ଡୋନାଲ୍ଡ ଟ୍ରମ୍ପ ଯାଉ-ଯାଉ ଏମିତି କଣ କଲେ ଯେ ଖୁସି ହୋଇଗଲେ ବାଇଡେନ?

ଡୋନାଲ୍ଡ ଟ୍ରମ୍ପ ଆମେରିକାର ସତ୍ତା ହସ୍ତାନ୍ତରଣ ବିଧି ଏପର୍ଯ୍ୟନ୍ତ କରି ନାହାନ୍ତି। ଟ୍ରମ୍ପ ନା ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ କିମ୍ବା ନା ହିଁ ତାଙ୍କ ସହିତ ଦେଖାହୋଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ଟ୍ରମ୍ପ ହ୍ବାଇଟ ହାଉସ ଛାଡ଼ିବ ପୂର୍ବରୁ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଖୋଲା ହୃଦୟରେ ଏକ ଚିଠି ନିଶ୍ଚିତ ଲେଖିଥିଲେ।ବାଇଡେନ ନିଜେ ଏହାର ସୂଚନା ଦେଇଛନ୍ତି।

ଓବଲ ଅଫିସରେ ପ୍ରଥମ ଦିନ ବହୁ ଆଦେଶକୁ ହସ୍ତାନ୍ତର କରିବା ପରେ ବାଇଡେନ ପତ୍ରକାରଙ୍କ ସହିତ କଥା ହୋଇଥିଲେ।ବାଇଡେନ କହିଥିଲେ, ରାଷ୍ଟ୍ରପତି ଟ୍ରମ୍ପ ଖୋଲା ହୃଦୟରେ ମୋ ପାଇଁ ଏକ ଚିଠି ଲେଖିଛନ୍ତି। ହେଲେ,ବାଇଡେନ କହିଥିଲେ କି ଟ୍ରମ୍ପ ଚିଠିରେ କଣ ଲେଖିଛନ୍ତି,ତାହାର ସୂଚନା ସେ ଏବେ ଦେଇପାରିବେ ନାହିଁ।ବାଇଡେନ କହିଥିଲେ କି ଏହା ବ୍ୟକ୍ତିଗତ କଥାବାର୍ତ୍ତା ଅଟେ ଏଥିପାଇଁ ଟ୍ରମ୍ପଙ୍କ ସହିତ କଥା ହେବା ବିନା ସେ ଚିଠିକୁ ନେଇ ଅଧିକ କିଛି ଜଣାଇବେ ନାହିଁ।

ଟ୍ରମ୍ପଙ୍କର ଏକ ବଳିଷ୍ଠ ସହଯୋଗୀ ସୀଏନଏନଙ୍କ ସହିତ କଥାବାର୍ତ୍ତାରେ କହିଥିଲେ କି ଏହା ଏକ ବ୍ୟକ୍ତିଗତ ନୋଟ ଥିଲା। ଟ୍ରମ୍ପଙ୍କ ସହଯୋଗୀ କହିଥିଲେ କି ଏହି ଚିଠିରେ ଦେଶ ଏବଂ ନୂଆ ପ୍ରଶାସନଙ୍କ ସଫଳତା ପାଇଁ ପ୍ରାର୍ଥନା କରାଯାଇଛି। ସୂତ୍ରରୁ ଜଣାପଡିଛି କି ଟ୍ରମ୍ପଙ୍କ ଓବଲ ଅଫିସରେ ଶେଷ ରାତିରେ ହୋଇଥିବା କାମର ତାଲିକାରେ ବାଇଡେନଙ୍କୁ ଚିଠି ଲେଖିବା ମଧ୍ୟ ସାମିଲ ଥିଲା।

ଆମେରିକାର ଏହା ଏକ ଆଧୁନିକ ପରଂପରା ଅଛି କି ବିଦା ହେଉଥିବା ରାଷ୍ଟ୍ରପତି ନୂଆ ରାଷ୍ଟ୍ରପତିଙ୍କ ପାଇଁ ଓବଲ ଅଫିସରେ ଏକ ଚିଠି ଛାଡ଼ି ଯାଇଥାନ୍ତି। ହେଲେ, ଟ୍ରମ୍ପ ହ୍ବାଇଟ ହାଉସ ଛାଡ଼ିବା ପରେ ବାଇଡେନଙ୍କୁ ଲେଖିଥିବା ଚିଠି ବିଷୟରେ କୈାଣସି ବର୍ଣ୍ଣନା କରି ନାହାନ୍ତି।

