ବାଇଡେନ-ହୈରିସଙ୍କ ଶପଥ ଗ୍ରହଣ ସମାରୋହରେ କ୍ୟାପିଟାଲ ହଲର ବାହାରେ ହେବ ଭାରତୀୟ ରଙ୍ଗୋଲି, ଜାଣନ୍ତୁ କଣ ହେଉଛି ଏହାର ବିଶେଷତ୍ଵ

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହୈରିସ ୨୦ ଜାନୁଆରୀରେ ଶପଥ ନେବେ। ଦୁଇଜଣଙ୍କ ସ୍ବାଗତରେ ତାମିଲନାଡୁର ପରମ୍ପରାଗତ ରଙ୍ଗୋଲିକୁ ସ୍ଥାନ ମିଳିଛି। ଏହି ରଙ୍ଗୋଲି ଶପଥଗ୍ରହଣ ସହ ସମ୍ବନ୍ଧିତ ଅନଲାଇନ ସମାରୋହର ମୁଖ୍ୟ ଆକର୍ଷଣ ହେବ। ଏହାକୁ କ୍ୟାପିଟାଲ ହଲର ବାହାରେ ବନାଇବା ପାଇଁ ଅନୁମତି ମିଳିଛି। ଜଣା ଯାଉଛି କି ତାମିଲନାଡୁର ପରମ୍ପରାଗତ ରଙ୍ଗୋଲିକୁ ‘କୋଲମ’ କୁହାଯାଇଥାଏ। କୁହାଯାଇଥାଏ କି ଏହାକୁ ଘର ବାହାରେ ସଜାଇବା ଦ୍ଵାରା ଶୁଭ ହୋଇଥାଏ।ହୈରିସଙ୍କ ମା ପ୍ରଥମରୁ ତାମିଲନାଡୁରେ ରହୁଥିଲେ।

ଅନଲାଇନ ଡିଜାଇନ ମଗାଯାଇଥିଲା..

ରଙ୍ଗୋଲି ଡିଜାଇନ ପାଇଁ ଅନଲାଇନ ପ୍ରତିଯୋଗିତା ରଖା ଯାଇଥିଲା।’ଇନାଗରେଶନ କୋଲମ 2021′ ଆୟୋଜନ ଦଳର ମେମ୍ବର ସୌମ୍ୟା ସୋମନାଥ କହିଥିଲେ କି ଏଥିରେ ଆମେରିକା ଏବଂ ଭାରତରୁ ପାଖାପାଖି ୧୮୦୦ଲୋକ ରଙ୍ଗୋଲିର ଡିଜାଇନ ପଠାଇଥିଲେ।ଏହା ମଧ୍ୟରୁ ଗୋଟିଏ ରଙ୍ଗୋଲି ଡିଜାଇନକୁ ସ୍ଥିର କରାଯାଇଛି। ପ୍ରଥମେ ଏହି ରଙ୍ଗୋଲି ହ୍ବାଇଟ ହାଉସ ବାହାରେ ହେବାର ଥିଲା। କିନ୍ତୁ ପରେ ଏହାକୁ କ୍ୟାପିଟାଲ ହଲର ବାହାରେ ବନାଇବା ପାଇଁ ଅନୁମତି ମିଳିଛି। ହେଲେ ଏହାକୁ ଏକ ଭିଡିଓ ମାଧ୍ୟମରେ ହିଁ ଦେଖାଯିବ। ଏହାର କାରଣ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଏହାକୁ ବାସ୍ତବରେ ବନାଇବା ପାଇଁ ଅନୁମତି ଦିଆଯାଇ ନାହିଁ।

ଜାଣନ୍ତୁ କଣ ହେଉଛି କୋଲମ

କେରଳ ଏବଂ ତାମିଲନାଡୁରେ ରଙ୍ଗୋଲିକୁ ‘କୋଲମ’ କୁହାଯାଇଥାଏ। ଚାଉଳର ଶୁଖିଲା ଗୁଣ୍ଡକୁ ଆଙ୍ଗୁଠି ବା ତର୍ଜନୀ ମଝିରେ ରଖି ଏକ ନିଶ୍ଚିତ ଆକାରରେ ପକା ଯାଇଥାଏ। ଏହାଦ୍ଵାରା କୋଲମ ବନିଥାଏ। ଯେତେବେଳେ ଏହି ରଙ୍ଗୋଲିରେ ଫୁଲର ଡିଜାଇନ ବନା ଯାଇଥାଏ,ତ ଏହାକୁ ପୁକୋଲମ କୁହାଯାଇଥାଏ।ଓଣୋମ ସମୟରେ ବିଶେଷ ରୂପରେ କୋଲମ ବନା ଯାଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *