ଆମେରିକାର ରାଷ୍ଟ୍ରପତି ଜୋ ବାଇଟନଙ୍କର ଭାରତ ସହିତ ଖାନଦାନୀ ସମ୍ପର୍କ! ରାଷ୍ଟ୍ରପତି ନିଜେ ଖୋଲିଲେ ରହସ୍ୟ

ଜୋ ବାଇଡନ ୨୦୨୦ ଜାନୁଆରୀ ୨୦କୁୁ ଆମେରିକାର ରାଷ୍ଟ୍ରପତିର ଶପଥ ନେବେ। କିନ୍ତୁ ଶପଥ ନେବା ପୂର୍ବରୁ ଜୋ ବାଇଡନଙ୍କ ବିଷୟରେ ନୂଆ ନୂଆ ଖବର ମିଳୁଛି ଏବଂ ଆମେରିକ ମିଡିଆରେ ଏହି ଖବରର ବହୁତ ଚର୍ଚ୍ଚା ହେଉଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ବାଇଡନଙ୍କ ପରିବାରଙ୍କର ଭାରତୀୟ କନେକ୍ସନ। ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା।

( ଫଟୋ ୨୦୧୮ରେ ଆମେରିକ ଉପରାଷ୍ଟ୍ରପତି ବାଇଡନ ଭାରତରେ ପହଁଚି ଥିଲେ , ମହାତ୍ମା ଗାନ୍ଧୀଙ୍କ ନାତୁଣି ତାରା ଗନ୍ଧୀଙ୍କ ସହିତ )।

ବାସ୍ତବରେ ୨୦୧୮ର ଏକ ଭାଷଣରେ ବାଇଡନ ନିଜେ ଦାବି କରିଥିଲେ କି ତାଙ୍କ ପରିବାରର କନେକ୍ସନ ଭାରତ ସହିତ ଅଛି। ଡେଲି ମେଲର ରିର୍ପୋଟ ଅନୁସାରେ ନିଜ ଭାଷଣରେ ବାଇଡନ କହିଥିଲେ କି – 1970 ଦଶକରେ ମତେ ମୁମ୍ବାଇରୁ ବାଇଡନ (ବାଇଡନଙ୍କ ସର ନେମ ବାଲା ବ୍ୟକ୍ତି) ପତ୍ର ମିଳିଥିଲା। ସେ ଲେଖିଥିଲେ କି ଆମ ଦୁଇ ଜଣଙ୍କର ପରସ୍ପର ସହିତ ସମ୍ପର୍କ ରହିଛି।

ବାଇଡନ କହିଥିଲେ କି ମୁମ୍ବାଇରୁ ଆସିଥିବା ପତ୍ରରେ ସେହି ବ୍ୟକ୍ତି ସଙ୍କେତ ଦେଇଥିଲେ କି ଆମର ପୂର୍ବଜ ଈଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ କାମ କରୁଥିଲେ। ପରେ ବାଇଡନ ସେହି ବ୍ୟକ୍ତିଙ୍କ ନାଁ ଜର୍ଜ ବାଇଡନ କହିଥିଲେ। ମିଡିଆ ରିର୍ପୋଟ ଅନୁସାରେ ଏମିତି କୌଣସି ବ୍ୟକ୍ତିର ନମରେ ରେକର୍ଡ ନାହିଁ।

ସେଇଠି ଲଣ୍ଡନର କିଙ୍ଗ୍ସ କଲେଜର ଓ୍ବାର ସ୍ଟଡିଜର ଭିଜିଟିଙ୍ଗ ପ୍ରଫେସର ଟିମ ବିଲେସୀ ବିଲ୍ସ କହୁଛନ୍ତି କି ଏହି ଏହି କଥାର ଅଧିକ ସମ୍ଭାବନା ଅଛି କି ବାଇଡନଙ୍କ କନେକ୍ସନ କ୍ରିସ୍ଟୋଫର ବାଇଡନଙ୍କ ଦ୍ବାରା ହୋଇଥିବା ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ କାମ କରୁଥିଲେ। ଆମେରିକାର ହେବାକୁ ଥିବା ଉପରାଷ୍ଟ୍ରପତି କମଲା ହୈରିସଙ୍କ ପରିବାରର ମଧ୍ୟ ଭାରତ ସହ କନେକ୍ସନ ଅଛି। କମଲା ହୈରିସଙ୍କ ମାଙ୍କର ଜନ୍ମ ଭାରତର ଚେନ୍ନାଈରେ ହୋଇଥିଲା। କ୍ରିସ୍ଟୋଫର ବାଇଡନ ମଧ୍ୟ ଚେନ୍ନାଈରେ ରହୁଥିଲେ ଏବଂ ତାଙ୍କର ମୃତ୍ୟୁ ୧୮୫୮କୁ ଚେନ୍ନାଈରେ ହୋଇଥିଲା। (ଫାଇଲ ଫଟୋରେ ଜୋ ବାଇଡନଙ୍କ ସ୍ତ୍ରୀ ଜିଲ ବାଇଡନ)।

ଦ ଟାଇମ୍ସରେ ଛପା ହୋଇଥିବା ରିର୍ପୋଟ ଅନୁସାରେ ବାଇଟନଙ୍କ ସମ୍ଭାବିତ ଭାରତୀୟ ସମ୍ପର୍କୀୟ ଏବଂ ହୈରିସଙ୍କ ପୂର୍ବ ପୁରୁଷଙ୍କର ମଧ୍ୟରେ ଭଲ ସମ୍ପର୍କ ଥାଇ ପରେ, କାରଣ କମଲା ହୈରିସ ନିଜ ଜେଜେବାପାଙ୍କ ବିଷୟରେ କହି ସାରିଛନ୍ତି କି ସେ ଭାରତର ସ୍ବତନ୍ତ୍ରତାର ସେନାପତୀ ଥିଲେ। ସେଇଠି ବାଇଡଙ୍କ ସମ୍ଭାବିତ ପୂର୍ବପୁରୁଷ କ୍ରିସ୍ଟୋଫର ବାଇଡନ ବ୍ରିଟିଶ ଶାସକଙ୍କ ସାଥିରେ ଥିଲେ।

thetimes.co.uk ର ରିର୍ପୋଟ ଅନୁସାରେ କ୍ରିସ୍ଟୋଫର ବାଇଡନ ଇଙ୍ଗଲଣ୍ଡର ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ତିନୋଟି ପିଲା ଥିଲେ। ପରେ କ୍ରିସ୍ଟୋଫରଙ୍କ ଝିଅ ଭାରତରେ ରହିଯାଇ ଥିଲେ। କିନ୍ତୁ ଏହା ଜଣା ନାହିଁ କି ସେ ଝିଅ ବିବାହ କରିଛନ୍ତି କି ନାହିଁ ବା ତାଙ୍କର କୌଣସି ପିଲା ଅଛି ନାହିଁ। ଏମିତି ଖବର ମିଳୁଛି କି କ୍ରିସଟୋଫରଙ୍କ ଝିଅ ବ୍ରିଟେନ ଫେରି ଯାଇଛନ୍ତି ବୋଲି।

Leave a Reply

Your email address will not be published. Required fields are marked *