ଉତ୍ତରାଖଣ୍ଡର ହରିଦ୍ବାରରେ ରହୁଥିବା ସୃଷ୍ଟି ଗୋସ୍ବାମୀ ରାଷ୍ଟ୍ରୀୟ ବାଳିକା ଦିବଶରେ , ଜାନୁଆରୀ ୨୪କୁ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ବିଧାରସଭାର ୧୨୦ ନମ୍ବର ଘରେ ଏହି ବୈଠକ ଆୟୋଜିତ କରାଯିବ। ଏହାର ସ୍ବୀକୃତି ଏବଂ ଆଦେଶ ନିଜେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ଦେଇଛନ୍ତି।
ବାସ୍ତବରେ ଉତ୍ତରାଖଣ୍ଡର ବାଲ୍ୟ ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ଊଷା ନେଗୀ ବୁଧବାରକୁ ମୁଖ୍ୟ ସଚିବ ଓମ ପ୍ରକାଶଙ୍କୁ ଏକ ପତ୍ର ଦେଇଥିଲେ। ସେ କହିଛନ୍ତି କି ଜାନୁଆରୀ ୨୪ ତାରିଖକୁ ବାଳିକାମାନଙ୍କର ସଶକ୍ତିକରଣ ପାଇଁ ଜଣେ ସଚ୍ଚୋଟ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯିବ। ସୃଷ୍ଟି ଗୋସ୍ବାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ।
ଗୋଟିଏ ଦିନର କାର୍ଯ୍ୟକାଳ ପାଇଁ ସୃଷ୍ଟି ରାଜ୍ୟର ବିକାଶ କାର୍ଯ୍ୟର ସମିକ୍ଷା କରିବେ। ଏଥିପାଇଁ ନାମିତ ବିଭାଗର ଅଧିକାରୀ ବିଧାନସଭାରେ ପାଞ୍ଚ ପାଞ୍ଚ ମିନିଟ ପାଇଁ ନିଜର ବକୃତା ଦେବେ। ବିଧାନସଭା ଅପରାହ୍ନ ୧୨ରୁ ୩ଟା ପର୍ଯ୍ୟନ୍ତ ଆୟୋଜିତ ହେବ।
ସୃଷ୍ଟିଙ୍କ ବାପା-ମା କହିଛନ୍ତି କି ତାଙ୍କୁ ବହୁତ ଆଜି ଗର୍ବ ଅନୁଭବ ହେଉଛି। ପ୍ରତ୍ୟକ ଝିଅ ସଫଳତା ହାସଲ କରିପାରିବେ କେବଳ ତାଙ୍କୁ ସାଥ ଦେବା ଆବଶ୍ୟକ। ସେଇଠି ସୃଷ୍ଟି ଗୋସ୍ବାମୀ କହିଛନ୍ତି କି ଏହାପାଇଁ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।
ହରିଦ୍ବାରର ବହାଦରାବାଦର ଦୌଲତପୁର ଗାଁରେ ରହୁଥିବା ସୃଷ୍ଟି ଗୋସ୍ବାମୀ ବିଏସଏମ ପିଜି କଲେଜ, ରୂଡକୀରେ ବିଏସସି ଏଗ୍ରୀକଲଚର କରୁଛନ୍ତି। ୨୦୧୮ ମେ ରେ ବାଲ୍ୟ ବିଧାନସଭାରେ ବାଲ୍ୟ ବିଧାୟକଙ୍କ ତରଫରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରାଯାଥିଲା। ବଲ୍ୟ ବିଧାନସଭାରେ ତିନି ବର୍ଷରେ ଥରେ ଜଣେ ବାଲ୍ୟ ମୁଖ୍ୟମନ୍ତ୍ରୀ ଚୟନ କରାଯାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।