Gold silver price: ଲଗାତାର ତୃତୀୟ ଦିନ ପାଇଁ କମ ହେଲା ସୁନାର ମୂଲ୍ୟ, ରୂପା ୬୫ ହଜାର ପାଖାପାଖି..

ଦୁର୍ବଳ ବୈଶ୍ବିକ ସଙ୍କେତ ଭିତରେ ଆଜି ସୁନା ମୂଲ୍ୟରେ ଅଧିକ ପତନ ଦର୍ଜ କରାଯାଇଛି , ଯେତେବେଳେ ରୂପାର ସର୍ବନିମ୍ନ ମୂଲ୍ୟରେ ବୃଦ୍ଧି ଘଟଛି। ଏମସିଏକ୍ସରେ ସୁନାର ମୂଲ୍ୟ ୦.୧୪ ପ୍ରତଶଦର ପତନ ଘଟି ଗୋଟିଏ ମାସରେ ୪୮,୬୩୬ ଟଙ୍କା ପ୍ରତି ୧୦ ଗ୍ରାମରେ ପହଁଚି ଯାଇଛି। ଲଗାତାର ହଳଦିଆ ଧାତୁ ସସ୍ତା ହେଉଛି। ରୂପାର କଥା କହିବାକୁ ଗଲେ ସର୍ବନିମ୍ନ ମୂଲ୍ୟ ୦.୩ ପ୍ରତିଶଦ ବଢି ୬୪,୯୮୪ ଟଙ୍କା ପ୍ରତି କିଲୋଗ୍ରାମ ହୋଇ ଯାଇଛି। ଗତ ସ୍ତରରେ ସୁନାର ମୂଲ୍ୟ ୫୦୦ ଟଙ୍କା ପ୍ରତି ୧୦ ଗ୍ରାମର ପତନ ହୋଇଥିଲା, ଯେତେବେଳେ ରୂପା ୧୭୦୦ ଟଙ୍କା ପ୍ରତି କିଲୋଗ୍ରାମ ସସ୍ତା ହୋଇଥିଲା।

ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଏତେ ଥିଲା ଦାମ

ବିଶ୍ୱସ୍ତରୀୟ ବଜାରରେ ମଜବୁତ ଆମେରିକା ଡଲାର ମଧ୍ୟରେ ସୁନାର ମୂଲ୍ୟରେ ପତନ ଘଟିଛି। ଆଜି ସୁନାରେ ୦.୫ ପ୍ରତିଶଦ ପତନ ଘଟି ୧,୮୧୯.୭୭ ଡଲାର ପ୍ରତି ହୋଇଯାଇଛି। ଗତ ମାସରେ ଏହା ଗୋଟିଏ ପ୍ରତିଶଦ ସସ୍ତା ହୋଇଥିଲା। ରୂପା ୦.୨ ପ୍ରତିଶଦ ପତନ ଘଟିବା ସହିତ ୨,୩୭୭.୪୯ ଡଲାରରେ ବନ୍ଦ ହେଲା। କିନ୍ତୁ ପ୍ଲାଟିନମ ୦.୪ ପ୍ରତିଶଦ ବଢି ୧,୦୭୮.୧୯ ଡଲାର ହୋଇଛି।

ଏହି ବର୍ଷ ତିନି ପ୍ରତିଶଦ ସସ୍ତା ହେଲା ସୁନା

ଗତ ବର୍ଷ ପାଖାପାଖି ୨୫ ପ୍ରତିଶଦ ପତନ ପରେ ଏହି ବର୍ଷ ଭାରତରେ ସୁନାର ମୂଲ୍ୟରେ ଏ ପର୍ଯ୍ୟନ୍ତ ତିନି ପ୍ରତିଶଦ ପତନ ହୋଇଛି। ଯିଏ ବିଶ୍ୱସ୍ତରୀୟ ମୂଲ୍ୟର ଅନୁରୂପ ଅଟେ। ବିଶେଷଜ୍ଞ ମାନଙ୍କର କହିବା ଏହା କି ସୁନାର କେନ୍ଦ୍ରୀୟ  ବ୍ୟାଙ୍କ ଏବଂ ସରକାରୀ ବଡ ମାନଦଣ୍ଡର ପ୍ରୋତ୍ସାହନ ପ୍ୟାକେଜରେ ସର୍ମଥନ ମିଳିବାର ଆଶା।

କମଜୋର ନିବେଶକ ରୂଚୀକୁ ଦର୍ଶାଉଛି ଈଟିଏଫର ପ୍ରଭାବ

ଦୁନିଆର ସବୁଠାରୁ ବଡ ଗୋଲ୍ଡ ସମର୍ଥିତ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ ବା ଗୋଲ୍ଡ ଈଟିଏଫ, ଏସପିଡିଆର ଗୋଲ୍ଡ ଟ୍ରଟ୍ସର ହୋଲ୍ଡିଙ୍ଗ୍ସ ଶୁକ୍ରବାରକୁ ୧.୪ ପ୍ରତିଶଦ ବଢି ୧,୧୭୭.୬୩ ଟନ ହୋଇଯାଇଛି। ସ୍ବର୍ଣ୍ଣ ଈଟିଏଫ ସୁନାର ମୂଲ୍ୟ ଉପରେ ଆଧାରିତ ହୋଇଥାଏ। ଏବଂ ତାର ମୂଲ୍ୟରେ ଆସୁଥିବା ଉତ୍ଥାନ ପତ୍ତନ ଉପରେ ଏହାର ଦାମ କମୁଛି ବଢୁଛି। ଈଟିଏଫର ପ୍ରଭାବ ସୁନାରେ କମଜୋର ନିବେଶକ ରୂଚୀକୁ ଦର୍ଶାଏ। ଏକ ମଜବୁତ ଡଲାର ଅନ୍ୟ ମୁଦ୍ରା ଧାରାକୁ ନେଇ ସୁନାକୁ ଅଧିକ ମହଙ୍ଗା କରିଥାଏ।

ଆମେରିକା ଡଲାର ପ୍ରତିଦ୍ବନ୍ଦ୍ବୀ ମୁଦ୍ରାର ମୁକାବିଲା ଚାରି ସପ୍ତାହରେ ନିଜର ଉଚ୍ଚତମ ସ୍ତରରେ ପହଁଚି ଯାଇଛି। ଡଲାର ସୂଚକାଙ୍କ ଆଜି ୦.୦୩ ପ୍ରତିଶଦ ବଢି ୯୦.୭୯୩ ସ୍ତରରେ ପହଁଚିଛି। ଗତ ସପ୍ତାହରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡନ କହିଥିଲେ କି କାର୍ଯ୍ୟଳୟରେ ନିଜର ପ୍ରଥମ ୧୦୦ ଦିନ ଭିତରେ ୧୦୦୦ ଲକ୍ଷ କୋଭିଡ-19 ଭ୍ୟାକସିନର ଅପେକ୍ଷା କରିବେ। ଏହା ପୂର୍ବରୁ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ୧୯ ଆରବ ଡଲାର ର ପ୍ରୋତ୍ସାହନ ପ୍ୟାକେଜ ପ୍ରସ୍ତାବର ଉନ୍ମୋଠନ କରିଥିଲେ। ଏକ ମଜବୁତ ଆମେରିକା ଡଲାର ଅନ୍ୟ ମୁଦ୍ରା ଧାରାଙ୍କ କୁ ନେଇ ସୁନାକୁ ମହଙ୍ଗା ବନାଇ ଥାଏ।

Leave a Reply

Your email address will not be published. Required fields are marked *