ମୁମ୍ବାଇ : ମୃତ୍ୟୁପରେ ସୁଶାନ୍ତ ସିଂହଙ୍କର ଏହା ପ୍ରଥମ ଜନ୍ମଦିନ। ସୁଶାନ୍ତ ସିଂହ ଆଜି ଜଦି ବଞ୍ଚିଥାନ୍ତେ ତେବେ ତାଙ୍କୁ ଆଜି ୩୫ ବର୍ଷ ବୟସ ହୋଇଥାନ୍ତା। ହୁଏତ ଆମ ମାନଙ୍କ ଭିତରେ ଆଜି ସୁଶାନ୍ତ ସିଂହ ନାହାନ୍ତି କିନ୍ତୁ ତାଙ୍କର କିଛି ଅଭୁଲା ସ୍ମୃତି ରହିଛି ଆମ ସହିତ। ସାରା ଦୁନିଆରେ ସୁଶାନ୍ତଙ୍କୁ ତାଙ୍କ ଫ୍ୟାନ୍ସ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି। କ’ଣ ଆପଣ ଜାଣିଛନ୍ତି କି ସୁଶାନ୍ତ କେବେ ଆଉ କେଉଁଠି ତାଙ୍କର ଶେଷ ଜନ୍ମ ଦିନ ପାଳନ କରିଥିଲେ। ଏହା ବହୁତ କମ ଲୋକ ଜାଣିଛନ୍ତି କି ସୁଶାନ୍ତ ତାଙ୍କ ଶେଷ ଜନ୍ମଦିନ ତାଙ୍କ ପରିବାର ସହିତ ପାଳନ କରିଥିଲେ।
ନିଜର ଶେଷ ଜନ୍ମ ଦିନରେ ସୁଶାନ୍ତ ଚଣ୍ଡୀଗଡରେ ଥିଲେ। ଯେଉଁଠି ସେ ତାଙ୍କ ଭଉଣୀଙ୍କ ସହିତ ନିଜର ଜନ୍ମ ଦିନ ପାଳନ କରିଥିଲେ ଏବଂ ଜନ୍ମଦିନରେ ପୂଜାର ଆୟୋଜନ ମଧ୍ୟ କରା ଯାଇଥିଲା।
କୁହାଯାଉଛି କି ସୁଶାନ୍ତ ଭଗବାନ ଶିବଙ୍କର ବହୁତ ବଡ ଭକ୍ତ ଥିଲେ। ସେଥିପାଇଁ ସେ ତାଙ୍କ ଜନ୍ମ ଦିନରେ ପ୍ରଥମେ ଭଗବାନଙ୍କୁ ମନେ ପକାନ୍ତି। ସୁଶାନ୍ତଙ୍କର ଏପରି କେତେକ ଭିଡିଓ ଭାଇରାଲ ହୋଇଛି , ଯେଉଁଠି ସେ ଭଗବାନ ଶଙ୍କର ଙ୍କର ଆରଧନା କରୁଛନ୍ତି।
ଏକ ଭିଡିଓରେ ସୁଶାନ୍ତ ସିଂହ ଭଗବାନ ଶିବଙ୍କ ଆରଧନାରେ ମଗ୍ନ ରହି ଥିବାର ଦେଖିବାକୁ ମିଳିଥିଲେ , ଏହି ସମୟରେ ତାଙ୍କୁ ଟ୍ରାଡିସନାଲ କପଡା ଏବଂ ମୁଣ୍ଡରେ ଚନ୍ଦନ ଲଗେଇ ଥିବାର ଦେଖିବାକୁ ମିଳିଥିଲେ। ଏହି ଭିଡିଓ ସୁଶାନ୍ତଙ୍କ ଘରେ ହୋଇଥିବା କାଳସର୍ପ ଦୋଶର ପୂଜାର ଥିଲା।
ସୁଶାନ୍ତଙ୍କ ଭଉଣିମାନେ ଆଜି ମଧ୍ୟ ତାଙ୍କର ଜନ୍ମ ଦିନ ପାଳନ କରୁଛନ୍ତି। ଶ୍ବେତା ସିଂହ କୀର୍ତି ସୋଶିଆଲ ମିଡିଆରେ କହିଛନ୍ତି କି ସେ ସୁଶାନ୍ତଙ୍କର ଆଉ ଏକ ସ୍ବପ୍ନ ପୁରଣ କରିଛନ୍ତି। ସେ ସୁଶାନ୍ତ ସିଂହ ରାଜପୂତ ମେମୋରିଆଲ ଫଣ୍ଡ ବନେଇଛନ୍ତି।
