ଅସ୍ତ୍ରଶସ୍ତ୍ର ସହିତ ଗ୍ୟାଜେଟ୍ ଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଅଲକାୟଦାର ମୁଖ୍ୟ ଓସାମା ବିନ୍ ଲାଦେନ୍ ଅନେକ ଦିନ ଧରି ଲୁଚି ରହିଥିଲେ ତାଙ୍କୁ ଏହି ଗ୍ୟାଜେଟ୍ ଖୋଜି ବାହାର କରିଥଲା। ଏହାପରେ ଆମେରିକାରେ ସୈନ୍ୟ ମାନେ ତାକୁ ମାରି-ଦେଇଥିଲେ। ଏହି ଯୁଦ୍ଧ ଗ୍ୟାଜେଟ୍ ଗଣତନ୍ତ୍ର ଦିବସରେ ପ୍ରଥମ ଥର ପ୍ରଦର୍ଶନ କରାଯିବ।
ନୂଆଦିଲ୍ଲୀ: ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ଦ୍ୱାରା ହୋଇନଥାଏ। ଶତ୍ରୁ ମାନଙ୍କୁ ଖୋଜିବା ପାଇଁ ଏବେ ନୂଆ ନୂଆ ଯୁଦ୍ଧ ଗ୍ୟାଜେଟ୍ ବ୍ୟବହାର କରାଯାଉଛି। ଏମିତି ଏକ ଯୁଦ୍ଧ ଗ୍ୟାଜେଟ୍ ହେଉଛି ନାଇଟ୍ ଭିଜନ୍ ଗୁଗୁଲ୍ (night vision goggles) ଏହାକୁ କିଂଗ ଅଫ୍ ନାଇଟ୍ ଭିଜନ୍ ବୋଲି ମଧ୍ୟ କୁହାଯାଏ। CRPF ମଧ୍ୟ ଏହି ଗ୍ୟାଜେଟର ବ୍ୟବହାର କରନ୍ତି। ଗଣତନ୍ତ୍ର ଦିବସରେ ପ୍ରଥମ ଥର CRPF ଏହାର ପ୍ରଦର୍ଶନ କରିବ। ଏଏନ୍ଆଇ ରୁ ଖବର ଆସିଛି ଯେ ରାଜପଥରେ CRPF ସୈନିକ ମାନେ marching କରି ଯିବା ସମୟରେ ସେମାନଙ୍କୁ ଏକ ନୂତନ ଧରଣର ଚଷମା ପିନ୍ଧିବାକୁ ଦିଆଯିବ। ଯାହା ସାହାଯ୍ୟରେ ସେମାନେ ବାମ ଡାହାଣ ଓ ତାଙ୍କର ଚତୁଃପାର୍ଶ୍ଵରେ ସବୁ ସ୍ପଷ୍ଟ ଭାବରେ ଦେଖି ପାରିବେ।
ଲାଦେନ୍ ର ମୃ-ତ୍ୟୁ ଖବର ପ୍ରକାଶ ପାଇବା ପରେ ଅଲକା-ୟଦାର ଆତ-ଙ୍କ-ବାଦୀ ଓସାମା ବିନ୍ ଲାଦେନ୍ ଏହି ଚଷମା ସାହାଯ୍ୟରେ ଧରା ଯାଇଥିଲା। ୨ ମେ,୨୦୧୧ ମସିହାରେ ପାକିସ୍ତାନର ଏଣ୍ଟାବାଦ୍ ଠାରେ ଏକ ଅନ୍ଧାର ଘରେ ଲୁଚି ଥିବା ବେଳେ ଏହି ଚଷମା ସାହାଯ୍ୟରେ ଆମେରିକାର ସିଲ୍ କମାଣ୍ଡର (AMERICAN SEALCOMMAND)ଦ୍ୱାରା ଧରା ଯାଇଥିଲା ଓ ତାକୁ ମାରିଦିଆ ଯାଇଥିଲା।
ଦୁନିଆର ଅନେକ ସୈନ୍ୟମାନେ କରନ୍ତି ଏହାର ବ୍ୟବହାର:
ଦୁନିଆର ଅନେକ ସୈନ୍ୟମାନେ ଏହାର ବ୍ୟବହାର କରନ୍ତି ଏହାଦ୍ୱାରା ସେମାନେ ଅନ୍ଧାର ଭିତରେ ମଧ୍ୟ ଅତି ସହଜରେ ନିଜର ଲକ୍ଷ୍ୟ ଭେଦ କରିପାରନ୍ତି। କୁହାଯାଉଛି ଯେ CRPF ସୈନିମାନେ ଯେଉଁ ଚଷମା ବ୍ୟବହାର କରନ୍ତି ତାହା ଆମେରିକାରର ଚଷମା ଠାରୁ ଭିନ୍ନ ଅଟେ। ପୂର୍ବ ଏସିଆ SEALର ମୁଖ୍ୟ ୱରଫାୟାର ଅପୋରେଟର୍ ମେଟ୍ ବିସୋନେଟ୍ ତାଙ୍କର ଏକ ପୁସ୍ତକ ‘ନୋ ଇଜି ଡେ’ ରେ ଏହି ଚଷମା ବିଷୟରେ ବର୍ଣ୍ଣନା କରିଛନ୍ତି। ଓସାମା ବିନ୍ ଲାଦେନ୍ କୁ ହ-ତ୍ୟା କରିଥିବା ସମସ୍ତ ସୈନ୍ୟ ମାନଙ୍କୁ ୬୫ ହଜାର ଡ଼ଲାର ଓ ମାଗଣାରେ ନାଇଟ୍ ଭିଜନ୍ ଚଷମା ଦିଆଯାଇଛି।