ଆମ ସମାଜରେ ମହିଳା ମାନଙ୍କୁ ବହୁତ ର୍ଦୁବଳ ବୋଲି ମନା ଯାଇଥାଏ। ତାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରି ରଖାଯାଇଥାଏ। ଏହି ପୁରୁଷ ପ୍ରଧାନ ସମାଜ ମହିଳାଙ୍କୁ ନିଜ ସହିତ ଛିଡା ହେବାପାଇଁ ଅନୁମତି ଦିଏ ନାହିଁ। ମହିଳାଙ୍କୁ କେବଳ ଚାରି କାନ୍ଥ ଭିତରେ ବନ୍ଦ କରି ରଖା ଯାଇଥାଏ।
ଏହାର ସବୁଠାରୁ ବଡ ଡର ଏହା ହେବ କି ଯେବେ ଏମାନେ ଚାରି କାନ୍ଥ ଭିତରୁ ବାହାରକୁ ବାହରନ୍ତି ତ ପୁରୁଷ ପ୍ରଧାନ ସମାଜକୁ ଚାପୁଡା ନା କେବଳ ମାରିଥାନ୍ତି ବଂର ସେମାନେ ପୁରୁଷମାନଙ୍କ ଠାରୁ କେତେ ଗୁଣା ଆଗକୁ ଚାଲି ଯାଇ ନାଁ କମାଇ ଥାନ୍ତି। ଯେବେ ପରିସ୍ଥିିତି ବିପରୀତ ହୋଇଥାଏ ତେବେ ମହିଳାମାନେ ଆଗକୁ ଯାଇ ନିଜର ଘର ସମ୍ଭାଳି ଥାନ୍ତି। କେତେବେଳେ ମା ହୋଇ , କେତେବେଳେ ଝିଅ ହୋଇ , କେତେବେଳେ ଭଉଣି ହୋଇ, ଆଉ କେତେବେଳେ ତ ସ୍ତ୍ରୀ ହୋଇ।
ଆଜି ଆମେ ଆପଣଙ୍କୁ ଏପରି ଏକ ମା ଏବଂ ସ୍ତ୍ରୀ ବିଷୟରେ କହିବାକୁ ଯାଉଛୁ। ତେଲେଙ୍ଗାନାର ଆଦିଲକ୍ଷ୍ମୀ ବିଷୟରେ ଆମେ ଆପଣଙ୍କୁ କହୁଛୁ। ଆପଣମାନେ ଏହି ଦିନରେ ଜଣେ ମହିଳାଙ୍କ ଫଟୋ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେଉଥିବାର ଦେଖୁଥିବେ କି ଜଣେ ମହିଳା ବଡ ବଡ ଟ୍ରକର ଚକାକୁ ଖୋଲୁଛି। ଏହି ମହିଳା ଜଣକ ନାମ ହେଉଛି ଆଦିଲକ୍ଷ୍ମୀ। ଆଦିଲକ୍ଷ୍ମୀ ନିଜ ସ୍ବାମୀଙ୍କ ସହିତ ନିଜ ଗ୍ୟାରେଜରେ ପ୍ରତ୍ୟକ ଦିନ କାମ କରନ୍ତି।
ଆଦିଲକ୍ଷ୍ମୀ ତେଲେଙ୍ଗାନାର କୋଥାଗୁଡେମ ଜିଲ୍ଲାର ସୁଜାତାନଗରରେ ରୁହନ୍ତି। ଟ୍ରକ ମାନଙ୍କର ଓଲଡିଙ୍ଗ ଠାରୁ ପମ୍ପଚର ପର୍ଯ୍ୟନ୍ତ ସବୁ କାମ କରନ୍ତି। ଏହି ସବୁ କାମ ଆଦିଲକ୍ଷ୍ମୀ ନିଜେ ନିଜେ କରନ୍ତି। ସେ ତାଙ୍କ ସ୍ବାମୀ ବୀରଭଦ୍ରମଙ୍କୁ ନିଜ ସପରେ ସାହାର୍ଯ୍ୟ କରନ୍ତି। ଆଦିଲକ୍ଷ୍ମୀ ଦୁଇଟି ଝିଅଙ୍କ ମା ଅଟନ୍ତି। ଆଦି ଲକ୍ଷ୍ମୀ ଟାୟାର ଲଗେଇବା ସହିତ ଅନ୍ୟ ସବୁ କାମ କରିଥାନ୍ତି। ବଡ ବଡ ଟ୍ରକ ମାନଙ୍କର ଚକା ଖୋଲିବା ଏବଂ ଲଗେଇବା ଆଦିଲକ୍ଷ୍ମୀ ଙ୍କର ବାଆଁ ହାତର ଖେଳ ଅଟେ।
କାମ କରିବା ବିଷୟରେ ଆଦିଲକ୍ଷ୍ମୀ କହିଛନ୍ତି କି ଆମ ଉପରେ ଦିନକୁ ଦିନ କରଜ ବଢି ଚାଲିଛି , କରଜ କମ କରିବା ପାଇଁ ମତେ ମୋ ସ୍ବାମୀଙ୍କ ସହ କାମ କରିବାର ନିସ୍ପତି ନେବାକୁ ପଡିଲା। ଆମର ଦୁଇଟି ଝିଅ ଅଛନ୍ତି। ଆମ ପାଖରେ କାମ କରିବାକୁ ଉପକରଣ ନାହିଁ କିନ୍ତୁ ଆମେ ଏଥିରେ କାମ ଚଳେଇ ନେଇଥାଉ। ଯଦି ଆମକୁ ସରକାରଙ୍କ ତରଫରୁ କିଛି ସାହାର୍ଯ୍ୟ ମିଳିଯାଏ ତେବେ ଆମେ ଆମର ଝିଅଙ୍କ ଭବିଷ୍ୟତ ଗଢି ପାରିବୁ।
ଗୌରବର କଥା ଏହା କି ଆଦିଲକ୍ଷ୍ମୀ ନିଜେ ତିନି ବର୍ଷ ପୂର୍ବେ ନିଜ ସ୍ବାମୀଙ୍କ ସହିତ ଏହି ଗ୍ୟାରେଜ ଖୋଲିଥିଲେ। ସେତେବେଳେ ତାଙ୍କ ପାଖରେ ପଇସାର ଅଭାବ ବହୁତ ଥିଲା ସେଥିପାଇଁ ସେମାନେ ଗ୍ୟାରେଜ ଖୋଲିବା ପାଇଁ ନିଜ ଘର ବନ୍ଧା ରଖିଥିଲେ। ପ୍ରଥମେ ପ୍ରଥମେ ଲୋକମାନେ ଆଦିଲକ୍ଷ୍ମୀଙ୍କ ଦୋକାନକୁ ଆସିବା ପୂର୍ବରୁ ଭାବୁଥିଲେ କି ସେ ଠିକ ଭାବରେ ଟାୟାର ଲଗେଇ ପାରବେ କି ନାହିଁ। ଏଥିରେ ବି ଆଦିଲକ୍ଷ୍ମୀ ଭାଙ୍ଗି ପଡି ନଥିଲେ। ପରେ ସମସ୍ତେ ଜାଣିଲେ ଯେ ଆଦି ଲକ୍ଷ୍ମୀ ଠିକ କାମ କରି ପାରୁଛନ୍ତି ଏବଂ ଧିରେ ଧିରେ ଦୋକାନରେ ଭିଡ ହେବାକୁ ଲାଗିଲା। ଏବେ ଲକ୍ଷ୍ମୀଙ୍କ ଦୋକାନ ୨୪ ଘଣ୍ଟା ଖୋଲା ରହୁଛି। ଗ୍ରାହକ ମଧ୍ୟ ତାଙ୍କ କାମରେ ଖୁସି ଅଛନ୍ତି।
କୋଥାଗୁଡେମ ଏକ ଏପରି ଜାଗା ଅଟେ କି ଯେଉଁଠି ଖନନର ଅତ୍ୟାଧିକ କାମ ହୋଇଥାଏ। ଏଥିପାଇଁ ଏଠାକୁ ସବୁବେଳେ ଭାରି ଟ୍ରକ୍ସ ଏବଂ ଅନ୍ୟ ଭାରି ଗାଡି ଆସିଥାନ୍ତି। ଆଦିଲକ୍ଷ୍ମୀ ସ୍କୁଲ ଟପ ଆଉଟ ଅଟନ୍ତି। ଆଦିଲକ୍ଷ୍ମୀଙ୍କର ୨୦୧୦ରେ ବୀରଭଦ୍ରଙ୍କ ସହ ବିବାହ ହୋଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।