍ବାରା ଦଶ ଦିନରେ ଆପଣଙ୍କ ରକ୍ତଚାପ କମ ହୋଇଥାଏ। ନଡିଆ ପାଣିରେ ପୋଟାଶିୟମର ମାତ୍ରା ବହୁତ ଥାଏ, ଯାହା ଆମ ଶରୀରର ଶୋଡିୟମ ମାତ୍ରାକୁ ବାହାରକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ। ଏଥିରେ ରକ୍ତ ପ୍ରବାହ ପାଇଁ ଧମନୀ ଗୁଡିକ ଉପରେ ବେଶୀ ପ୍ରଭାବ ପଡି ନଥାଏ ଏବଂ ବ୍ଲଡ ପ୍ରେସର କମ ହୋଇଥାଏ।

ନଡିଆ ପାଣି ପିଇବାରୁ ଟ୍ରାଈ-ଗ୍ଲିସରାଇଡ ଏବଂ କୋଲଷ୍ଟ୍ରୋଲର ସ୍ତର କମିବାରେ ସାହାର୍ଯ୍ୟ କରିଥାଏ। ଏହାକୁ ନିୟମିତ ଶେବନ କରିବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ବା ହାର୍ଟ ଆଟକ ଜୀବନ ନେଲା ପରି ରୋଗର ବିପଦ ମଧ୍ୟ କମ କରିଥାଏ। ନଡିଆ ପାଣିରେ ବିଭିନ୍ନ ପ୍ରକାରର ପୋଷକ ତତ୍ବ ଥାଏ। ୨୫୦ ଲିଟର ନଡିଆ ପାଣିରେ ୪୪ କ୍ୟାଲୋରୀ, ଦଶ ଗ୍ରାମ କାର୍ବୋହାଇଡ୍ରେଡ ଏବଂ ୦.୫ ଗ୍ରାମ ପ୍ରୋଟିନ ଥାଏ। ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ।

ଯେତେବେଳେ ଆମେ କାମ କରିଥାଉ ସେତେବେଳେ ଆମ ଶରୀରରେ ଝାଳ ସାହାର୍ଯ୍ୟରେ ଆମ ଶରୀରରୁ ପୋଟାଶିୟମ ଏବଂ ମ୍ୟାଗନେଶିୟମ ପରି ଇଲେକ୍ଟ୍ରୋଲାଇଟ ବାହାରକୁ ବାହାରି ଆସିଥାଏ। ଏହାର ପୁନଃ ଭରଣ ନଡିଆ ପାଣି କରିଥାଏ। ଏହାକୁ ଶେବନ କରିବା କରିବା ଦ୍ବାରା ଆପଣ ନିଜକୁ ସ୍ବସ୍ଥ ଅନୁଭବ କରିବେ। ଯଦି ଆପଣ ଚାଲି ଚାଲି ଥକି ଯାଇ ନିଜକୁ ର୍ଦୁବଳ ଅନୁଭବ କରୁଥିବେ ତେବେ ଏକ ନଡିଆ ପାଣି ପିଇବା ଦ୍ବାରା ଆପଣ ଆପଣଙ୍କ ଶରୀରକୁ ଆରାମ ଦେଇ ପାରିବେ। ଏଥିପାଇଁ ନଡିଆ ପାଣି ପିଇବାକୁ ଉପଦେଶ ଦିଆଯାଏ।

ନଡିଆ ପାଣି ପିଇବା ଦ୍ବାରା ଆମ ପରିସ୍ରାରେ ପୋଟାଶିଏମ ଏବଂ ସାଇଟ୍ରେସ ସ୍ତର ବଢିଥାଏ ଏବଂ ଏହି ଦୁଇଟା ହିଁ ଯୌଗିକ କ୍ୟାଲସିୟମକୁ କିଡନୀରେ ଏକାଠି ହେବା ଏବଂ ପଥର ରୂପ ଧାରଣ କରିବାରୁ ରୋକିଥାଏ। ନଡିଆ ପାଣିରେ ଭିଟାମିନ-C ୨୭ ପ୍ରତିଶଦ ,ପୋଟାସିୟମ ୯ ପ୍ରତିଶଦ ଏବଂ କ୍ୟାଲସିଏମ ୧ ପ୍ରତିଶଦ ଥାଏ। ସେଇଠି ନଡିଆ ପାଣିରେ ୯୫ ପ୍ରତିଶଦ ପାଣିର ମାତ୍ରା ରହିଥାଏ , ଯାହା ନିଶା ଛଡେଇବା ପରିସ୍ଥିତିରେ ସାହାର୍ଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *