ଭାରତରେ ଟୀକାକରଣ ବ୍ୟବସ୍ଥା ଆରମ୍ଭ ହେବାର ତିନି ଦିନ ହୋଇ ସାରିଲାଣି। ଏହି ଟୀକା ଭାରତର ଲକ୍ଷ ଲକ୍ଷ ଲୋକମାନଙ୍କୁ ଦିଆ ସରିଲାଣି କିନ୍ତୁ କିଛି କିଛି ଯାଗାରେ ଲୋକମାନଙ୍କୁ ଏହାର ସାଇଡ ଇଫେକ୍ଟ ପଡିଛି। ଏହି ଖବର ରବିବାର ଦିନ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ପ୍ରେସ ମିଟରେ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟଙ୍କ ଅନୁସାରେ ୧୬ ଏବଂ ୧୭ ଜାନୁଆରୀକୁ ଟୀକା ଦିଆ ଯିବା ପରେ ୪୪୭ ଏଇଏଫଆଈ ବା ଟୀକକରଣ ପରେ ପ୍ରତିକୂଳ ପ୍ରଭାବ ପଡୁଥିବାର ରିର୍ପୋଟ ମିଳିଛି। ପ୍ରେସମିଟରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚୀବ ଡ.ମନୋହର ଅଗନାନୀ କହିଛନ୍ତି କି ଅଧିକାଂଶ ମାମଲାରେ ଭ୍ୟାକସିନର ପ୍ରତିକୂଳ ପ୍ରଭାବ ସାମାନ୍ୟ ସ୍ତରରେ ଥିଲା।
ଡ. ଅଗନାନୀଙ୍କ ଅନୁସାରେ ଟୀକା ଲଗା ଯିବାପରେ କେବଳ ତିନୋଟି ଏପରି କେସ ମିଳିଛି, ଯେଉଁଥିରେ ଲୋକମାନଙ୍କୁ ହସ୍ପିଟାଲରେ ଭର୍ତୀ କରିବାକୁ ପଡିଥିଲା। ବାସ୍ତବରେ ଯଦି ଭ୍ୟାକସିନ ଦେବାପରେ ଲୋକମାନଙ୍କୁ ହସ୍ପିଟାଲରେ ଭର୍ତୀ କରିବାକୁ ପଡିଥାଏ ତେବେ ଏହାକୁ ଗମ୍ଭୀର ଏଇଏଫଆଈ ବୋଲି କୁହାଯାଏ।
ଡ. ଅଗନାନୀଙ୍କ ଅନୁସାରେ ଯେଉଁ ତିନିଜଣଙ୍କ ପାଖରେ ଭ୍ୟାକସିନର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳି ଥିଲା, ତାଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରି ରେଲଓ୍ବେ ହସ୍ପିଟାଲରେ ଭର୍ତି କରା ଯାଈଥିଲା ଏବଂ ତାଙ୍କୁ ୨୪ ଘଣ୍ଟା ପରେ ଡିସ୍ଚାର୍ଜ କରା ଯାଇଥିଲା। ସେଇଠି ଦ୍ବିତୀୟ ଲୋକଟିକୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ତାଙ୍କୁ ମଧ୍ୟ ହସ୍ପିଟାଲରୁ ଛୁଟି ମିଳିଥିଲା ଏବଂ ତୃତୀୟ ଲୋକ ଜଣଙ୍କ ଋଷିକୂଷରେ ଥିବା ଏମ୍ସରେ ଭର୍ତ୍ତି କରା ଯାଇଛି, ଯେଉଁଠି ତାଙ୍କ ଅବସ୍ଥା ଭଲ ଅଛି ବର୍ତ୍ତମାନ। ସେ କହିଛନ୍ତି କି ଟୀକା ନେଇଥିବା ଅଧିକାଂଶ ଲୋକମାନଙ୍କୁ ଜର, ମୁଣ୍ଡ ବିନ୍ଧା ଏବଂ ଶରୀର ଅସୁସ୍ଥ ଲାଗିବାର ଅଭିଯୋଗ କରିଛନ୍ତି।
ପ୍ରଥମ ଏବଂ ଦ୍ବିତୀୟ ଦିନରେ କେତେ ଲୋକଙ୍କୁ ଦିଆ ହୋଇଛି ଟୀକା?
ସ୍ବାସ୍ଥ୍ୟ ସଚୀବ ଡ. ମନୋହର ଅଗନାନୀଙ୍କ ଅନୁସାରେ ପ୍ରଥମ ଦିନ ସମୂଦାୟ ୨,୦୭,୨୨୯ ଲୋକମାନଙ୍କୁ ଭ୍ୟାକସିନ ଦିଆ ହୋଇଥିଲା। ଯାହା ଦୁନିଆର କୌଣସି ଦେଶରେ ମଧ୍ୟ ପ୍ରଥମ ଦିନ ଟୀକା ଲଗାଯିବାର ସବୁଠାରୁ ବଡ ରେକର୍ଡ ଅଟେ। ସେଇଠି ଦ୍ବିତୀୟ ଦିନ ବା ୧୭ ଜାନୁଆରୀକୁ ୬ଟି ରାଜ୍ୟ ( ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ , କର୍ଣ୍ଣାଟକ ,କେରଳ , ମଣିପୁର ଏବଂ ତାମିଲନାଡୁ )ରେ ଟୀକାକରଣ ହୋଇଛି। ଯେଉଁଠି ୧୭ ହଜାର ଲୋକମାନଙ୍କୁ ଟୀକା ଦିଆ ଯାଇଛି।
ଭ୍ୟାକସିନ ଲଗେଇବା ପରେ ମଧ୍ୟ ଆବଶ୍ୟକ ସାବଧାନତା।
ବିଶେଷଜ୍ଞ କହିଛନ୍ତି କି ଭ୍ୟାକସିନ ନେବା ପରେ ମଧ୍ୟ ମାକ୍ସ ଲଗେଇବା ବହୁତ ଜରୁରୀ , କାରଣ ଏହା ଭାଇରସ ଠାରୁ ବଞ୍ଚିବାର ଅତିରିକ୍ତ ସୁରକ୍ଷା ଅଟେ। ଏହା ବ୍ୟତିତ ଅତିରିକ୍ତ ଶାରୀରିକ ଦୂରତା , ହାତ ଧୋଇବା , ସାନିଟାଇଜର ବ୍ୟବହାର କରିବା ଏବଂ ଭାଇରସ ଠାରୁ ବଞ୍ଚିବା ପାଇଁ ଅନ୍ୟ ଉପାୟ କରିବା।