ଗ୍ୱଆଲିୟର୍: ମଧ୍ୟ ପ୍ରଦେଶର ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମର ତାଙ୍କର ଭିନ୍ନ ପ୍ରକାର ଅନ୍ଦାଜ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳନ୍ତି। ଯେଉଁଠିକି ମନ୍ତ୍ରୀ ମହୋଦୟ ବିଧାନସଭାର ଏକ ଝାଡ଼ୁଦାର ଘରେ ବସି ଖାଇବାର ଦେଖିବାକୁ ମିଳନ୍ତି।
ସାଧାରଣ ଲୋକଙ୍କ ଭଳି ଯେତେବେଳେ ମନ୍ତ୍ରୀ ତଳେ ବସି ଖାଇଲେ। ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତାଙ୍କର ଗାଁ ଗ୍ୱଆଲିୟର୍ ଆସିଥିଲେ। ଶନିବାର ସକାଳ ବିଧାନସଭାରୁ ଫେରିବା ପରେ ସେ ଶ୍ରୀ କୃଷ୍ଣ ନଗର ପହଞ୍ଚି ସେଠାରେ ଲୋକମାନଙ୍କ ଖବର ନେବାକୁ ଲାଗିଲେ ଓ ଭୂମି ଉପରେ ବସି ପଡ଼ିଲେ। ଲୋକମାନେ ତ ଏହାବି ଜାଣି ପାରିଲେ ନାହିଁ କି ସେ ଜଣେ ମନ୍ତ୍ରୀ ବୋଲି।
ମନ୍ତ୍ରୀଙ୍କୁ ଏମିତି ଦେଖି ଆଶ୍ଚର୍ଯ୍ୟ ହୋଇଗଲା ସଫେଇ କର୍ମଚାରୀ ମହିଳା ଜଣଙ୍କ । ମନ୍ତ୍ରୀ ବୁଲି ବୁଲି ଯାଇ ପହଞ୍ଚିଥିଲେ ବାଲ୍ମୀକି ସମାଜର ଶ୍ୟାମ୍ ବୀର ବାଲ୍ମୀକିଙ୍କ ପରିବାରରେ ଯେଉଁଠି ତାଙ୍କ ବିଧବା ପତ୍ନୀଙ୍କ ସହିତ ଭେଟି ଥିଲେ। ସେ ତାଙ୍କୁ କହିଥିଲେ ଯେ ସେ ଆଜି ଲୋକମାନଙ୍କ ହାଲ୍ ଚାଲ୍ ବୁଝିବାକୁ ବାହାରିଛନ୍ତି ଓ ତାଙ୍କୁ ଭୋକ ଲାଗୁଛି ବୋଲି। ମନ୍ତ୍ରୀଙ୍କର ଏପରି କଥା ଶୁଣି ସଫେଇ କର୍ମଚାରୀ ମହିଳା ଜଣଙ୍କ ଆଚମ୍ବିତ ହୋଇଗଲେ। ମନ୍ତ୍ରୀ କିଛି ଖାଇବାକୁ ମାଗିଲେ।ଏହା ଶୁଣି ମହିଳା ଜଣକ ଘର ଭିତରକୁ ଗଲେ ଓ ମନ୍ତ୍ରୀ ପାଇଁ ଖାଇବାକୁ ଆଣିଲେ।
କିଛି ସମୟ ମଧ୍ୟରେ ମହିଳାଙ୍କ ଦୁଖ କଷ୍ଟ ଦୂର କଲେ
ଖାଇ ସାରିବା ପରେ ମନ୍ତ୍ରୀ ତାଙ୍କୁ ପଚାରିଲେ ଯେ, ସେ ବିଧବା ଭତ୍ତା ପାଉଛନ୍ତି କି ନାହିଁ। ଯାହାର ଉତ୍ତରରେ ମହିଳା ଜଣଙ୍କ ନାଁ ବୋଲି କହିଲେ। ଏହା ଶୁଣି ମନ୍ତ୍ରୀ ତାଙ୍କ ଅଧିକାରୀଙ୍କୁ କହି ତାଙ୍କର ଭତ୍ତାର ବ୍ୟବସ୍ଥା କରାଇଦେଲେ। ଏହା ଆଗରୁ ମଧ୍ୟ ମନ୍ତ୍ରୀ ଏମିତି ଅନେକ ଥର ଲୋକଙ୍କ ହାଲ୍ ଚାଲ୍ ବୁଝିବାକୁ ଆସନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଛି।