ତୁର୍କୀ ବେଆଇନି ଭାବରେ ଧିରେ ଧିରେ ୪୦ ଜଣ ପାକିସ୍ଥାନଙ୍କୁ ତାଙ୍କ ଦେଶକୁ ଫେରାଇ ଦେଇଛି। ପାକିସ୍ଥାନର ପ୍ରମୁଖ ଖବର କାଗଜ ଏକ୍ସପ୍ରେସ ଟ୍ରିବ୍ୟୁନର ରିର୍ପୋଟ ଅନୁସାରେ , କେନ୍ଦ୍ରୀୟ ଜାଞ୍ଚ ଏଜେନ୍ସି ୪୦ ପାକିସ୍ଥାନୀଙ୍କୁ ତାଙ୍କ ଦେଶକୁ ଫେରି ଯିବା ପାଇଁ କହିଛନ୍ତି। ପାକିସ୍ଥାନୀ ନାଗରିକମାନେ ତୁର୍କୀର ଅଲଗା ଅଲଗା ସହରରେ ରହୁଥିଲେ ଏବଂ ତାଙ୍କୁ ଇସଲାମବାଦ ପଠାଇ ଦେଇଥିଲେ।
ଅଧିକାରୀ ମାନଙ୍କର କହିବା ଏହାକି ଇସଲାମବାଦ ଏୟାରର୍ପୋଟରେ ତୁର୍କୀରୁ ପଠା ଯାଇଥିବା ପାକିସ୍ଥାନୀମାନଙ୍କ ପାଇଁ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଦୁଇ ଦେଶର ଅଣ ସରକାରୀ ସଂସ୍ଥା ଏକ ସମାଧାନ କରିଥିଲେ। ଏହିପରି ଏହି ପାକିସ୍ଥାନୀ ମାନଙ୍କର ସାହାର୍ଯ୍ୟ କରାଯାଉଛି।
ତୁର୍କୀ ୨୦୧୯ ଏପ୍ରିଲ ୧ ତାରିଖରେ ବେଆଇନି ଭାବେ ରହି ରହି ୪୭ ଜଣ ପାକିସ୍ଥାନୀଙ୍କୁ ବହିଷ୍କୃତ କରିଥିଲା। ଏମାନଙ୍କୁ ଏକ ବିଶେଷ ବିମାନରେ ଶାରଜାହଙ୍କ ରାସ୍ତାରେ ଇସଲାମବାଦ ଆଣି ଥିଲେ।
୨୦୧୯ରେ ତୁର୍କୀ ଦେଶରେ ବେଆଇନି ଭାବରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ୭ଜଣ ପାକିସ୍ଥାନୀଙ୍କୁ ଧରିଥିଲା। ତାଙ୍କୁ TK-710 ଫ୍ଲାଇଟିରେ ପାକିସ୍ଥାନ ଫେରା ଯାଇଥିଲା। ଏକ ରିର୍ପୋଟ ଅନୁସାରେ, ଗତ ୬ ବର୍ଷ ଭିତରେ ଦୁନିଆର କେତେକ ଦେଶରେ ପାଖାପାଖି ୫ ଲକ୍ଷ ବେଆଇନି ପ୍ରବାଶୀ ମାନଙ୍କୁ ପାକିସ୍ଥାନ ଫେରାଇ ଦିଆ ଯାଇଛି।
ଗତ ୬ବର୍ଷ ଭିତରେ ସାରା ଦୁନିଆର ୧୩୪ ଦେଶରୁ ମୋଟ 5,19000 ପାକିସ୍ଥାନୀଙ୍କୁ ଫେରଇ ଦିଆ ଯାଇଛି। ଏମାନଙ୍କ ଉପରେ ନକଲି କାଗଜ ପତ୍ର ଦେଖାଇବା ସହିତ ଆଉ ଅନ୍ୟ ଅପରାଧରେ କେସ ଦର୍ଜ କରା ଯାଇଛି। ସାଉଦୀ ଆରବ, ୟୂଏଈ , ଓମୋନରୁ ମଧ୍ୟ ପ୍ରତ୍ୟକ ବର୍ଷ ବେଆଇନି ଭାବରେ ରହୁଥିବା ପାକିସ୍ଥାନୀ ମାନଙ୍କୁ ବାହର କରି ଦିଆଯାଏ ଦେଶରୁ। ଏହା ହେବାପରେ ମଧ୍ୟ ସାଊଦୀ ଆରବ ଏବଂ ତୁର୍କୀରେ ୬୫,୦୦୦ ହଜାରରୁ ଅଧିକ ବେଆଇନି ପ୍ରବାଶୀଙ୍କୁ ରିର୍ପୋଟ କ୍ୟାମ୍ପରେ ରଖା ଯାଇଛି। ପାକିସ୍ଥାନର ଗୃହ ମନ୍ତ୍ରାଳୟର ରିର୍ପୋଟ ଅନୁସାରେ, ଗତ ପାଞ୍ଚ ବର୍ଷ ହେବ ସାଊଦୀ ଆରବରୁ ବେଶୀ ପାକିସ୍ଥାନୀଙ୍କୁ ରିର୍ପୋଟ କରାଯାଇଛି।
ମାଲେସିଆ,ବ୍ରିଟେନ ,ଗ୍ରୀସ , ଆମେରିକା , ଚୀନ,ଈରାନ ଏବଂ ଜର୍ମାନୀ ମଧ୍ୟ ପାକିସ୍ଥାନର ବେଆଇନି ପ୍ରବାଶୀ ମାନଙ୍କୁ ନିଜ ଦେଶରୁ ବାହାର କରି ଦେଇଛି। ଆଶ୍ଚର୍ଯ୍ୟକର କଥା ଏହା କି ଯୁଦ୍ଧଗ୍ରସ୍ତ ଦେଶ ସୀରିଆ , ଆଫଗାନିସ୍ତାନ ଏବଂ ଲିବିୟାରୁ ମଧ୍ୟ ପାକିସ୍ଥାନୀ ବେଆଇନି ପ୍ରବାଶୀଙ୍କୁ ନିଜ ଦେଶକୁ ଫେରା ହେଉଛି। ଏମାନଙ୍କ ମଧ୍ୟରୁ ବେଆଇନି ପ୍ରବାଶୀ ବହୁତ ସଂଖ୍ୟାର ଦଳ ଭାବେ ଲୀବାୟାରୁ ଧରା ପଡି ନିଜ ଦେଶକୁ ପଠାଇ ଦିଆ ଯାଇଥିଲା। ଲୀବିୟା ୟୁରୋପର ଗେଟଓ୍ବେ ଅଟେ। ଏଥିପାଇଁ ଏଠାରେ କେତେକ ପାକିସ୍ଥାନୀ ବେଆଇନି ଭାବରେ ପସିବାକୁ ଚେଷ୍ଟା କରୁଥିଲେ।