ଚାଇନାରେ ଦେଖା ଗଲା କରୋନାର ଆଉ ଏକ ଭୟଙ୍କର ରୂପ, ପ୍ରଥମ ଥର ମିଳିଲା ଖାଇବା ଜିନିଷରେ କୋରୋନା ପଜେଟିଭ!

ବିଜୀଙ୍ଗ: କରୋନା ଭାଇରସ ମହାମାରୀର ଆରମ୍ଭ ଚୀନରୁ ହୋଇଥିଲା ଏବଂ ଏଠାରେ ଏବେ ଆଇସିକ୍ରିମରୁ କରୋନା ଭାଇରସ ପଜେଟିଭ ଆସିଥିବାର ଖବର ମିଳୁଛି। ତେୟାନଜିନ ଇଲାକାରେ ଲୋକାଲ ଲୋକମାନଙ୍କ ଦ୍ବାରା ବନା ହେଉଥିବା ଆଇସିକ୍ରିମରୁ ତିନୋଟି ଆଇସିକ୍ରିମ ସାମ୍ପୁଲରେ କରୋନା ପଜେଟିଭ ଆସିଛି।

ଆଇସିକ୍ରିମରେ କରୋନା ଭାଇରସ ସଂକ୍ରମଣ କଥା ସାମ୍ମାନାକୁ ଆସିବା ପରେ ପ୍ରଶାସନ ଆଲର୍ଟ ହୋଇ ଯାଇଛି। ଏବେ ତାଙ୍କୁ ଖୋଜା ଯାଉଛି ଯାହାଙ୍କୁ ସଂକ୍ରମଣର ବିପଦ ଅଛି।

ଏପରି ଆସିଲା ଆଇସିକ୍ରିମରେ କରୋନା ଭାଇରସ

ଗ୍ଲୋବାଲ ଟାଇମ୍ସ ରିର୍ପୋଟ ଅନୁସାରେ ଏହି ଆଇସିକ୍ରିମ ଯେଉଁ ମିଲ୍କ ପାଉଡରେ ତିଆରି ହୋଇଥିଲା ସେ ନ୍ୟୁୟର୍କ ଏବଂ ୟୂକ୍ରିନରୁ ଆସିଥିଲା। ଆଇସିକ୍ରିମ ବିକ୍ରି ଉପରେ ରୋକ ଲଗା ଯାଇଛି। ପୁରୁଣା ଏବଂ ନୂଆ ସ୍ଟକର ଜାଞ୍ଚ କରା ଯାଉଛି।

ରିର୍ପୋଟ ଅନୁସାରେ ସେଠାର ଏକ ଲୋକାଲ ଫୁଡ କମ୍ପାନୀକୁ ୪,୮୩୬ ବକ୍ସରେ କରୋନା ଭାଇରସ ସଂକ୍ରମଣର ଖବର ମିଳିଛି। ଏଥିରେ ୨,୦୮୯ ବକ୍ସକୁ ଷ୍ଟୋରେଜରେ ସିଲ କରି ରଖା ଯାଇଛି। କିନ୍ତୁ ୧୮୧୨ ବକ୍ସକୁ ଅନ୍ୟ ରାଜ୍ୟକୁ ପଠାଇ ଦିଆଯାଇ ଥିଲା ଏବଂ ଆଇସିକ୍ରିମର ୯୩୫ ପ୍ୟାକେଟ ସ୍ଥାନୀୟ ବଜାରକୁ ପଠା ଯାଇଛି। କିନ୍ତୁ ଏଥିରୁ ୬୫ଟି ପ୍ୟାକେଟ ଆଇସିକ୍ରିମ ବିକ୍ରି ହୋଇଛି। ଯେଉଁ ଗ୍ରାହକ ଏହି ଆଇସିକ୍ରିମକୁ କିଣିଛନ୍ତି ତାଙ୍କୁ ତାଙ୍କର ସ୍ବାସ୍ଥ୍ୟ ଖବର ଦେବା ପାଇଁ କୁହାଯାଇଛି।

ଏହାପରେ କମ୍ପାନୀ ୧୬୬୨ ଜଣ କର୍ମଚାରୀ ମାନଙ୍କୁ ସେଲ୍ଫ ଆଇସୋଲେଶନରେ ରହିବାକୁ କୁହାଯାଇଛି ଏବଂ ତାଙ୍କର କରୋନା ପରୀକ୍ଷା କରାଯାଇଛି। ଏ ପର୍ଯ୍ୟନ୍ତ ୭୦୦ ସ୍ଟାଫଙ୍କର ରିର୍ପୋଟ ନେଗେଟିଭ ଆସିଛି।

ଏହା ବ୍ୟତିତ ଦୋକାନୀ ଏବଂ ଅନ୍ୟ ଲୋକ ଯେଉଁମାନେ ଏହି ପ୍ୟାକେଟର ସମ୍ପର୍କରେ ଆସିଥିଲେ ସେମାନଙ୍କର ମଧ୍ୟ ଯିବା ଆସିବାର ଖବର ରଖା ଯିବାର ଚେଷ୍ଟା କରା ଯାଉଛି। ଫୁଡ କମ୍ପାନୀର ସଂକ୍ରମଣ ପାଇଁ ୨୦୮୯ ଟି ଆଇସିକ୍ରିମ ଡବାକୁ ନଷ୍ଟ କରିବାକୁ ପଡିଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଏହି କଥା

ଫକ୍ସ ନ୍ୟୁଜ ସହିତ କଥା ବାର୍ତ୍ତା ହୋଇ ଇୟୁନିଭର୍ସିଟି ଅଫ ଲିଡ୍ସର ବାୟରୋଲଜିସ୍ଟ ଡ. ସ୍ଟୀଫେନ ଗ୍ରିଫିନ କହିଛନ୍ତି କି ଆଇସିକ୍ରିମର ପଜେଟିଭ ଆସିଥିବା ଲୋକମାନଙ୍କ ସମ୍ପର୍କ କାରଣରୁ ହୋଇପାରେ। ଫ୍ୟାକ୍ଟ୍ରିରେ ହାଇଜିନର ଧ୍ୟାନ ରଖା ଯାଉ ନଥିବ, ଯାହାପାଇଁ ଏହି ଘଟଣା ସାମ୍ମନାକୁ ଆସିଛି। କାରଣ ଆଇସିକ୍ରିମକୁ ଥଣ୍ଡା ତାପମାନରେ ରଖା ଯାଇଥାଏ, ଯାହା ଦ୍ବାରା ଭାଇରସ ମାନେ ଜୀବତ ରହିବାରେ ସକ୍ଷମ ହୋଇଥାନ୍ତି। ଏହି ଘଟଣାକୁ ନେଇ ଡରିବା କୌଣସି ଜରୁରୀ ନୁହେଁ କାରଣ ସବୁ ଆଇସିକ୍ରିମ ପଜେଟିଭ ଆସି ନାହିଁ।

Leave a Reply

Your email address will not be published. Required fields are marked *