ଏକ ସୂତ୍ର ମୁତାବକ,ଟ୍ରମ୍ପ ବାଇଡେନଙ୍କୁ ଯେଉଁ ଚିଠି ଲେଖିଥିଲେ, ସେଇଟା ତାଙ୍କର କୈାଣସି ସହଯୋଗୀ ମାନଙ୍କୁ ମଧ୍ୟ ଦେଖାଇ ନଥିଲେ।ହ୍ବାଇଟ ହାଉସର ପ୍ରେସ ସେକ୍ରେଟାରୀ ଜେନେରାଲ ଜେନ ସାକୀଙ୍କ ସହ ବୁଧବାର ରାତିରେ ହୋଇଥିବା ପ୍ରେସ କନ୍ଫ୍ରେସରେ ଯେତେବେଳେ ଚିଠିକୁ ନେଇ ପ୍ରଶ୍ନ କରାଯାଇଥିଲା ତ ସେ ଏହା ଉପରେ ଟିପ୍ପଣୀ ଦେବା ପାଇଁ ମନା କରିଦେଇଥିଲେ।ଜେନ କହିଥିଲେ କି ଯେମିତି ବାଇଡେନ କହିଛନ୍ତି କି ଏହା ଏକ ପ୍ରାଇଭେଟ ନୋଟ ଅଟେ ଏବଂ ଏଥିରେ ବହୁତ ଭଲ କଥା ଲେଖା ହୋଇଛି। ହେଲେ,ବାଇଡେନ ଟ୍ରମ୍ପଙ୍କ ସହିତ କଥା ହେବା ବିନା ଏହାକୁ ଜାରୀ କରିବାକୁ ମନା କରିଛନ୍ତିି।

ବର୍ଷ ୨୦୧୭ରେ ଟ୍ରମ୍ପ ଯେତେବେଳେ ରାଷ୍ଟ୍ରପତି ହୋଇଥିଲେ ତ ଆମେରିକାର ପୂର୍ବ ରାଷ୍ଟ୍ରପତି ବରାକ ଓବାମା ମଧ୍ୟ ତାଙ୍କ ପାଇଁ ଏକ ନୋଟ ଛାଡିଥିଲେ। ଟ୍ରମ୍ପ ଏହି ଚିଠିକୁ ପଢି ଏତେ ଉତ୍ସାହିତ ହୋଇ ଯାଇଥିଲେ କି ସେ ତୁରନ୍ତ ଓବାମାଙ୍କ ସହିତ କଥା ହେବା ପାଇଁ ଫୋନ ଲଗାଇ ଦେଇଥିଲେ। ହେଲେ, ସେହି ସମୟରେ ଓବାମା ଫ୍ଲାଇଟରେ ଥିଲେ ଏଥିପାଇଁ ସେ କଲ ରିସିଭ କରି ପାରିନଥିଲେ।

ଯେତେବେଳେ ଓବାମାଙ୍କର ଜଣେ ସହଯୋଗୀ ହ୍ବାଇଟ ହାଉସରେ ଫୋନ ଦେଖିଥିଲେ ତ ଜଣେ ଷ୍ଟାପ କହିଥିଲେ କି ଟ୍ରମ୍ପ ଚିଠି ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଁଥିଲେ ଏବଂ ଓବାମାଙ୍କୁ ଏକ ମେସେଜ ଦେବାକୁ ମଧ୍ୟ ଚାହୁଁଥିଲେ। ହେଲେ, ଦୁଇ ନେତା ପୁଣି ସିଧା କଥା ହୋଇପାରି ନଥିଲେ। ଟ୍ରମ୍ପ ଏବୀସୀ ନ୍ୟୁଜରେ ଦେଇଥିବା ଏକ ଇଣ୍ଟରବ୍ୟୁରେ ଏହି ଚିଠିକୁ ନେଇ କହିଥିଲେ,ଏହା ଲମ୍ବା ଚିଠି ଥିଲା,ବିଚାରଶୀଳ ଏବଂ ଜଟିଳ ମଧ୍ୟ। ଏହାକୁ ବହୁତ ସମୟ ଦେଇ ଲେଖାଯାଇଥିଲା ଏବଂ ମୋତେ ଏହା ବହୁତ ଭଲ ଲାଗିଥିଲା।ପରେ ଟ୍ରମ୍ପ ଓବୋଲ ଅଫିସର ଭିଜିଟର୍ସଙ୍କୁ ମଧ୍ୟ ଓବାମାଙ୍କ ଚିଠି ଦେଖାଇଥିଲେ।

ନିଜର ବିଦାୟ ଭାଷଣରେ ଟ୍ରମ୍ପ ବାଇଡେନଙ୍କ ନାମ ନନେଇ ନୂଆ ପ୍ରଶାସନଙ୍କୁ ଶୁଭକାମନା ଦେଇଥିଲେ। ଟ୍ରମ୍ପ ହ୍ବାଇଟ ହାଉସ ଛାଡ଼ିବା ସମୟରେ କହିଥିଲେ କି ସେ ସବୁବେଳ ପାଇଁ ଚେଷ୍ଟା ଜାରି ରଖିବେ। ସେ ଏହି ଆଶା ମଧ୍ୟ ଜାହିର କରିଥିଲେ କି ଏହି ବିଦାୟ ବହୁତ ଲମ୍ବା ସମୟ ପାଇଁ ହେବନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *