କେନ୍ଦ୍ରରେ ବର୍ତ୍ତମାନ ନେତାଜୀ ଶୁବାଷ ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବଶରେ ପାଳନ କରିବାକୁ ନିସ୍ପତି ନେବା ପରେ ଏବେ ଶହୀଦମାନଙ୍କ ସମ୍ମାନରେ ଆଉ ଏକ ନିସ୍ପତି ନେଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ନିଧନ ଦିନକୁ ପ୍ରତ୍ୟକ ବର୍ଷ ଜାନୁଆରୀ ୩୦ ତାରିଖରେ ଶହୀଦ ଦିବଶ ରୂପେ ପାଳନ କରାଯାଏ। କେନ୍ଦ୍ର ସରକାରଙ୍କ ନୂଆ ଆଦେଶରେ ଶହୀଦ ଦିବଶରେ ଦେଶର ସ୍ବାଧିନତା ପାଇଁ ବଳୀଦାନ ଦେଇଥିବା ଶହୀଦଙ୍କୁ ମନେ ରଖିବା ପାଇଁ ଦୁଇ ମିନିଟର ମୌନ ରହିବାକୁ କହିଛନ୍ତି।
କେନ୍ଦ୍ର ସରକାର ଶହୀଦ ଦିବଶ ବା ଜାନୁଆରୀ ୩୦ ତାରିଖକୁ ନେଇ ଏଥର ଏକ ନୂଆ ଦିଗ ଦର୍ଶାଇଛନ୍ତି। ଏହି ଦିନ ଦେଶକୁ ସ୍ବାଧିନତା ପାଇଁ ବଳୀଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀଙ୍କୁ ମନେ ପକା ହେବ। କେନ୍ଦ୍ର ସରକାରଙ୍କ ନୂଆ ଆଦେଶରେ ଏହି ଦିନକୁ ପ୍ରତ୍ୟକ ଥର ପରି ଶହୀଦ ଦିବଶ ରୂପେ ପାଳନ କରାଯିବ ବୋଲି ନିସ୍ପତି ନିଆ ଯାଇଛି। କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟଙ୍କ ତରଫରୁ ସବୁ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ଏହାକୁ ନେଇ ଗୁରୁତ୍ବପୂର୍ଣ୍ଣ ଦିଗ ନିର୍ଦେଶ ଜାରୀ କରା ଯାଇଛି। ଏହି ନୂଆ ଆଦେଶରେ ଦେଶର ସ୍ବାଧିନତା ପାଇଁ ବଳୀଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକେଇବା ପାଇଁ ୧୧ଟା ଠାରୁ ଦୁଇ ମିନିଟ ପର୍ଯ୍ୟନ୍ତ ମୌନ ରହିବାକୁ ଆଦେଶ ଦିଆ ଯାଇଛି। ଏହି ସମୟରେ ଗାଡି ମଟର , କାମ ସବୁ ବନ୍ଦ ରହିବ।
୧୧ଟା ହେବା ପୂର୍ବରୁ ଆଲର୍ଟ କରା ଯିବ।
Ministry of Home Affairs writes to the Chief Secretaries of all States/UTs, issuing instructions laid down for observance of Martyrs' Day on 30th January.
Silence should be observed & work & movement stopped for 2 minutes throughout the country at 11 am on 30th. pic.twitter.com/2hYwYXMKSZ
— ANI (@ANI) January 20, 2021
ଆଦେଶ ଅନୁସାରେ ଜାନୁଆରୀ ୩୦ ତାରିଖ ଦିନ ସକାଳ ୧୧ଟା ରେ ୨ ମିନିଟର ମୌନ ବ୍ରତ ରଖାଯିବ। ଏହା ସହିତ ସାରା ଦେଶରେ ଏହି ଦୁଇ ମିନିଟ ପାଇଁ ସବୁ ବନ୍ଦ ରହିବ। ଯେଉଁଠି ଯେପରି ବ୍ୟବସ୍ଥା ଥିବେ ସେଠାରେ ସେହି ପରି ୧୦.୫୯ରେ ଆଲର୍ଟ କରାଯିବ। ଯେଉଁ ଜାଗାରେ ସାଇରନର ବ୍ୟବସ୍ଥା ଅଛି, ସେଇଠି ସାଇରନ ବଜାଇ ଆଲର୍ଟ କରା ଯିବ। କିଛି କିଛି ଯାଗାରେ ଆର୍ମି ବନ୍ଧୁକ ଫୁଟେଇ ଆଲର୍ଟ କରା ଯିବ। ଆଦେଶରେ କୁହାଯାଇଛି କି ପ୍ରଥମେ ମୌନ ସମୟରେ କିଛି ଅଫିସରେ କାମ ହେଉଥିଲା କିନ୍ତୁ ଏବେ ଏହାକୁୁ ବନ୍ଦ କରିବାକୁ ଆଦେଶ ଜାରୀ କରାଯାଇଛି।
ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ଜାନୁଆରୀ ୩୦କୁ ଦିଲ୍ଲୀର ବିଡଲା ଭବନରେ ସନ୍ଧ୍ୟାର ପ୍ରାର୍ଥନା ସଭା ସମୟରେ ଗୁଳୀ ମାରି ହତ୍ୟା କରା ଯାଇଥିଲା। ଏହାପରେ ପ୍ରତ୍ୟକ ବର୍ଷ ଜାନୁଆରୀ ୩୦କୁ ଶହୀଦ ଦିବଶ ରୂପେ ପାଳନ କରାଯାଏ ଏବଂ ତାଙ୍କୁ ଶ୍ରନ୍ଧାଞ୍ଜଳୀ ଦିଆଯାଏ। ଏହି ସମୟରେ ବିଶେଷ ଶ୍ରନ୍ଧାଞ୍ଜଳୀର ମଧ୍ୟ ଆୟୋଜନ କରା ଯାଇଥାଏ।