ସୁଶାନ୍ତଙ୍କ ଜନ୍ମ ୧୯୮୬ ଜାନୁଆରୀ ୨୧ ତାରିଖରେ ମଲହୀଡା ବିହାରରେ ହୋଇଥିଲା। ସୁଶାନ୍ତ ଚାରି ଭଉଣିଙ୍କ ଭିତରେ ଏକମାତ୍ର ଭାଇ ଥିଲେ। ଗୋଟିଏ ଭଉଣି ଏବଂ ମାଙ୍କ ମୃତ୍ୟୁ ପରେ ୨୦୦୨ରେ ନିଜ ବାପା ଏବଂ ତିନି ଭଉଣିଙ୍କ ସହିତ ଦିଲ୍ଲୀ ସିଫ୍ଟ ହୋଇଥିଲେ କିନ୍ତୁ ପରେ ପରିବାର ପାଟନା ଫେରି ଆସିଥିଲେ।
ଇଞ୍ଜିନିୟରିଙ୍ଗ ଛାଡିବା ପରେ ସୁଶାନ୍ତ ଡାନ୍ସ କ୍ଲାସ ଜଏନ କରିଥିଲେ। ଏହାପରେ ସେ ଆକ୍ଟିଙ୍ଗ ପାଇଁ ବୈରୀ ଜନଙ୍କ ଆକ୍ଟିଙ୍ଗ ଓ୍ବାର୍କଶପ ଆରମ୍ଭ କରିଥିଲ। କେତେକ ଥିଏଟର କରିବା ପରେ ତାଙ୍କୁ ‘କିସି ଦେଶ ମୈ ହେ ମେରା ଦିଲ ‘ ଶୋ ମିଳିଥିଲା। ଏହାପରେ ସୁଶାନ୍ତଙ୍କ ହସ ଦେଖି ଏକତା କାପୁର ତାଙ୍କୁ ‘ ପବିତ୍ର ରିସ୍ତା ‘ ର ଲିଡ ରୋଲ କରିବାର ଅଫର ଦେଇଥିଲେ , ଯାହା ଦ୍ବାରା ତାଙ୍କୁ ଘରେ ଘରେ ଲୋକମାନେ ଚିହ୍ନିଥିଲେ।
ସୁଶାନ୍ତ ତାଙ୍କ ପର୍ସନାଲ ଲାଇଫ ଏବଂ ପ୍ରଫେସନାଲ ଲାଇଫରେ ବହୁତ ଖୁସିରେ ରହୁଥିଲେ। ସେ ପବିତ୍ର ରିସ୍ତା ସୋ ର କୋ- ଆକ୍ଟର ଅଙ୍କିତା ଲୌଖଣ୍ଡେଙ୍କ ସହ ରିଲେସନଶିପ ରେ ଥିଲେ। ୬ ବର୍ଷ ରିଲେସନରେ ରହିବା ପରେ ତାଙ୍କର ବିବାହ ହେବାର ଥିଲା କିନ୍ତୁ ତାଙ୍କର ହଠାତ ବ୍ରେକପ ହୋଇଯାଇଥିଲା।
ସୁଶାନ୍ତ ଅଭିଶେଷ କାପୁରଙ୍କ ଫିଲ୍ମ କାୟେ ପୋଚେ ଠାରୁ ବଲିଉଡରେ ଏଣ୍ଟ୍ରି କରିଥିଲେ। ଏହାପରେ ସୁଶାନ୍ତ ସୁଦ୍ଧ ଦେଶୀ ରୋମାନ୍ସ , ପିକେ , ବ୍ୟୋମକେଶ ବଖ୍ଶୀ , ଏମଏସ ଧୋନୀ ବାୟୋପିକ ପରି ଏମିତି କେତେକ ଫିଲ୍ମରେ କାମ କରିଛନ୍ତି।
ସୁଶାନ୍ତ ସିଂ ରାଜପୁତଙ୍କୁ ଯଦି ଆଜି ବି ଭାଲ ପାଉଥାନ୍ତି ତାହାଲେ ସୁଶାନ୍ତ ଙ୍କ ପାଇଁ ଗୋଟିଏ ଲାଇକ ଓ ଶେୟାର କରନ୍ତୁ |