୨୦୨୦ ମସିହାରେ, କରୋନା ଭୂତାଣୁ ମହାମାରୀର କାୟା ବିସ୍ତାର ହେତୁ ବିଶ୍ଵର ଅର୍ଥନୀତି ବ୍ୟବସ୍ଥାରେ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ମାମଲାରେ ଚୀନ୍ କ୍ରମାଗତ ଭାବରେ କହିଛି ଯେ ସେମାନେ ଏହି ଭୂତାଣୁ ବିଷୟରେ ଲଗାତାର ଭାବରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଆସୁଛି। ତେବେ ଏକ ନୂଆ ଡକ୍ୟୁମେଣ୍ଟାରୀରେ ଅନେକକିଛି ଏମିତି ସାମ୍ନାକୁ ଆସୁଛି, ଯେଉଁଥିରୁ ସ୍ପଷ୍ଟ ଯେ ଚୀନ୍ କରୋନା ବିଷୟରେ ବିଶ୍ୱକୁ ମିଛ କହୁଛି।
ITV documentary outbreak: virusthat shook the world ରେ ଉହାନର କିଛି ମେଡିକାଲ୍ ପ୍ରଫେସନାଲଙ୍କୁ ଦେଖାଯାଇପାରେ। ଏହି ଲୋକମାନଙ୍କର ଷ୍ଟିଙ୍ଗ୍ ଅପରେସନ୍ କରାଯାଉଛି ଏବଂ ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କୁ ଜଣାଅଛି ଯେ ଏହି ଭାଇରସ୍ କେତେ କ୍ଷତିକାରକ ହୋଇପାରେ;କିନ୍ତୁ ତାଙ୍କୁ ଏହି ବିଷୟରେ ମିଛ କହିବାକୁ କୁହାଯାଇଥିଲା। ଏକ ଡକ୍ୟୁମେଣ୍ଟାରୀର ଗୋଟିଏ ଅଂଶରେ, ଜଣେ ହେଲ୍ଥ ପ୍ରଫେସନାଲ କହିଛନ୍ତି ଯେ ଡିସେମ୍ବର ୨୦୧୯ଶେଷରେ ମୋର ଜଣେ ସମ୍ପର୍କୀୟ ଏହି ଭାଇରସରେ ମୃତ୍ୟୁ ବରଣ କରିଛନ୍ତି। ଯେଉଁମାନେ ତାଙ୍କ ସହ ରହିଥିଲେ ସେମାନେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହୋଇଥିଲେ। ତେଣୁ ଆମେ ଜାଣିଥିଲୁ ଯେ ଏହି ଭୂତାଣୁ ଅତ୍ୟନ୍ତ ବିପଜ୍ଜନକ ଅଟେ।
ଏହା ବ୍ୟତୀତ, ଏହି ଲୋକମାନଙ୍କୁ ଏହା ମଧ୍ୟ ଜଣାଥିଲା ଯେ ଏହି ଜୀବାଣୁ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିପାରେ। ଜଣେ ମେଡିକାଲ ପ୍ରଫେସନାଲଙ୍କ ବିବୃତ୍ତି ଅନୁଯାୟୀ, ‘ଆମେ ଜାଣିଥିଲୁ ଯେ ଏହି ଜୀବାଣୁ ମଣିଷଠାରୁ ମଣିଷକୁ ସଂକ୍ରମିତ ହୋଇପାରେ କିନ୍ତୁ ଯେତେବେଳେ ଆମେ ହସ୍ପିଟାଲର ଵୈଠକରେ ଯୋଗଦେଉଥିଲୁ, ଆମକୁ କୁହାଯାଇଥିଲା ଯେ ଆମେ ଏହା ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ।
