ନୂଆ ଦିଲ୍ଲୀ : ପୃଥିବୀରେ ପ୍ରଳୟ ବିଷୟରେ ଶୁଣି ଲୋକମାନେ ଡରି ଯାନ୍ତି। ଆମେ ଫିଲ୍ମ ଏବଂ କାହାଣୀରେ ପ୍ରଳୟ ବିଷୟରେ ବହୁତ କିଛି ଶୁଣିଛୁ ଏବଂ ଦେଖିଛୁୁ। କିନ୍ତୁ ଏହା ଯଦି ସତ ହୋଇଯାଏ! ବୈଜ୍ଞାନିକମାନଙ୍କର କହିବା ଏହକି ବିଜ୍ଞାନ ଆଧାରରେ ପ୍ରଳୟର ସମୟ ଆକଳନ କରାଯାଇ ପାରିବ।
ପୃଥିବୀରେ ପ୍ରଳୟ ସାମାନ୍ୟ ଅଟେ
ବିଶେଷଜ୍ଞଙ୍କ ଅନୁସାରେ ପୃଥିବୀରେ ପ୍ରତ୍ୟକ ୨.୭ କୋଟି ବର୍ଷ ପରେ ବିଶ୍ୱ ସ୍ତରରେ ଭିଷଣ ବିନାଶକାରୀ ଘଟଣା ହୋଇଥାଏ। ଶେଷଥର ଏହି ଘଟଣା ୬.୬ ନିୟୁତ ବର୍ଷ ପୂର୍ବେ ହୋଇଥିଲା। ଯେବେ ଏକ ଏସ୍ଟରଇଡ ବା ଧୂମକେତୁ ପଡିିବାରୁ ଡାଇନସର ସମ୍ପୁର୍ଣ୍ଣ ଲୋପ ହୋଇ ଯାଇଥିଲେ।
ପୃଥିବୀରେ ହେବ ଏସିଡି ଏବଂ ନିଆଁର ବର୍ଷା। ବର୍ତ୍ତମାନ କୁହାଯାଉଛି କି ପ୍ରଳୟ ଏବେ ଅତି କମରେ ତିନି କୋଟି ବର୍ଷ ପଛରେ ଅଛି। ନୂଆ (Statistical Analysis) ଆଧାରରେ ଆମେରିକାର ରିସର୍ଚର୍ସ ପାଇଛନ୍ତି କି ସମ୍ପୁର୍ଣ୍ଣ ଜୀବନ ଶେଷ କରି ଦେଉଥିବା (Comets) ଧୂମକେତୁର ବର୍ଷା ପ୍ରତ୍ୟକ ୧.୬ ରୁ ୩ କୋଟି ବର୍ଷରେ ହୋଇଥାଏ। ଯେବେ ସେ ଗୈଲେକ୍ସିରୁ (Galaxy) ହୋଇ ଫେରିଥାଏ |
ଯଦି ଧୂମକେତୁ ପୃଥିବୀରେ ଧକ୍କା ହୁଏ ତେବେ ସାରା ଦୁନିଆରେ ଅନ୍ଧାର, ଥଣ୍ଡା, ଜଙ୍ଗଲରେ ନିଆଁ ଏବଂ ଏସିଡର ବର୍ଷା ହେବ। ଓଜନ ପାରଦ ଶେଷ ହୋଇଯିବ। ମାଟି ଉପରେ ରହୁଥିବା ଲୋକମାନଙ୍କ ସହିତ ଜଳରେ ଥିବା ଜୀବ ମଧ୍ୟ ନଷ୍ଟ ହୋଇ ଯିବେ।
ଧୂମକେତୁର ଧକ୍କାରେ ଡାଇନସର ହେଲେ ଗାୟବ
ବୈଜ୍ଞାନିକଙ୍କ କହିବା ଏହାକି ଏପର୍ଯ୍ୟନ୍ତ ସ୍ଥଳଭାଗ ଏବଂ ଜଳଭାଗରେ ବିନାଶ ସେତେବେଳେ ହୋଇଥିଲା ଯେତେବେଳେ ମାଟିରୁ ଲାଭା ବାହାରି ଥିଲା। ବିଶେଷଜ୍ଞଙ୍କ କହିବା ଏହାକି ଯେଉଁ ପ୍ରକାରରେ ଆମ ଗ୍ରହ ଆକାଶ ଗଙ୍ଗାରେ ଲଗାତାର ଘୂରୁଛନ୍ତି, ସେଥିରେ ମଧ୍ୟ ବିପଦ ନିଶ୍ଚିତ।
ନ୍ୟୁୟର୍କ ୟୁନିଭର୍ସିଟୀର ପ୍ରଫେସର ଏବଂ ଷ୍ଟଡୀ ଲେଖକ ମାଇକେଲ ରୈମ୍ପୀନୋଙ୍କ କହିବା ଏହାକି ବସ୍ତୁ ଏବଂ ପୃଥିବୀ ମଧ୍ୟରେ ହେବାକୁ ଥିବା ଆକ୍ଟିଭିଟି, ଏହା ୨.୭ କୋଟି ବର୍ଷ ଭିତରେ ବିନାଶକାରୀ ଘଟଣାର ସାଥିରେ ରହିପାରେ।
ସେ ଏହି କଥା କହି କହିଲେ କି ଏପରି ତିନୋଟି ବିନାଶକାରୀ ଘଟଣା ହୋଇସାରିଛି। ଏହା ସବୁ ବିଶ୍ୱ ସ୍ତରୀୟ ବପଦ ଏବଂ ସାମୁହିକ ବିନାଶର କାରଣର କ୍ଷମତା ରଖିଥାଏ। କୁହାଯାଏ କି ଧୂମକେତୁର ଧକ୍କାରେ ହିଁ ଡାଇନସର ପ୍ରଜାତିର ବିନାଶ ହୋଇଛି।