ଜନଧନ ଆକାଉଣ୍ଟ ବିଷୟରେ ଆସିଲା ଏହି ଖୁସି ଖବର, ୪୧ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି

ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ବିଷୟରେ ଏକ ଭଲ ଖବର ଆସିଛି। ଅର୍ଥ ମନ୍ତ୍ରଣାଳୟ ଏହାର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ତଥ୍ୟ ପ୍ରକାଶ କରିଛି, ଯେଉଁଥିରୁ ଅନେକ ଭଲ ତଥ୍ୟ ବାହାରିଛି।ଅର୍ଥ ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PMJDY) ଦ୍ୱାରା ଏପର୍ଯ୍ୟନ୍ତ ୪୧କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।

ଆର୍ଥିକ ସମାବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଅଧୀନରେ,ଜାନୁୟାରୀ ୨୦୨୧ସୁଦ୍ଧା ଜନଧନ ଆକାଉଣ୍ଟଗୁଡିକର ମୋଟ ସଂଖ୍ୟା ୪୧.୬କୋଟିକୁ ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟ ଏକ ଟୁଇଟ୍ ଜରିଆରେ କହିଛନ୍ତି, ‘ସରକାର ସମସ୍ତ ନାଗରିକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ।’ ୬ ଜାନୁୟାରୀ ୨୦୨୧ସୁଦ୍ଧା ଜନଧନ ଆକାଉଣ୍ଟ ସଂଖ୍ୟା ୪୧କୋଟି ପାର କରିଛି।

ଜିରୋ ବାଲାନ୍ସ ବାଲା ଆକାଉଣ୍ଟ୍ ମଧ୍ୟ କମ୍ ରହିଛି: ଅର୍ଥ ମନ୍ତ୍ରଣାଳୟ କହିଛି ଯେ ମାର୍ଚ୍ଚ ୨୦୧୫ରେ ଜିରୋ ବାଲାନ୍ସ ଆକାଉଣ୍ଟ ସଂଖ୍ୟା ୫୮ପ୍ରତିଶତରୁ ୭.୫ପ୍ରତିଶତକୁ ହ୍ରାସ ପାଇଛି। ଏଥିରୁ ଏମିତି ଲାଗୁଛି ଯେ ପ୍ରତ୍ୟେକ ଜନ ଧନ ଆକାଉଣ୍ଟଧାରୀ ବର୍ତ୍ତମାନ ଏହାର ବ୍ଯବହାର କରୁଛନ୍ତି।

ବର୍ଷ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ଏହି ଯୋଜନା:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ସ୍ୱତନ୍ତ୍ରତା ଦିବସରେ ଜନଧନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସେହି ବର୍ଷ ଅଗଷ୍ଟ ୨୮ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ୨୦୧୮ରେ ସରକାର ଅଧିକ ଵୈଶିଷ୍ଟ୍ୟ ଏବଂ ସୁବିଧା ସହିତ ଏହି ଯୋଜନାର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିଥିଲେ।

ଜନଧନ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ଏବଂ ଯଦି ଆପଣଙ୍କର ଏପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ, ତେବେ ଆପଣ ଜନଧନ ଆକାଉଣ୍ଟ ଖୋଲିପାରିବେ। ଏଥିପାଇଁ ବ୍ୟାଙ୍କରେ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ। ଏଥିରେ ନାମ, ମୋବାଇଲ୍ ନମ୍ବର, ବ୍ୟାଙ୍କ ଶାଖା ନାମ, ଆବେଦନକାରୀଙ୍କ ଠିକଣା, ନାମାଙ୍କନ, ବ୍ୟବସାୟ / ରୋଜଗାର ଏବଂ ବାର୍ଷିକ ଆୟ ଏବଂ ନିର୍ଭରଶୀଳଙ୍କ ସଂଖ୍ୟା, SSA କୋଡ୍ କିମ୍ବା ୱାର୍ଡ ନମ୍ବର, ଗ୍ରାମ କୋଡ୍ କିମ୍ବା ଟାଉନ୍ କୋଡ୍ ଦେବାକୁ ପଡିବ।

କେହି ବି ଭାରତୀୟ ନାଗରିକ ଏହି ଯୋଜନା ଅଧୀନରେ ଆକାଉଣ୍ଟ ଖୋଲିବା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ଅତିକମରେ ୧୦ବର୍ଷ ହେବା ଉଚିତ୍। ଆପଣ ନିକଟସ୍ଥ ବ୍ୟାଙ୍କ କିମ୍ବା ବ୍ୟାଙ୍କ ମିତ୍ର ମାଧ୍ୟମରେ ଜନ ଧନ ଆକାଉଣ୍ଟ ଖୋଲିପାରିବେ। PMJDY ଅଧୀନରେ ଖୋଲାଯାଇଥିବା ଏକ ଆକାଉଣ୍ଟରେ ଥିବା ଧାରକମାନେ ମଧ୍ୟ ୬ ମାସ ପରେ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ।

Leave a Reply

Your email address will not be published. Required fields are marked *