ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନ୍ୟ କୌଣସି ସ୍କୁଲ କୁ ଯିବାକୁ ପଡିବ ନାହିଁ। ସେମାନେ ନିଜ ନିଜ ସ୍କୁଲରେ ହିଁ ତାଙ୍କ ପରୀକ୍ଷା ଦେବେ। ଏହା ବିଧିବଦ୍ଧ ଭାବେ ଘୋଷଣା କରା ଯାଇ ନାହିଁ କିନ୍ତୁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏହି ଖବର ମିଳିଛି।
ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଥିବା ଅନୁସାରେ ଏହି ବର୍ଷ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ। ଏବର୍ଷ ପରୀକ୍ଷାର ସମୟ କମ କରା ଯାଇଛି , ଅଢେଇ ଘଣ୍ଟା ବଦଳରେ ଦୁଇ ଘଣ୍ଟା ଦିଆ ଯିବ। ଏହା ସହିତ ଶିକ୍ଷକ ସ୍କୁୁଲ ଅନୁସାରେ ବଦଳା ହେବ। ଏହାର ଅର୍ଥ ହେଉଛି ପିଲାମାନେ ନିଜ ନିଜ ସ୍କୁଲରେ ପରୀକ୍ଷା ଦେଲେ ମଧ୍ୟ ସେହି ସ୍କୁଲର ଶିକ୍ଷକ ନ ରହି ଅନ୍ୟ ସ୍କୁଲର ଶିକ୍ଷକଙ୍କୁ ପରୀକ୍ଷା ଦିନ ନୋୟୋଜିତ କରାଯିବ।
ସୂଚନା ଅନୁସାରେ ଏହି ନିଷ୍ପତି କରୋନା ଆତଙ୍କକୁ ଆଖି ଆଗରେ ରଖି ଏମିତି ନିସ୍ପତି ନିଆ ଯାଇଛି କାରଣ ଏଥିରେ ଛାତ୍ର ଛାତ୍ରୀଙ୍କୁ ସୁବିଧା ହେବ। ଅନ୍ୟ ସ୍କୁଲରେ ପରୀକ୍ଷା ହେଲେ ପିଲାମାନଙ୍କୁ ଯିବା ଆସିବା ଏବଂ ରହିବା ପାଇଁ ସମସ୍ୟା ହେବ ସେଥିପାଇଁ ଏପରି ନିସ୍ପତି ନିଆ ଯିବ ବୋଲି ଜଣାପଡୁଛି।
କରୋନା ପାଇଁ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଥିଲା କିନ୍ତୁ ଜାନୁଆରୀ ୮ ତାରିଖରୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କର ସ୍କୁଲ କଲେଜ ଖୋଲି ୧୦୦ ଦିନ କ୍ଲାସ ହେବ, ଏମିତି କି ସେମାନେ ଶନିବାରର ଏବଂ ରବିବାର ମଧ୍ୟ ସ୍କୁଲ କଲେଜ ଯିବେ ପଢିବା ପାଇଁ। ପାଳନ କରାଯାଉଥିବା ପର୍ବପର୍ବାଣୀରେ ସ୍କୁଲ କଲେଜ ବନ୍ଦ ରହିବ। ଲକଡାଉନ ସମୟରେ ସ୍କୁ୍ଲ କଲେଜ ବନ୍ଦ ଥିଲେ ମଧ୍ୟ ଅନଲାଇନରେ କ୍ଲାସ ହୁଏ।
ସୂଚନା ମିଳିଛି ଯେ ମେ ୩ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କର ପରୀକ୍ଷା ହେବ। ଚଳିତ ବର୍ଷ ସାଢେ ୬ ଲକ୍ଷ ପିଲା ମ୍ୟାଟ୍ରିକ ପରୀକ୍ଷା ଦେବେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।