ପ୍ରାନ୍ତର ଲିଡର୍ସ ଡାକ୍ତରଖାନାକୁ କହିଥିଲେ କି ଏହି ଭୂତାଣୁ ବିଷୟରେ କାହାକୁ ସତ ନ କହିବା ପାଇଁ । ଡାକ୍ତରଖାନାର କିଛି କର୍ମଚାରୀ ଚାହୁଁଥିଲେ କି ଲୋକଙ୍କୁ ଏହି ମାରାତ୍ମକ ଭୂତାଣୁ ସଂପର୍କରେ ସଚେତନ କରିବାକୁ ଏବଂ ନୂତନ ବର୍ଷ ପାଳନ ନ କରିବାକୁ , କିନ୍ତୁ ଚୀନ୍ ପ୍ରଶାସନ ନୂତନ ବର୍ଷକୁ ବହୁତ ବଡ଼ ଆଡମ୍ବରରେ ପାଳନ କରିବାକୁ ଚାହୁଁଥିଲା।
୩୧ ଡିସେମ୍ବର ୨୦୧୯ ରେ ଚୀନ୍ WHO କୁ କରୋନା ବିଷୟରେ ୨୭ଟି ମାମଲା ବିଷୟରେ କହିଥିଲା। ଏହି ରୋଗ ଦ୍ଵାରା ହେଉଥିବା ମୃତ୍ୟୁକୁ ଜାନୁଆରୀ ମଧ୍ୟଭାଗରେ ଚାଇନା WHOକୁ ଜଣାଇଥିଲା। ଜାନୁଆରୀ ୧୨ରେ ଚୀନ୍ ଏହା ମଧ୍ୟ କହିଛି ଯେ ମଣିଷଠାରୁ ମଣିଷକୁ ଭୂତାଣୁ ବିସ୍ତାର ହେବାର କୌଣସି ଦୃଢ ପ୍ରମାଣ ନାହିଁ।
ଜାନୁଆରୀ ୨୧ରେ, WHO ପ୍ରଥମ ଥର ପାଇଁ ଭାଇରସ୍ ଉପରେ ପ୍ରଥମ ରିପୋର୍ଟ ପ୍ରକାଶ କଲା।ସେତେବେଳକୁ ଚାଇନାରେ ୨୭୮ ଜଣ ଲୋକ କରୋନା ପଜିଟିଭ୍ ହୋଇଥିଲେ ଏବଂ ଅନ୍ୟ ତିନି ଦେଶରେ ଏହି ଭୂତାଣୁ ବ୍ୟାପିଯାଇଥିଲା।
ଉହାନର ମେଡିକାଲ ପ୍ରଫେସନାଲଙ୍କ ବକ୍ତବ୍ୟକୁ ତାଇୱାନର ବରିଷ୍ଠ ଭାଇରୋଲୋଜିଷ୍ଟ ଡାକ୍ତର ୟି-ଚୁନ୍ ଲୋ ମଧ୍ୟ ସମର୍ଥନ କରିଥିଲେ। ସେ କହିଛନ୍ତି ଯେ ଏହି ଭୁତାଣୁକୁ ନେଇ ସହିତ ପରିଚାଳନା ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥଲା। ମୋତେ ଲାଗୁଛି କି ଯଦି ଚୀନ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱଚ୍ଛତା ସହିତ ଆବଶ୍ୟକ ସୂଚନା ପ୍ରଦାନ କରିଥାନ୍ତା ତେବେ ଏହି ମହାମାରୀକୁ ରୋକାଯାଇ ପାରିଥାନ୍ତା।
ଏହା ବ୍ୟତୀତ ତାଇୱାନର ଏହି ଡକ୍ୟୁମେଣ୍ଟାରୀରେ ଡକ୍ଟର ୟିନ ଚିଆଙ୍ଗ ମଧ୍ୟ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ଏହି ଭାଇରସ ମଣିଷଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଛି କି ନାହିଁ ତାହା ଜାଣିବା ପାଇଁ ସେ ଏବଂ ତାଙ୍କ ଟିମ୍ ଅନେକ ଚେଷ୍ଟା କରୁଛନ୍ତି।ତେବେ ଚାଇନାରେ ଭ୍ରମଣ କରିବା ପରେ ଏବଂ କଡା ଯାଞ୍ଚରେ ଚୀନ୍ ପ୍ରଶାସନ ସେମାନଙ୍କୁ ସଠିକ୍ ଉତ୍ତର ଦେଇ ନାହିଁ। WHO ର ଏକ ଟିମ୍ ବର୍ତ୍ତମାନ ଉହାନରେ ଅଛନ୍ତି, ଯେଉଁମାନେ କରୋନା ଭୂତାଣୁର ଅନୁସନ୍ଧାନ କରୁଛନ୍ତି।