ଉତ୍ତରପ୍ରଦେଶ ସରକାର ନୂଆ ଅବକାରୀ ନୀତି ଜାରି କରିଛନ୍ତି। ପ୍ରକାଶ ପାଇଛି। ଏହା ଅଧୀନରେ, ଯଦି ଆପଣ ନିର୍ଦ୍ଦିଷ୍ଟ ପରିମାଣର ମଦ୍ୟପାନକୁ ଘରେ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ୟୁପି ସରକାରଙ୍କ ନୂଆ ଅବକାରୀ ନୀତି ବିଭାଗରୁ ଲାଇସେନ୍ସ ନେବାକୁ ପଡିବ ଏବଂ ଆପଣଙ୍କୁ ପ୍ରତିବର୍ଷ ୧୨ହଜାର ଟଙ୍କା ଲାଇସେନ୍ସ ଭାବରେ ଦେବାକୁ ପଡିବ। କେବଳ ଏତିକି ନୁହେଁ, ସରକାରଙ୍କ ଅବକାରୀ ନୀତି ବିଭାଗକୁ ୫୧ହଜାର ଟଙ୍କା ସିକ୍ୱିରିଟୀ ବାବଦକୁ ଦେବାକୁ ପଡ଼ିବ। ବିନା ଲାଇସେନ୍ସରେ ଘରେ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ମଦ୍ୟ ରଖିଲେ କାର୍ଯ୍ୟନୁଷ୍ଠାନ ନିଆଯିବ।
ହୋମ ଲାଇସେନ୍ସ ସେହି ଲୋକମାନେ ପାଇବେ, ଯେଉଁମାନେ କି ଗତ ପାଞ୍ଚ ବର୍ଷ ଧରି ଆୟକର ଦେଉଛନ୍ତି। ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଏକ ରସିଦ ମଧ୍ୟ ଦେବାକୁ ପଡିବ। ଏହା ସହିତ ଆବେଦନକାରୀଙ୍କୁ ଆବେଦନ ସହିତ ପାନ୍ କାର୍ଡ,ଆଧାର କାର୍ଡର ଏକ କପି ଜେରଖ୍ସ୍ ମଧ୍ୟ ଦାଖଲ କରିବାକୁ ପଡିବ।
ଆବେଦନକାରୀଙ୍କୁ ଏହି ସମ୍ବନ୍ଧରେ ଏକ ପ୍ରବେଶ ପତ୍ର ଦେବାକୁ ହେବ, ଯାହା ଅନୁଯାୟୀ କୌଣସି ଅନଧିକୃତ କିମ୍ବା ୨୧ବର୍ଷରୁ କମ୍ ବ୍ୟକ୍ତିଙ୍କୁ ମଦ ରଖାଯାଇଥିବା ସ୍ଥାନକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏଥିସହ ଉତ୍ତରପ୍ରଦେଶର ମାନ୍ୟତା ମିଳିଥିବା ମଦ ବ୍ୟତୀତ ଅନ୍ୟ କୌଣସି ବେଆଇନ କିମ୍ବା ଅନଧିକୃତ ମଦ କିମ୍ବା ଅନ୍ୟ କୌଣସି ପଦାର୍ଥକୁ ଏପରି ସ୍ଥାନରେ ରଖିବା ଅନୁଚିତ୍।
ୟୁପି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନୀତି ମୁତାବକ ଦେଶୀ ତଥା ଇଂରାଜୀ ମଦ ବ୍ୟତୀତ ବିୟର ଏବଂ ଭାଙ୍ଗ ଦୋକାନଗୁଡ଼ିକର ଲାଇସେନ୍ସ ମଧ୍ୟ ନବୀକରଣ କରାଯିବ। ଘରୋଇ ଏବଂ ଇଂରାଜୀ ମଦର ଖୁଚୁରା ଦୋକାନ ସହିତ ମଡେଲ ଦୋକାନର ଲାଇସେନ୍ସ ଶୁଳ୍କ ମାତ୍ର ୭.୫ ପ୍ରତିଶତ ବୃଦ୍ଧି କରାଯାଇଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।