ଅନ୍ୟ ଲୋକମାନଙ୍କ ଘରର ଶୋଇବା ଘରର ଦୃଶ୍ୟ ଦେଖିବା ପାଇଁ ଟେକ୍ନିଶିୟନ ହ୍ୟାକ କରିଥିଲା ୨୦୦ ଘରର ସିସିଟିଭି

ସିକ୍ୟୋରିଟୀ ସିସ୍ଟମ ଅଫର କରୁଥିବା ଏକ କମ୍ପାନୀର ଟେକ୍ନିଶିୟନ ପାଖାପାଖି ୨୦୦ଟି ଘରର ସିସିଟିଭିକୁ ହ୍ୟାକ କରି ଏବଂ ପୁଣି ଦମ୍ପତି ଏବଂ ମହିଳାମାନଙ୍କର ପର୍ସନାଲ ଜୀବନ ଉପରେ ଲକ୍ଷ୍ୟ ରଖିବାକୁ ଲାଗିଲା। କୁହାଯାଉଛି କି ୩୫ ବର୍ଷ ବୟସର ଟେକ୍ନିଶିୟନ ପାଖାପାଖି ୯୬୦୦ ଥର ଗ୍ରାହକମାନଙ୍କର ଆକାଉଣ୍ଟକୁ access କରିଛନ୍ତି। ଆସନ୍ତୁ ଯାଣିବା ସମ୍ପୂର୍ଣ୍ଣ ଘଟଣା।

ଲୋକମାନଙ୍କ ଘରର ସିସିଟିଭିକୁ ହ୍ୟା-କ କରିବାର ଘଟଣା ଆମେରିକାର ଟେକ୍ସାସ ର ଅଟେ। ଟେଲିସ୍ଫୋରୋ ଏବିଲ୍ସ ନାମକ ଟେକ୍ନିଶିୟନ ADT କମ୍ପାନୀରେ କାମ କରୁଥିଲେ। ଏହି କମ୍ପାନୀ ଘର ଏବଂ ଅଫିସ ପାଇଁ ସିକ୍ୟୋରିଟୀ ଅଲାର୍ସ ସିସ୍ଟମ ଅଫର କରେ। ଗତ ବର୍ଷ ଏପ୍ରେଲରେ ଏବିଲ୍ସଙ୍କୁ ଚାକିରୀରୁ ବାହର କରି ଦିଆଯାଇ ଥିଲା।

ଆମେରିକାର ଏକ ଅଦାଲତରେ ଶୁଣାଣିରେ ଗୁରୁବାରକୁ ଏବିଲ୍ସ ସ୍ବୀକାର କରିଥିଲେ କି ସେ ସୁନ୍ଦରୀ ଗ୍ରାହକ ମାନଙ୍କର ଜାସୁସୀ କରୁଥିଲେ। ସେ ପାଖାପାଖି ସାଢେ ସାତ ବର୍ଷ ହେବ ଏହି କାର୍ଯ୍ୟ କରୁଛି। ଏବିଲ୍ସଙ୍କୁ ଦୋଷୀ ସାବ୍ୟସ୍ତ କରି ପାଞ୍ଚ ବର୍ଷର ସଜା ହୋଇପାରେ।

ଏବିଲ୍ସ ଗ୍ରାହକମାନଙ୍କର ପ୍ରୋଫାଇଲରେ ନିଜର ଈମେଲ ଆଈଡୀ ଯୋଡି ଦିଏ ଏବଂ ତାହା ସାହାର୍ଯ୍ୟରେ ସେ ଗ୍ରାହକମାନଙ୍କ ସିସିଟିଭିକୁ access କରୁଥିଲା। ସେ ଗ୍ରାହକମାନଙ୍କ ଇଣ୍ଟିମେଣ୍ଟ ସମୟକୁ ଲାଇଭି ଦେଖୁଥିଲା। ଏବିଲ୍ସି ଗ୍ରାହକମାନଙ୍କୁ କହୁଥିଲେ କି ସିସ୍ଟମ ଟେସ୍ଟ କରିବା ପାଇଁ ତାଙ୍କୁ ତାଙ୍କ ଆଈଡିକୁ ଅସ୍ଥାଇ ଭାବରେ ନିଜର ଈମେଲ ଆଈଡି ଯୋଡିବା ଆବଶ୍ୟକ। କେତେକ ଗ୍ରାହକମାନଙ୍କୁ ସେ ନ କହି ବି ତାଙ୍କ ଅଜାଣନ୍ତରେ ତା ନିଜ ଈମେଲ ଆଈଡି ଯୋଡି ଦିଏ।

ଟେକ୍ସାସର ଏକ ଅଧିକାରୀ କହିଛନ୍ତି କି ଏବିଲ୍ସ ପ୍ରଥମେ ନୋଟ ବନାଉ ଥିଲା କେଉଁ ଘରେ ସୁନ୍ଦରୀ ମହିଳା ଅଛନ୍ତି। ପୁଣି ତାଙ୍କ ଭିଡିଓକୁ ଲାଇଭ ଦେଖୁଥାଏ। ଗତ ବର୍ଷର ମେ ମାସରେ କେତେକ ଗ୍ରାହକ କମ୍ପାନୀ ଉପରେ କେସ କରିବେ ବୋଲି କହୁଥିଲେ।

Leave a Reply

Your email address will not be published. Required fields are marked *