ଆଧାର କାର୍ଡକୁ ନେଇ UIDAI ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା, ଏପରି ଉଠାନ୍ତୁ ଫାଇଦା

ଭାରତୀୟ ବିଶିଷ୍ଟ ପରିଚୟ ଆଧାର କାର୍ଡ ବିଷୟରେ ମଙ୍ଗଳବାରକୁ ବହୁତ ମହତ୍ବପୂର୍ଣ୍ଣ ଖବର ସେୟାର କରାଯାଇଛି। UIDAI ସମୟ ସମୟରେ ଲୋକମାନଙ୍କ ପାଇଁ ମହତ୍ବପୂର୍ଣ୍ଣ ଖବର ସେୟାର କରନ୍ତି।

ନୂଆ ଦିଲ୍ଲୀ: ଭାରତୀୟ ବିଶିଷ୍ଟ ପରିଚୟ ଆଧାର କାର୍ଡ ବିଷୟରେ ମଙ୍ଗଳବାରକୁ ବହୁତ ମହତ୍ବପୂର୍ଣ୍ଣ ଖବର ସେୟାର କରାଯାଇଛି। UIDAI ସମୟ ସମୟରେ ଲୋକମାନଙ୍କ ପାଇଁ ମହତ୍ବପୂର୍ଣ୍ଣ ଖବର ସେୟାର କରନ୍ତି। UIDAI ସୂଚନା ଦେଇ କହିଛନ୍ତି କି ଆଧାରର ସବୁ ପ୍ରମାଣ ପତ୍ରର ସମାନ ରୂପରେ ସ୍ବିିକାର କରା ଯାଇଛନ୍ତି। ଲୋକ ନିଜ ନିଜର ସୁବିଧା ଅନୁସାରେ ଆଧାରର କୌଣସି ବି ରୂପର ଉପଯୋଗ କରିବା ବାଛି ପାରିବେ। UIDAI ଏପରି PBC କାର୍ଡକୁ ନେଇ ସୂଚନା ଦେଇ କହିଛନ୍ତି। ଆପଣ UIDAI ଦ୍ବାରା ପରିବାରର ସବୁ ସଦସ୍ୟଙ୍କ ପାଇଁ ଆଧାର ବନେଇବାର ସୁବିଧାର ଲାଭ ମଧ୍ୟ ନେଇ ପାରିବେ।

UIDAI କିଛି ସମୟ ପୂର୍ବେ ଆଧାର ପିବିସି କାର୍ଡ ବାହାର କରିଥିଲା। ପିବିସି ଆଧାର କାର୍ଡ,ଏଟିମ କାର୍ଡ ପରି ହୋଇଥାଏ। ଏହା ପାଣିରେ ଖରାପ ହେବା ବା ଭାଙ୍ଗି ଯିବାର ଭୟ ନଥାଏ। ଆପଣ ଏହି ପିବିସି ଆଧାର କାର୍ଡକୁ ପରିବାରର କୌଣସି ଏକ ବ୍ୟକ୍ତି ସବୁ ସଦସ୍ୟଙ୍କ ପାଇଁ ନିଜର ମୋବାଇଲ ନମ୍ବରକୁ ବ୍ୟବହାର କରି ବନେଇ ପାରିବ।

ପ୍ରଥମେ ଆଧାର କାର୍ଡର ରେଜିଷ୍ଟର୍ଡ ନମ୍ବରରେ OTP ପଠାଯାଏ କିନ୍ତୁ ଏବେ ବିନା ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ମଧ୍ୟ OTP ସୁବିଧା ଅଛି। ଏବେ ପରିବାର କୌଣସି ସଦସ୍ୟ ଅନ୍ୟ ସଦସ୍ୟଙ୍କ ପାଇଁ ପିବିସି ଅର୍ଡର କରି ପାରିବେ। ଏବେ ଆପଣଙ୍କ ପାଖରେ ଦୁଇଟି ଯାକ ସୁବିଧା ରହିଛି। କିନ୍ତୁ ଆପଣଙ୍କୁ ବିନା ରେଜିଷ୍ଟଡ ନମ୍ବରରେ ଆଧାର କାର୍ଡର ପ୍ରିଭ୍ୟୁ ଦେଖିବାର ସୁବିଧା ମିଳିବ ନାହିଁ। ରେଜିଷ୍ଟଡ ମୋବାଇଲ ନମ୍ବରରେ ସୁବଧା ଆପଣଙ୍କୁ ମିଳିବ।

ATM କାର୍ଡ ପରି ଆଧାର ପାଇଁ ଦେବାକୁ ହେବ ମାତ୍ର ୫୦ ଟଙ୍କା

ATM କାର୍ଡ ପରି ଦିଶୁଥିବା ଏହି ପିବିସି କାର୍ଡ ପାଇଁ ଆପଣଙ୍କୁ ଦେବାକୁ ହେବ ୫୦ ଟଙ୍କା। ପଇସା ଦେବା ପରେ ଏହି କାର୍ଡ ସ୍ପିଡ ପୋଷ୍ଟ ସାହାର୍ଯ୍ୟରେ ଆପଣଙ୍କ ଘରେ ପହଁଚି ଯିବ। ଡେଲିଭରି ପାଇଁ କୌଣସି ଚାର୍ଜ ନିଆ ଯିବ ନାହିଁ।

ପିବିଶି ଆଧାର କାର୍ଡର ବିଶେଷତା

ଆଧାର ପିବିଶିର ଏହି ବିଶେଷତା କି ଏହା ବହୁତ ସମୟ ପର୍ଯ୍ୟନ୍ତ ଚାଲିବ ଏବଂ ଏହା ଦେଖିବାକୁ ଆକର୍ଷକ ଅଟେ। ଏହା ବ୍ୟତିତ ଏଥିରେ ସର୍ବଶେଷ ସୁରକ୍ଷା ରହିଛି। ଏଥିରେ ସର୍ବଶେଷ ସୁରକ୍ଷା ହୋଲୋଗ୍ରାମ, Guilloche Pattern, ଘୋସ୍ଟ ଇମେଜ ଏବଂ ମାଇକ୍ରୋଟେକ୍ସଟ ଅଛି। ପିବିସି କାର୍ଡ ପ୍ଲାସ୍ଟିକ କାର୍ଡରେ ବନା ହୋଇଥାଏ। ଏଥିରେ ଆପଣଙ୍କର ସବୁ ଡିଟେଲ୍ସ ରହିଥାଏ। ଏଟିଏମ କାର୍ଡ ପରି ଏହାକୁ ଆପଣ ଆପଣଙ୍କ ପକେଟରେ ରଖି ପାରିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *