ଗତ ବର୍ଷ କୋରୋନା ବ୍ୟାପିବାରୁ ଚୀନ ଉପରେ ଏହାର ଗମ୍ଭୀର ଆରୋପ ଲଗାଯାଇଥିଲା। ଚୀନର ବୁହାନ ସହରରୁ ଏହି ଭାଇରସ ବ୍ୟାପିବା ଆରମ୍ଭ କରିଥିଲା। ଏବେ ଏପରି ଏକ ଭିଡିଓ ସାମ୍ମନାକୁ ଆସିଛି କି ଯେଉଁଠି ଚୀନର ବୈଜ୍ଞାନିକମାନେ ବାଦୁଡି ଗୁମ୍ଫାରେ ପସି ସାମ୍ପୁଲ ନେଉଛନ୍ତି ଏବଂ ଏଥିରେ ତାଙ୍କୁ ବହୁତ ଦାୟିତ୍ବହୀନ ବୋଲି ଦେଖିବାକୁ ମିଳୁଛି। WHOର ସୁରକ୍ଷା ନିୟମ ମଧ୍ୟ ଏମାନେ ପାଳନ କରି ନାହାଁନ୍ତି। WHO କରୋନା ଭାଇରସର ମୂଳ ସୂତ୍ରର ଜାଞ୍ଚ କରୁଛି।
ଡେଲି ମେଲର ରିର୍ପୋଟ ଅନୁସାରେ ବୁହାନ ଲ୍ୟାବର ବୈଜ୍ଞାନିକମାନେ କହିଥିଲେ କି ଯେତେବେଳେ ସେମାନେ ଏକ ବାଦୁଡିର ଗୁମ୍ଫାରେ ପସିଥି୍ଲେ ବାଦୁଡିର ସାମ୍ପୁଲ ନେବା ପାଇଁ ସେତେବେଳେ ତାଙ୍କୁ କିଛି ବାଦୁଡି କାମୁଡି ଦେଇଥିଲେ। ଏବେ ସେହି ରହସ୍ୟମୟ ବାଦୁଡି ଗୁମ୍ଫାକୁ ହିଁ କୁହାଯାଉଛି କୋରୋନା ଭାଇରସ ସଂକ୍ରମଣର କାରଣ।
ବୈଜ୍ଞାନିକମାନେ ଏହି କଥାକୁ ସ୍ବୀକାର କରିବା ଭିଡିଓ ବହୁତ ପୁରୁଣା। ଚୀନର ସରକାରୀ ଚ୍ୟାନେଲ ସିସିିଟିଭିରେ ପାଖାପାଖି ଦୁଇ ବର୍ଷ ପୂର୍ବେ ଦେଖାଇ ଯାଇଥିବା ଏହି ଭିଡିଓରେ ବୈଜ୍ଞାନିକ ଏହାକୁ ସ୍ବୀକାର କରିଥିଲେ କି ସେମାନେ ସାମ୍ପୁଲ ନେଉଥିବା ସମୟରେ ତାଙ୍କୁ ବାଦୁଡି କାମୁଡି ଦେଇଥିଲା।
ଭିଡିଓରେ ଦେଖିବାକୁ ମିଳିଛି ବୈଜ୍ଞାନିକମାନେ ବାଦୁଡି ମାନଙ୍କ ମଳ ଏକାଠି କରୁଥିବା ସମୟରେ କେବଳ ଟି-ସାର୍ଟ ପିନ୍ଧିଛନ୍ତି। ତାଇବାନ ରିର୍ପୋଟ ଅନୁସାରେ ୨୦୧୭ ଡିସେମ୍ବର ୨୯ରେ ଏହି ଭିଡିଓରେ ଚୀନର ଦାୟୀତ୍ବହୀନତାର ସମ୍ପୁର୍ଣ୍ଣ ପ୍ରମାଣ ଅଟେ। ଭିଡିଓ ଅନୁସାରେ ସାର୍ସର ମୂଳ ଭାଇରସର ସନ୍ଧାନ କରିବା ପାଇଁ ବାଦୁଡିଙ୍କୁ ଧରିବାରେ ବୈଷୟିକମାନେ ଦାୟୀତ୍ବହୀନ କରିଥିଲେ ସେଥିପାଇଁ ବାଦୁଡି ତାଙ୍କୁ କାମୁଡି ଦେଇଥିଲେ। ଏହି ସମୟରେ ସେମାନେ କୌଣସି ପିପିକଟ ପିନ୍ଧି ନଥିଲେ।
ବୁହାନ ଲ୍ୟାବର ବୈଜ୍ଞାନିକ କହିଥିଲେ କି ରବରର ପୋଷାକ ପିନ୍ଧିବା ପରେ ମଧ୍ୟ ତାଙ୍କୁ ବାଦୁଡି ତାର ବିଷାକ୍ତ ଦାନ୍ତରେ କାମୁଡିଲା ସେତେବେଳେ ତାଙ୍କୁ ତାଙ୍କ ହାତରେ ଛୁଞ୍ଚି ପସିଲା ପରି ଲାଗୁଥିଲା। ଏହାପରେ ମଧ୍ୟ ସେହି ଲ୍ୟାବରେ ବୈଜ୍ଞାନିକମାନଙ୍କୁ ଖୋଲା ହାତରେ କାମ କରୁଥିବାର ଦେଖିବାକୁ ମିଳିଛି।
ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ ମହିଳା ବୈଜ୍ଞାନିକ ଏହି ବାଦୁଡି କାମୁଡିବା ବିଷୟରେ ମଧ୍ୟ କହିଛନ୍ତି- ସେ କହିଛନ୍ତି କି ବାଦୁଡି ଦେହରୁ ବହୁତ ବିଷାକ୍ତ ଭାଇରସ ଥାଏ। ମହିଳା ବୈଜ୍ଞାନିକ ଜଣଙ୍କ ଆଗକୁ କହିଥିଲେ କି ବାଦୁଡି କାମୁଡିବା ପରେ ତାଙ୍କ ମାଢି ଫୁଲି ଯାଇଥିଲା। ପରେ ସେ କହିଥିବାର ଦେଖିବାକୁ ମିଳିଛି କି ଏହାକୁ କରିବାକୁ ଯେତେ ବିପଦ ଜନକ କୁହାଯାଉଛି ସେତେ ବିପଦଜନକ ନୁହେଁ।
ଏବେ ଏହି ଭିଡିଓ ସାମନାକୁ ଆସିବା ପରେ ବୁହାନ ଇଷ୍ଟିଚ୍ୟୁଟ ଅଫ ବାୟୋଲୋଜୀର ବୈଜ୍ଞାନିକମାନଙ୍କ ଉପରେ ସନ୍ଧେହ କରାଯାଉଛି। ଲୋକମାନଙ୍କର ସନ୍ଧେହ ଏହାକି ଏହି ଲୋକମାନେ କରୋନା ଭାଇରସକୁ ଆଣି ଲ୍ୟାବ ପର୍ଯ୍ୟନ୍ତ ପହଁଚାଇଛନ୍ତି। ଯାହା ଦ୍ବାରା ସାରା ଦୁନିଆ ଆଜି କରୋନାର ଭୟରେ ଅଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।